ନୂଆଦିଲ୍ଲୀ:ଦେଶରେ ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଜାରି ହୋଇଥିବା ପ୍ରଚାର ନିଷେଧ କଟକଣା ଅବଧିକୁ ବୃଦ୍ଧି କରିଛନ୍ତି ନିର୍ବାଚନ ଆୟୋଗ । ବର୍ତ୍ତମାନ ଜାନୁୟାରୀ 31 ପର୍ଯ୍ୟନ୍ତ ନିର୍ବାଚନ ରାଲି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଆୟୋଗ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏବଂ ନିର୍ବାଚନ ହେବାକୁ ଥିବା ପାଞ୍ଚଟି ରାଜ୍ୟର ମୁଖ୍ୟ ସଚିବଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ।
ତେବେ ମାତ୍ର 5 ଜଣଙ୍କ ଦ୍ବାରା ଡୋର-ଟୁ ଡୋର ପ୍ରଚାର ଅଭିଯାନ ପାଇଁ ପୂର୍ବରୁ ଅନୁମତି ରହିଥିବା ବେଳେ ଉକ୍ତ ନିଷ୍ପତ୍ତିରେ ସାମାନ୍ୟ ପରିବର୍ତ୍ତନ ଆଣି 10 ଜଣଙ୍କୁ ଅନୁମତି ଦିଆଯାଇଛି । ସେହିପରି କୋଭିଡ ଗାଇଡଲାଇନ ସହ ଖୋଲା ସ୍ଥାନରେ ପ୍ରଚାର ଓ ଜନସଭାକୁ ଅନୁମତି ପ୍ରଦାନ କରାଯାଇଥିଲା ।