ଓଡିଶା

odisha

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା, ଜଣେ ବିଦେଶୀ ନାଗରିକ ଗିରଫ

By

Published : Oct 7, 2021, 11:57 AM IST

ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣା । ଡ୍ରଗ୍ସ ଯୋଗାଣ ମାମଲାରେ ଜଣେ ବିଦେଶୀ ନାଗରିକକୁ ଗିରଫ କଲା NCB । ଅଧିକ ପଢନ୍ତୁ...

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା, ଜଣେ ବିଦେଶୀ ନାଗରିକ ଗିରଫ
କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା, ଜଣେ ବିଦେଶୀ ନାଗରିକ ଗିରଫ

ମୁମ୍ବାଇ: କ୍ରୁଜରେ ଡ୍ରଗ୍ସ ପାର୍ଟି ଉପରେ ଚଢାଉ ମାମଲା । ଏହି ଘଟଣାରେ ଗିରଫ ହେଲା ଜଣେ ବିଦେଶୀ ନାଗରିକ । ବୁଧବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପାର୍ଟିରେ ଡ୍ରଗ୍ସ ଚାଲାଣ ମାମଲାରେ ଉକ୍ତ ବିଦେଶୀ ନାଗରିକକୁ ଗିରଫ କରିଛି ।

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା, ଜଣେ ବିଦେଶୀ ନାଗରିକ ଗିରଫ

ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସହ ମୋଟ ୧୬ ଜଣଙ୍କୁ ଗିରଫ କରିସାରିଛି NCB । ବୁଧବାର ମାମଲାରେ ସମ୍ପୃକ୍ତ ଜଣେ ବିଦେଶୀ ନାଗରିକ ଗିରଫ ହୋଇଛି । ଗୁରୁବାର ତାଙ୍କୁ କୋର୍ଟରେ ହାଜର କରାଯିବ । ଏନେଇ ମୁମ୍ବାଇ ଏନସିବି ନିର୍ଦ୍ଦେଶକ ସମୀର ୱାଙ୍ଗେଡେ କହିଛନ୍ତି, ମାମଲାରେ ତଦନ୍ତ ଜାରି ରହିଛି । ହେଲେ ବର୍ତ୍ତମାନ ଏ ସମ୍ପର୍କରେ ଆମେ କିଛି ସୂଚନା ଦେଇପାରିବୁ ନାହିଁ । ଏହାଦ୍ବାରା ତଦନ୍ତରେ ବ୍ୟାଘାତ ସୃଷ୍ଟି ହେବ ।

ଉଲ୍ଲେଖଯୋଗ୍ୟ, ଗତ ୨ ତାରିଖ ଦିନ NCB ଟିମ୍ ମୁମ୍ବାଇ ଇଣ୍ଟରନ୍ୟାସନାଲ କ୍ରୁଜ ଟର୍ମିନାଲ ଏବଂ Cordelia କ୍ରୁଜ ଉପରେ ରେଡ୍ କରିଥିଲେ । ରେଡ୍ ବେଳେ ଘଟଣାସ୍ଥଳରୁ କୋକାଇନ, ମେଫେଡ୍ରୋନ, ହାଶିସ୍, ହାଇଡ୍ରୋପୋନିକ ଏବଂ MDME ଭଳି ବିଭିନ୍ନ ପ୍ରକାର ଡ୍ରଗ୍ସ ଜବତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details