ଓଡିଶା

odisha

ସରିଲା ମୁଖ୍ୟମନ୍ତ୍ରୀ ସୋରେନଙ୍କ ଡେଡଲାଇନ, ଇଡିର ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା

By ETV Bharat Odisha Team

Published : Jan 2, 2024, 6:55 AM IST

ED summons to CM Hemant Soren: ଜଟିଳ ହେଉଛି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟରେ ବିବାଦ । ୭ ଥର ସମନକୁ ମୁଖ୍ୟମନ୍ତ୍ରୀଙ୍କ ଅଣଦେଖା କରିବାକୁ ନେଇ ଇଡିର ପରବର୍ତ୍ତୀ ପଦକ୍ଷେପକୁ ନେଇ ଚର୍ଚ୍ଚା । ଅଧିକ ପଢନ୍ତୁ

ଜଟିଳ ହେଉଛି ମୁଖ୍ୟମନ୍ତ୍ରୀ ସୋରେନଙ୍କ ସମସ୍ୟା, ଇଡିର ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା
ଜଟିଳ ହେଉଛି ମୁଖ୍ୟମନ୍ତ୍ରୀ ସୋରେନଙ୍କ ସମସ୍ୟା, ଇଡିର ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା

ରାଞ୍ଚି:ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟରେ ଦିନକୁ ଦିନ ଜଟିଳ ହେଉଛି ସମସ୍ୟା । ବାରମ୍ବାର ସମନ ସତ୍ତ୍ବେ ଆସୁନାହାନ୍ତି ମୁଖ୍ୟମନ୍ତ୍ରୀ ସୋରେନ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜମି ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର 7ଟି ସମନକୁ ଅଣଦେଖା କରିଚାଲିଛନ୍ତି । ଇଡି 2 ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ପଚରାଉଚୁରା ସହ ବୟାନ ରେକର୍ଡ କରିବା ପାଇଁ ସ୍ଥାନ ଓ ସମୟ ଜଣାଇବାକୁ ଏକ ପତ୍ର ମାଧ୍ୟମରେ ଜଣାଇଥିଲେ । ଯାହାକୁ ମୁଖ୍ୟମନ୍ତ୍ରୀ ସୋରେନ ଏଡାଇ ଦେଇଥିଲେ । ଯାହା ଉଭୟ ମୁଖ୍ୟମନ୍ତ୍ରୀ ଏବଂ ଇଡି ମଧ୍ୟରେ ତିକ୍ତତା ବଢାଇଛି ।

ଗୋଟିଏ ପଟେ ଏହି ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ଆଇନଗତ ପରାମର୍ଶ ନେଉଥିବା ବେଳେ ଅନ୍ୟପକ୍ଷରେ ଇଡି ମଧ୍ୟ ଆଗାମୀ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା କରୁଛି । ୬ ଥର ସମନ ପଠାଇବା ସତ୍ତ୍ବେ ନ ଆସିବାରୁ ଇଡି ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ବଡଗାଇ ଜମି ଘୋଟାଲା ମାମଲାରେ ବୟାନ ରେକର୍ଡ କରିବା ପାଇଁ ୩୧ ଡିସେମ୍ବର ଯାଏଁ ଡେଡଲାଇନ ଦେଇଥିଲା । ଏଥିସହ ତାଙ୍କୁ ସ୍ଥାନ ଏବଂ ସମୟ ସ୍ଥିର କରିବାକୁ ମଧ୍ୟ ଚିଠି ଲେଖିଥିଲା ଇଡି ।

ଏହା ମଧ୍ୟ ପଢନ୍ତୁ...ଇଡି ସମନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଲେ କେଜ୍ରିୱାଲ, ଆଜି ହେବେନି ହାଜର

ଇଡି ନିଜ ଚିଠିରେ କହିଥିଲା ଯେ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବଡଗାଇ ଜମି ଘୋଟାଲା ମାମଲାରେ ପଡରାଉଚୁରା କରିବା ଅତି ଆବଶ୍ୟକ ଅଟେ । ଏହି ମାମଲାର ଯାଞ୍ଚ ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ଏହା ଜରୁରୀ । ତାଙ୍କର ବୟାନ ଦର୍ଜ ନ ହେବା ଦ୍ବାରା ଯାଞ୍ଚ ପ୍ରକ୍ରିୟା ପ୍ରଭାବିତ ହେବାର ସମ୍ଭାବନା ରହିଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତିମ ସୁଯୋଗ ଦିଆଯାଉଛି ଯେ ସେ ଏପରି ଏକ ସ୍ଥାନ ସ୍ଥିର କରନ୍ତୁ ଯାହା ଉଭୟ ଇଡି ଓ ତାଙ୍କ ପାଇଁ ଉପଯୁକ୍ତ ହେବ ।

ପ୍ରକାଶଯୋଗ୍ୟ ଯେ, ୨୦୨୨ ମସିହା ନଭେମ୍ବର ୧୮ ତାରିଖରେ ବେଆଇନ ଖଣି ମାମଲାରେ ଇଡି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରାୟ ୧୦ ଘଣ୍ଟା କାଳ ପଚରାଉଚୁରା କରିଥିଲା । ପରେ ଜମି ଦୁର୍ନୀତି ମାମଲାରେ ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଭିଯୋଗ ଅନୁସାରେ ଏକାଧିକ ଲୋକଙ୍କ ନକଲି ନାମ, ଠିକଣା ଓ ଅନ୍ୟ ଜାଲ୍ କାଗଜପତ୍ର ବ୍ୟବହାର କରି ରାଞ୍ଚିରେ ଥିବା ଭାରତୀୟ ସେନା ଅଧିକୃତ ଜମିକୁ ବେଆଇନ ଦଖଲ କରାଯାଇଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ସୋରେନଙ୍କ ନାଁ ମଧ୍ୟ ଆସିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details