ଓଡିଶା

odisha

ସମ୍ପର୍କୀୟ ସହ ଲାଗିଥିଲା ପ୍ରେମିକାର ବିବାହ, ଜୀବନ ନେଇଗଲା ପ୍ରେମିକ

By

Published : Dec 16, 2022, 8:54 AM IST

ପ୍ରେମିକାକୁ ବିବାହ କରିବାକୁ ସମ୍ପର୍କୀୟ ପଡିଥିଲା ପ୍ରସ୍ତାବ । ପ୍ରେମିକ ଓ ପ୍ରେମିକାଙ୍କ ମଧ୍ୟରେ କଣ୍ଟା ସାଜିବାରୁ ସମ୍ପର୍କୀୟଙ୍କୁ ହତ୍ୟା କଲେ ଯୁବକ । ଅଧିକ ପଢନ୍ତୁ

ସମ୍ପର୍କୀୟ ସହ ଲାଗିଥିଲା ପ୍ରେମିକାର ବିବାହ
ସମ୍ପର୍କୀୟ ସହ ଲାଗିଥିଲା ପ୍ରେମିକାର ବିବାହ

ନୂଆଦିଲ୍ଲୀ:ପ୍ରେମିକା ସହ ପ୍ରେମିକର ସମ୍ପର୍କୀୟଙ୍କ ପଡିଥିଲା ବିବାହ ପ୍ରସ୍ତାବ, ସହିପାରିଲାନି ପ୍ରେମିକ । ଦୁହେଁଙ୍କ ରାସ୍ତାରେ ସମ୍ପର୍କୀୟ କଣ୍ଟା ସାଜିବାରୁ ପ୍ରେମିକ ମୁଣ୍ଡରେ ଚଢିଲା ପିତ । ସମ୍ପର୍କୀୟଙ୍କୁ ଛୁରୀ ଭୁସି ହତ୍ୟା କଲେ ଯୁବକ। ହତ୍ୟାକାଣ୍ଡର ୫ ମାସ ପରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ରାଜଧାନୀ ଦିଲ୍ଲୀରୁ ସାମ୍ନାକୁ ଆସିଛି ଏପରି ଘଟଣା । ଦିଲ୍ଲୀରେ ହତ୍ୟା କରି ଫେରାର ହୋଇଯାଇଥିବା ବେଳେ ବେଙ୍ଗାଲୁରୁରୁ ଗିରଫ କଲା ପୋଲିସ । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଆବୁ ଉସମାନ ।

ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ,'' ଆବୁ ଉସମାନ ଗତ ଜୁଲାଇ ମାସରେ ନିଜ ସମ୍ପର୍କୀୟଙ୍କୁ ଦିଲ୍ଲୀରେ ହତ୍ୟା କରି ପଶ୍ଚିମବଙ୍ଗରେ ଲୁଚି ରହିଥିଲା । ଏହା ପରେ ହତ୍ୟାକାରୀକୁ ଧରିବା ପାଇଁ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଗତ ୧୧ ତାରିଖ ଦିନ ବେଙ୍ଗାଲୁରୁର ଭିନୟାକ ଥିଏଟରରୁ ଅଭିଯୁକ୍ତକୁ ଗିରଫ କରାଯାଇଥିଲା''।

ଅଭିଯୁକ୍ତ ଜଣଙ୍କ ଜଣେ ଯୁବତୀଙ୍କୁ ଭଲପାଉଥିଲେ ଓ ତାଙ୍କୁ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ସମ୍ପର୍କୀୟ ଅନୱାରୁଲ ହକ ସେହି ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଥିଲା । ଫଳରେ ପ୍ରେମର ରାସ୍ତାରେ ଆସିଥିବା କଣ୍ଟାକୁ ହଟାଇବା ପାଇଁ ଯୋଜନା ସମ୍ପର୍କୀୟଙ୍କ ବିରୋଧରେ ଷଡଯନ୍ତ୍ର ରଚିଥିଲା ଅଭିଯୁକ୍ତ । ଏହାପରେ ଜୁଲାଇ ୩୧ ତାରିଖରେ ଅଭିଯୁକ୍ତ ସମ୍ପର୍କୀୟଙ୍କୁ ସେରପୁର ଚୌକକୁ ଡାକି ସହଯୋଗୀଙ୍କ ଦ୍ବାରା ତାଙ୍କୁ ଆକ୍ରମଣ କରିଥିଲେ । ଏହାପରେ ସେଠାରେ ତାଙ୍କୁ ହତ୍ୟା କରି ୩ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-Shraddha Murder Case: ଜଙ୍ଗଲରୁ ମିଳିଲା ୧୩ ଖଣ୍ଡ ହାଡ଼, ଶ୍ରଦ୍ଧା ପିତାଙ୍କ ସହ ମ୍ୟାଚ DNA ନମୁନା

ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ଆବୁ ଉସମାନର ୨ ସହଯୋଗୀଙ୍କୁ ଗିରଫ କରିଥିଲା । ପଚରାଉଚରା ସମୟରେ ଦୁଇ ଅଭିଯୁକ୍ତ ଘଟଣା ସମ୍ପର୍କରେ ପୋଲିସକୁ କହିଥିଲେ । ଏହାପରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ୫ ମାସ ପରେ ଗିରଫ କରିବାରେ ସଫଳ ହୋଇଛି ।

ABOUT THE AUTHOR

...view details