ଓଡିଶା

odisha

G-20 Summit: ଦିଲ୍ଲୀ ଗଳି କନ୍ଦିରେ ଲାଗିଲା ମାଙ୍କଡ କଟଆଉଟ୍, ଜାଣନ୍ତୁ କାରଣ...

By ETV Bharat Odisha Team

Published : Aug 31, 2023, 4:47 PM IST

Updated : Aug 31, 2023, 5:24 PM IST

G-20 ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ମାଙ୍କଡ କଟଆଉଟ୍ ଲଗାଯାଇଛି। ଏହାସହ ମାଙ୍କଡ ଭଳି ଶବ୍ଦ କରିପାରୁଥିବା 30-40ଜଣ ତାଲିମପ୍ରାପ୍ତ ଲୋକଙ୍କୁ ନିୟୋଜିତ କରାଯାଇଛି। ଅଧିକ ପଢନ୍ତୁ

ଦିଲ୍ଲୀରେ ଲାଗିଲା ମାଙ୍କଡ କଟଆଉଟ୍
cut outs of baboon installed

cut outs of baboon installed

ନୂଆଦିଲ୍ଲୀ:G-20 ଶିଖର ସମ୍ମିଳନୀ ପାଇଁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଅନେକ ସମୟରେ ଦିଲ୍ଲୀରେ ମାଙ୍କଡଙ୍କ ଉପଦ୍ରବ ଦେଖିବାକୁ ମିଳିଥାଏ। ଯାତ୍ରୀ ତଥା ସ୍ଥାନୀୟବାସିନ୍ଦା ମାଙ୍କଡ ଆକ୍ରମଣର ଶିକାର ହୋଇଥାନ୍ତି। G-20 ଶିଖର ସମ୍ମିଳନୀ ପାଇଁ ଆସିବାକୁ ଥିବା ପ୍ରମୁଖ ଦେଶ ଗୁଡିକର ରାଷ୍ଟ୍ରମୁଖ୍ୟମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ଏନେଇ ଉଭୟ ଦିଲ୍ଲୀ ନଗରପାଳିକା ଓ ବନବିଭାଗ ପକ୍ଷରୁ ମିଳିତ ଭାବେ ପଦକ୍ଷେପ ଗ୍ରହଣ କରାଯାଇଛି।

ସେପ୍ଟେମ୍ବର 8 ତାରିଖରୁ 10 ତାରିଖ ପର୍ଯ୍ୟନ୍ତ ମାଙ୍କଡମାନଙ୍କୁ ଜି -20 ସମ୍ମିଳନୀ ହେବାକୁ ଥିବା ସ୍ଥାନରୁ ଦୂରରେ ରଖାଯିବାର ବ୍ୟବସ୍ଥା ହୋଇଛି। ପ୍ରତ୍ୟେକ କଟଆଉଟ୍ ସହିତ ଜଣେ ବ୍ୟକ୍ତିଙ୍କୁ ନିୟୋଜିତ କରାଯାଉଛି, ଯିଏ ମାଙ୍କଡ ଭଳି ଶବ୍ଦ ବା ମାଙ୍କଡର ମିମିକ୍ରି କରିପାରୁଥିବେ। ଏହି ପରିପ୍ରେକ୍ଷୀରେ, ଏନଡିଏମସି ଉପାଧ୍ୟକ୍ଷ ସତୀଶ ଉପାଧ୍ୟାୟ କହିଛନ୍ତି , "ପ୍ରାୟ 30-40ଜଣ ତାଲିମପ୍ରାପ୍ତ ଲୋକଙ୍କୁ ଏହି ସ୍ଥାନ ଚାରିପାଖରେ ନିୟୋଜିତ କରାଯିବ। ଯେଉଁମାନେ ମାଙ୍କଡ ବୋବାଇବା ଶବ୍ଦ କରି ମାଙ୍କଡମାନଙ୍କୁ ଭୟଭୀତ କରିପାରିବେ। ତେବେ ସର୍ଦ୍ଦାର ପଟେଲ ମାର୍ଗ ସମେତ ଅଧିକ ମାଙ୍କଡ ଥିବା ସ୍ଥାନମାନଙ୍କରେ ମାଙ୍କଡ ସଦୃଶ କଟଆଉଟ ସ୍ଥାପନ କରାଯାଇଛି।

cut outs of baboon installed

ସେ ଆହୁରି ମଧ୍ୟ କହିଛନ୍ତି, "G-20 ଶିଖର ସମ୍ମିଳନୀ ପାଇଁ ବିଭିନ୍ନ ଏଜେନ୍ସି ଦ୍ୱାରା ଲଗାଯାଇଥିବା ଫୁଲ ଗଛକୁ ନଷ୍ଟ କରିଛନ୍ତି ମାଙ୍କଡ। ଏହିପରି ଭାବେ ସଂପୃକ୍ତ ଅଞ୍ଚଳରେ ଦୀର୍ଘ ଦିନ ଧରି ମାଙ୍କଡ ଉପଦ୍ରବ ଦେଖିବାକୁ ମିଳୁଥିବାବେଳେ ବିଦେଶୀ ଅତିଥିମାନେ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ସେଥିପାଇଁ ମାଙ୍କଡମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଏହାସହ ମାଙ୍କଡଙ୍କୁ ଭୟଭୀତ କରିବାକୁ ତ୍ବରିତ ପଦକ୍ଷେପ ମଧ୍ୟ ନିଆଯାଉଛି।"

cut outs of baboon installed

ଏହା ବି ପଢନ୍ତୁ...G-20 summit: ପୁଟିନଙ୍କ ରାସ୍ତାରେ ଜିନପିଙ୍ଗ, ଆସିବେନି ଭାରତ !

ପଞ୍ଚଶୀଲ ମାର୍ଗ, କମାଲ ଅତାତୁର୍କ ମାର୍ଗ, କୌଟିଲ୍ୟ ମାର୍ଗ, ରାଜାଜୀ ମାର୍ଗ, ତିନ ମୂର୍ତ୍ତି, ବିନୟ ମାର୍ଗ, ଅକବର ରୋଡ୍, ଏସପି ମାର୍ଗ, ମଦର ଟେରେସା, ତାଲକଟୋରା ଗାର୍ଡେନ, ଆଦି ସ୍ଥାନମାନଙ୍କରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଏହିପରିଭାବେ 12ଟି ପ୍ରମୁଖ ସ୍ଥାନରେ ପାଖାପାଖି 20ଟି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଯାହାକି ଏହି ସ୍ଥାନମାନଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି କରିବ। ଅନ୍ୟପକ୍ଷରେ କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ମଲ୍ଟି–ଏଜେନ୍ସି କଣ୍ଟ୍ରୋଲ ରୁମ୍‌‌ ସ୍ଥାପନ କରାଯିବ । ଗାଜିଆବାଦ ହିଡନ ଏୟାରବେସ ଠାରୁ ପ୍ରଗତୀ ମୈଦାନର ଜି-୨୦ ସମ୍ମିଳନୀ କକ୍ଷ ପର୍ଯ୍ୟନ୍ତ ସୁରକ୍ଷାକର୍ମୀ ନିୟୋଜିତ ରହିବେ । ଏହି ସମ୍ମିଳନୀକୁ ଆସିବାକୁ ଥିବା ଅତିଥିମାନଙ୍କ ପାଇଁ ୩୦୦ଟି ବୁଲେଟପ୍ରୁଫ୍ ଗାଡିର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।

Last Updated : Aug 31, 2023, 5:24 PM IST

ABOUT THE AUTHOR

...view details