ଓଡିଶା

odisha

Coal Mine Auction: ଚତୁର୍ଥ ପର୍ଯ୍ୟାୟରେ ଓଡିଶାର ଦୁଇଟି କୋଇଲା ଖଣି ନିଲାମ

By

Published : Apr 3, 2022, 6:59 AM IST

4 ରାଜ୍ୟର 5 ଟି କୋଇଲା ଖଣିର ବ୍ୟବସାୟିକ ଭିତ୍ତିକ ନିଲାମ କରାଯାଇଛି । ଏଥିରେ ଓଡିଶାର ଦୁଇଟି କୋଇଲା ଖଣି - ଉତ୍କଳ ବି1 ଓ ବି2 ରହିଛି । ଏହାବାଦ ଛତିଶଗଡ, ଝାଡଖଣ୍ଡ, ମହାରାଷ୍ଟ୍ରର ଗୋଟିଏ ଲେଖାଏଁ କୋଇଲା ଖଣିର ନିଲାମ ପ୍ରକ୍ରିୟା ମଧ୍ୟ କରିଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ

Coal Mine Auction
Coal Mine Auction

ନୂଆଦିଲ୍ଲୀ: କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ 4 ରାଜ୍ୟର 5 ଟି କୋଇଲା ଖଣିର ବ୍ୟବସାୟିକ ଭିତ୍ତିକ ନିଲାମ କରାଯାଇଛି । ଏଥିରେ ଓଡିଶାର ଦୁଇଟି କୋଇଲା ଖଣି - ଉତ୍କଳ ବି1 ଓ ବି2 ରହିଛି । ଏହି ଦୁଇଟି ଖଣିକୁ ଜିନ୍ଦଲ ଷ୍ଟିଲ ଓ ପାୱାର ଲିମିଟେଡ ନିଲାମ ଆଧାରରେ ପାଇଛନ୍ତି ।

ଉଭୟ ଖଣିର ପିଆରସି କ୍ଷମତା ବା ସର୍ବାଧିକ କୋଇଲା ଉତ୍ପାଦନ କ୍ଷମତା ବାର୍ଷିକ ୮.୦୦୦ ନିୟୁତ ଟନ ଥିବାବେଳେ ଏଥିରେ ମୋଟ ୩୪୭.୦୮ ନିୟୁତ ଟନ ଭୂଗର୍ଭ କୋଇଲା ଗଚ୍ଛିତ ହୋଇ ରହିଛି । ଖଣିର ପିଆରସି କ୍ଷମତାକୁ ଆଧାର କରି ଏହି ଦୁଇଟି ଖଣିରୁ ବାର୍ଷିକ ୧୧୦୭.୦୫ କୋଟି ଟଙ୍କାର ରାଜସ୍ବ ଆୟ ହେବ ବୋଲି ଅନୁମାନ କରିଛନ୍ତି କେନ୍ଦ୍ର ସରକାର। ଦୁଇଟି ଖଣିରେ ୧୨୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ୧୦ ହଜାର ୮୧୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଏହାବାଦ ଛତିଶଗଡ, ଝାଡଖଣ୍ଡ, ମହାରାଷ୍ଟ୍ରର ଗୋଟିଏ ଲେଖାଏଁ କୋଇଲା ଖଣିର ନିଲାମ ପ୍ରକ୍ରିୟା ମଧ୍ୟ କରିଛନ୍ତି କେନ୍ଦ୍ର ସରକାର । କୋଇଲା ମନ୍ତ୍ରଣାଳୟ ଦ୍ଵାରା ଇ-ନିଲାମୀ ପ୍ରକ୍ରିୟାରେ ଏସବୁ କୋଇଲା ଖଣିର ବ୍ୟବସାୟୀକ ନିଲାମୀ କରିଛନ୍ତି । କୋଇଲା ଖଣି ଗୁଡିକର ବ୍ୟବସାୟୀକ ନିଲାମୀ ପାଇଁ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଟେଣ୍ଡର ଆହ୍ଵାନ କାରଯାଇଥିଲା । କୋଇଲା ଖଣି (ସ୍ବତନ୍ତ୍ର ବ୍ୟବସ୍ଥା) –ସିଏମ (ଏସପି) ଆଇନ, ୨୦୧୫ ଅଧୀନରେ ନିଲାମୀର ୧୪ତମ ପର୍ଯ୍ୟାୟ ଓ ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) –ଏମଏମଡିଆର ଆଇନ, ୧୯୫୭ ଅଧୀନରେ ଏସବୁ କୋଇଲା ଖଣିର ନିଲାମୀ ପାଇଁ ଡିସେମ୍ବର ୧୬, ୨୦୨୧ ରେ ଏନଆଇଟି ଜାରି ହୋଇଥିଲା । ଏମଏସଟିସି ପ୍ଲାଟଫର୍ମ ଜରିଆରେ ମାର୍ଚ୍ଚ ୩୧ ଏବଂ ଏପ୍ରିଲ ୧, ୨୦୨୨ରେ ଅନୁଷ୍ଠିତ ଇ-ନିଲାମୀ ପ୍ରକ୍ରିୟାରେ ମୋଟ ପାଞ୍ଚଟି ସିଏମଏସପି କୋଇଲା ଖଣିକୁ ନିଲାମୀ ପାଇଁ ରଖାଯାଇଥିଲା।

ନିଲାମୀରେ ସାମିଲ ଥିବା ସମସ୍ତ ୫ ଟି କୋଇଲା ଖଣି ସମ୍ପୂର୍ଣ୍ଣ ଭାବେ ଅନ୍ବେଷଣ କରାଯାଇଥିବା କୋଇଲା ଖଣି ହୋଇଥିବା ବେଳେ ଏସବୁ ଖଣିର ଭୂଗର୍ଭ ଭଣ୍ଡାରରେ ମୋଟ ୬୬୫.୦୮ ନିୟୁତ ଟନ କୋଇଲା ଗଚ୍ଛିତ ରହିଛି । ଏଗୁଡିକର ପିଆରସି କ୍ଷମତା ବାର୍ଷିକ ୧୪.୭୫୬ ନିୟୁତ ଟନ ରହିଛି ।

ବ୍ୟବସାୟିକ କୋଇଲା ଖଣି ନିଲାମୀ ପ୍ରକ୍ରିୟା ଅଧୀନରେ ଏବେ ସୁଦ୍ଧା ମୋଟ ୪୭ଟି କୋଇଲା ଖଣି ନିଲାମ ହୋଇସାରିଛି । ଏଥିରେ ଚତୁର୍ଥ ପର୍ଯ୍ୟାୟରେ ନିଲାମୀ ହୋଇଥିବା ଏହି ୫ ଟି କୋଇଲା ଖଣି ମଧ୍ୟ ସାମିଲ ରହିଛି । ବର୍ତ୍ତମାନ ସୁଦ୍ଧା ନିଲାମ ହୋଇସାରିଥିବା କୋଇଲା ଖଣି ଗୁଡିକର ସର୍ବମୋଟ ପିଆରସି କ୍ଷମତା ବାର୍ଷିକ ୧୦୧.୪୦୪ ନିୟୁତ ଟନ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details