ଓଡିଶା

odisha

ଭୂକମ୍ପରେ ଥରିଲା ଲଦାଖ, ତୀବ୍ରତା 4.1 ରେକର୍ଡ

By

Published : Jul 26, 2022, 12:57 PM IST

ଲେ-ଲଦାଖରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.1 ଆକଳନ ହୋଇଛି । ଅଧିକ ପଢ଼ନ୍ତୁ

earthquake hits in ladakh
ଭୂକମ୍ପରେ ଥରିଲା ଲଦାଖ, ତୀବ୍ରତା 4.1 ରେକର୍ଡ

ଲଦାଖ:ମଙ୍ଗଳବାର ଲେ-ଲଦାଖରେ ଭୂକମ୍ପ ଅନୁଭୂତ ହୋଇଛି । ସକାଳ ପ୍ରାୟ 8ଟା 42ରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ କେନ୍ଦ୍ର (National Center for Seismology) ପକ୍ଷରୁ ସୂଚନା ମିଳିଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.1 ରହିଥିବା ଭୂକମ୍ପ କେନ୍ଦ୍ର ସୂଚନା ଦେଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଲେ-ଲଦାଖର 293 କିମି ପୂର୍ବ-ଉତ୍ତର -ପୂର୍ବ (293 km ENE)ରେ ରହିଛି ।

ଯାହାର ଗଭୀରତା 35 କିଲୋମିଟର ରହିଥିବାବେଳେ ଏହାର ଅକ୍ଷାଂଶ 35.18 ଏବଂ ଦ୍ରାଘିମା 80.53 ରହିଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

ABOUT THE AUTHOR

...view details