ଓଡିଶା

odisha

ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିମାଡରେ ୪ ଯବାନ ମୃତ, ରିପୋର୍ଟ ମାଗିଲେ ପ୍ରତିରକ୍ଷା ମନ୍ତ୍ରୀ

By

Published : Apr 12, 2023, 10:40 AM IST

Updated : Apr 12, 2023, 11:36 AM IST

ପଞ୍ଜାବର ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିମାଡ । ୪ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ସମଗ୍ର ଅଞ୍ଚଳକୁ ସିଲ କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

firing inside Bathinda Military Station
firing inside Bathinda Military Station

firing inside Bathinda Military Station

ଚଣ୍ଡିଗଡ: ପଞ୍ଜାବର ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିମାଡ । ଭୋର ୪ଟା ୩୫ ମିନିଟ ସମୟରେ ଏହି ଗୁଳିମାଡ ହୋଇଥିବା ବେଳେ ଏଥିରେ ୪ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବର ପାଇ QRT (କ୍ବିକ ରେସ୍ୟୁ ଟିମ) ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ବେଳେ ସମଗ୍ର ଅଞ୍ଚଳକୁ ସିଲ କରାଯାଇଛି । ଏନେଇ ସାଉଥ ଓ୍ବେଷ୍ଟ କମାଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଘଟଣାର ସମ୍ପୂର୍ଣ୍ଣ ରିପୋର୍ଟ ମାଗିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ଘଟଣାର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ଭଟିଣ୍ଡା ଏସଏସପି ଆତଙ୍କବାଦୀ ଆକ୍ରମଣକୁ ଅସ୍ବୀକାର କରିଛନ୍ତି । ପରସ୍ପର ମୁହାଁମୁହିଁ ବା ଗୋଷ୍ଠୀ ସଂଘର୍ଷରୁ ଏହି ଅଘଟଣ ହୋଇଥିବା ନେଇ ସ୍ଥାନୀୟ ପୋଲିସ ପକ୍ଷରୁ କୁହାଯାଇଛି । ତେବେ ମିଲିଟାରୀ ଷ୍ଟେସନ ଭିତରକୁ ପୋଲିସର ପ୍ରବେଶକୁ ମଧ୍ୟ ବାରଣ କରାଯାଇଥିବା ବିଶେଷ ସୁତ୍ରରୁ ଖବର ମିଳିଛି ।

ଏହା ମଧ୍ୟ ପଢନ୍ତୁ:Airstrikes on Myanmar village: ସେନାର ବର୍ବରତା, ଆଖିବୁଜା ଗୁଳିମାଡରେ ୧୦୦ ମୃତ

ଏନେଇ ଅତିରିକ୍ତ ପୋଲିସ ଅଧିକାରୀ କହିଛନ୍ତି,"ବର୍ତ୍ତମାନ ପଞ୍ଜାବରେ ସ୍ଥିତି ଶାନ୍ତ ରହିଛି । ଆମେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଗକୁ ବୈଶାଖୀ ରହିଥିବାରୁ ସହରରେ ଗହଳି ହେବାର ଅନୁମାନ କରାଯାଉଛି । ତେବେ ଆସନ୍ତା ୧୪ରେ ବୈଶାଖୀ ରହିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢାଯିବ । ଏବେ ଆଉ ଗୁଳିମାଡ ହେଉନାହିଁ, ପରିସ୍ଥିତି ଶାନ୍ତ ରହିଛି ।"

ଏହା ମଧ୍ୟ ପଢନ୍ତୁ: କର୍ଣ୍ଣାଟକ ବିଜେପିରେ ବିଦ୍ରୋହର ଆଭାଷ: ଟିକେଟ ନମିଳିଲେ ଦଳ ବିରୋଧରେ ଲଢିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର

ମିଳିଥିବା ଖବର ଅନୁସାରେ, ମିଲିଟାରୀ ଅଧିକାରୀଙ୍କ ମଧ୍ୟରେ ହିଁ ଝଗଡା ହୋଇଥିଲା । ଭୋର ୪ଟା ୩୫ ମିନିଟ ସୁଦ୍ଧା ଏହି ଘଟଣା ହୋଇଥିବାରୁ ସେନା ଅଧିକାରୀଙ୍କ ମଧ୍ୟରେ ସଂଘର୍ଷ ବୋଲି ଆଶଙ୍କା କରାଯାଉଛି । ତେବେ ବର୍ତ୍ତମାନ ଗୁଳି ଚାଳନା ବନ୍ଦ ରହିଥିବା ବେଳେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ପ୍ରକାଶଥାଉକି, ଭଟିଣ୍ଡା ମିଲିଟାରୀ ଷ୍ଟେସନ ସହରକୁ ଲାଗି ରହିଛି । ଏହା ପୂର୍ବରୁ ସହର ଠାରୁ କିଛି ଦୂରରେ ରହିଥିଲା, କିନ୍ତୁ ସଂପ୍ରସାରଣ ହେବା ପରେ ଏହି ମିଲିଟାରୀ ଷ୍ଟେସନ ସହରକୁ ଲାଗି ଯାଇଛି ।

ତେବେ ଏହା ପୂର୍ବରୁ ପଳାତକ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂକୁ ଗିରଫ କରିବା ପାଇଁ ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇପାରି ନାହିଁ । ବୈଶାଖୀ ପର୍ବରେ ଏକାଠି ହେବାକୁ ସମର୍ଥକଙ୍କୁ ପଳାତକ ଅମ୍ରିତପାଲ ସିଂ ଅପିଲ୍‌ କରିଥିବା ଭିଡିଓ ଭାଇରାଲ ହେବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ବର୍ତ୍ତମାନ ଆଜିର ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯିବ ବୋଲି ପୋଲିସ ଏସପି ଅଜୟ ଗାନ୍ଧି କହିଛନ୍ତି ।

ଅନ୍ୟପଟେ ଏହି ଘଟଣାକୁ ନେଇ ଭାରତୀୟ ସେନା ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଭାରତୀୟ ସେନା କହିଛି ଯେ, "ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିମାଡରେ ପ୍ରାଣ ହରାଇଥିବା ୪ଜଣ ଯବାନ ରହିଥିଲେ । ତେବେ ୪ଜଣଙ୍କ ବ୍ୟତୀତ ଅନ୍ୟ କୌଣସି ଯବାନଙ୍କ କ୍ଷୟକ୍ଷତି ହୋଇନାହିଁ । ତେବେ ଏହି ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆଣିବା ପାଇଁ ପଞ୍ଜାବ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ତେବେ ଦୁଇ ଦିନ ତଳେ ନିଖୋଜ ହୋଇଯାଇଥିବା INSAS ରାଇଫଲକୁ ନେଇ ଝଗଡା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ସମସ୍ତ ଦିଗକୁ ଆଖିଆଗରେ ରଖି ତଦନ୍ତ କରାଯାଇ ସତ୍ୟ ସାମ୍ନାକୁ ଅଣାଯିବ । ୪ଜଣ ସେନା ପ୍ରାଣ ହରାଇବା ଫଳରେ ଆମ ପାଇଁ ବଡ କ୍ଷତି ହୋଇଛି ।"

ଅନ୍ୟପଟେ ଏହି ଘଟଣାକୁ ନେଇ କିଛି ସମୟ ମଧ୍ୟରେ ସମ୍ପୂର୍ଣ୍ଣ ରିପୋର୍ଟ ଦେବା ପାଇଁ ଭାରତୀୟ ସ୍ଥଳ ସେନା ମୁଖ୍ୟ ମନୋଜ ପାଣ୍ଡେଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 12, 2023, 11:36 AM IST

ABOUT THE AUTHOR

...view details