ଓଡିଶା

odisha

ଟିକା ମୂଲ୍ୟ ହ୍ରାସ କରିବାକୁ ନିବେଦନ କଲା ଦିଲ୍ଲୀ, କେନ୍ଦ୍ର ଖର୍ଚ୍ଚ ବହନ କରୁ ବୋଲି ତାମିଲନାଡୁର ଅନୁରୋଧ

By

Published : Apr 26, 2021, 9:47 PM IST

ଦେଶରେ ଟୀକାକରଣର 3ୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଥିବାବେଳେ ମୁକ୍ତ ଟୀକାକରଣ ଓ ଟିକାର ଦର ହ୍ରାସ କରିବା ଦାବି ମଧ୍ୟ ଜୋର ଧରିବାରେ ଲାଗିଛି । ଅଧିକ ପଢନ୍ତୁ...

ଟିକା ମୂଲ୍ୟ ହ୍ରାସ କରିବାକୁ ନିବେଦନ କଲା ଦିଲ୍ଲୀ, କେନ୍ଦ୍ର ଖର୍ଚ୍ଚ ବହନ କରୁ ବୋଲି ତାମିଲନାଡୁର ଅନୁରୋଧ
ଟିକା ମୂଲ୍ୟ ହ୍ରାସ କରିବାକୁ ନିବେଦନ କଲା ଦିଲ୍ଲୀ, କେନ୍ଦ୍ର ଖର୍ଚ୍ଚ ବହନ କରୁ ବୋଲି ତାମିଲନାଡୁର ଅନୁରୋଧ

ହାଇଦ୍ରାବାଦ: ଦେଶରେ ଟୀକାକରଣର 3ୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଥିବାବେଳେ ମୁକ୍ତ ଟୀକାକରଣ ଓ ଟିକାର ଦର ହ୍ରାସ କରିବା ପାଇଁ ବିଭିନ୍ନ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି କରୁଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ସାମିଲ ହୋଇଛନ୍ତି ଦିଲ୍ଲୀ ଓ ତାମିଲନାଡୁ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କୋଭିଶିଲ୍ଡ ଟିକା ଉତ୍ପାଦନ କରୁଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏହି ଟିକାକୁ ରାଜ୍ୟ ସରକାରମାନଙ୍କୁ 400 ଟଙ୍କାରେ ବିକ୍ରି କରିବ, ଭରତ ବାୟୋଟେକ୍ କୋଭାକ୍ସିନ ପାଇଁ ରାଜ୍ୟଗୁଡିକ ପାଇଁ 600 ଟଙ୍କା ଦେବାକୁ ସ୍ଥିର କରିଛି । ସେହିପରି ଟିକା ଉତ୍ପାଦନକାରୀ ପ୍ରତି ଡୋଜ ପ୍ରତି 150 ଟଙ୍କାରେ କେନ୍ଦ୍ର ସରକାରକୁ ଯୋଗାଇବା ପାଇଁ ସ୍ଥିର କରିଛନ୍ତି । ଉଭୟ ଉତ୍ପାଦନକାରୀ ସଂସ୍ଥା ରାଜ୍ୟ ସରକାରମାନଙ୍କୁ ମଧ୍ୟ ସେହି 150 ଟଙ୍କା ମୂଲ୍ୟରେ ପ୍ରତି ଡୋଜ ଟିକା ଯୋଗାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ନିବେଦନ କରିଛନ୍ତି ।

ସେହିପରି ତାମିଲନାଡୁ ମଧ୍ୟ ଟିକାକରଣ ପ୍ରସଙ୍ଗରେ କେନ୍ଦ୍ରର ଦୃଷ୍ଟି ଆକର୍ଶଣ କରିଛି । ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏ ପଲାନି ସାମି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି 18-45 ବର୍ଷ ବୟସ ବ୍ୟକ୍ତି ବିଶେଷଙ୍କ ସହ ଅନ୍ୟ ସମସ୍ତ ବର୍ଗର ଜନସାଧାରଣଙ୍କ ପାଇଁ ଆବଶ୍ୟକ ପରିମାଣର ଟିକା କ୍ରୟ ଏବଂ ଯୋଗାଣ ଭାର କେନ୍ଦ୍ର ସରକାର ବହନ କରନ୍ତୁ ବୋଲି ଅନୁରୋଧ କରିଛନ୍ତି । ଏପରି ହୋଇ ପାରିଲେ ରାଜ୍ୟ ସରକାରମାନେ କିଛି ଆର୍ଥିକ ସହାୟତା ପାଇ ପାରିବେ ବୋଲି ପଲାନିସାମି ଚିଠିରେ ଉଲ୍ଲେଖ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details