ଓଡିଶା

odisha

Delhi Fridge Murder Case: ଲିଭ-ଇନ ନୁହେଁ 2020ରେ ବିବାହ କରିଥିଲେ, ଜାଣିଥିଲା ଅଭିଯୁକ୍ତର ପରିବାର !

By

Published : Feb 18, 2023, 7:30 PM IST

ଦିଲ୍ଲୀ ନିକ୍କି ଯାଦବ ଫ୍ରିଜ ହତ୍ୟାକାଣ୍ଡ ମାମଲାର ସାମ୍ନାକୁ ଆସୁଛି ନୂଆ ତଥ୍ୟ । ଲିଭ-ଇନ ପାର୍ଟନର ନୁହେଁ ବରଂ ଉଭୟ କରିଥିଲେ ବିବାହ । ବିବାହରେ ଖୁସି ନଥିଲା ଅଭିଯୁକ୍ତର ପରିବାର । ଅଭିଯୁକ୍ତର ପିତା ସମେତ ୫ ଗିରଫ । ହତ୍ୟାକାଣ୍ଡ ସମ୍ପର୍କରେ ଜାଣିଥିବା ସନ୍ଦେହ । ଅଧିକ ପଢନ୍ତୁ

2020 ରେ ନିକ୍କିକୁ ବିବାହ କରିଥିଲା ଅଭିଯୁକ୍ତ, ଜଣିଥିଲେ ପରିବାର ସଦସ୍ୟ !
2020 ରେ ନିକ୍କିକୁ ବିବାହ କରିଥିଲା ଅଭିଯୁକ୍ତ, ଜଣିଥିଲେ ପରିବାର ସଦସ୍ୟ !

ନୂଆଦିଲ୍ଲୀ:ବହୁଚର୍ଚ୍ଚତ ଦିଲ୍ଲୀ ନିକ୍ତି ଯାଦବ ଫ୍ରିଜ ହତ୍ୟା ମାମଲା ଏବେ ଦେଶବ୍ୟାପୀ ଚର୍ଚ୍ଚାରେ ରହିଥିବା ବେଳେ ତଦନ୍ତ ଆଗେଇବା ସହ ଏକାଧିକ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଅଭିଯୁକ୍ତ ସାହିଲ ଗେହଲୋଟ୍ ଓ ହତ୍ୟାକାଣ୍ଡର ପୀଡିତା ନିକ୍କି ଯାଦବ ଲିଭ-ଇନ ପାର୍ଟନର ନୁହନ୍ତି ବରଂ ବିବାହ କରିଥିଲେ ବୋଲି ତଦନ୍ତରୁ ଜଣାପଡିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ତେବେ ଉଭୟଙ୍କ ବିବାହ ସମ୍ପର୍କରେ ଅଭିଯୁକ୍ତର ସାହିଲର ପରିବାର ସଦସ୍ୟଙ୍କୁ ମଧ୍ୟ ଜଣାଥିଲା । ସେମାନେ ବିବାହରେ ଖୁସି ନଥିଲେ ଓ ସାହିଲର ଦ୍ବିତୀୟ ବିବାହ କରାଇବାକୁ ଚାହୁଁଥିଲେ । ଶେଷରେ ସେମାନେ ଦ୍ବିତୀୟ ବିବାହ କରାଇଥିଲେ ମଧ୍ୟ । ଯେଉଁଥିପାଇଁ ଅଭିଯୁକ୍ତ ସାହିଲର ପିତା ସମେତ ମୋଟ ୫ଜଣ ସମ୍ପର୍କୀୟଙ୍କୁ ପୋଲିସ ଗିରଫ କରିଛି ।

ଫେବୃଆରୀ 10 ରେ ଅଭିଯୁକ୍ତ ସାହିଲ ନିଜ ବାନ୍ଧବୀ ତଥା ଲିଭ-ଇନ ପାର୍ଟନର ୨୩ ବର୍ଷୀୟା ନିକ୍କି ଯାଦବଙ୍କୁ ହତ୍ୟା କରିଥିଲା ବୋଲି ପ୍ରାଥମିକ ଭାବେ ପୋଲିସ କହିଥିଲା । ପରଦିନ ଅର୍ଥାତ ୧୧ ତାରିଖରେ ସେ ପରିବାର ପକ୍ଷରୁ ସ୍ଥିର ହୋଇଥିବା ଝିଅ ସହ ବିବାହ ମଧ୍ୟ କିରଥିଲା । ତେବେ ସାହିଲ ଓ ନିକ୍କି ବିବାହ କରିଥିବା ଜାଣି ମଧ୍ୟ ପରିବାର ଆଉ ଏକ ବିବାହ କରାଇଥିବା ତଦନ୍ତ କ୍ରମରେ ଜଣାପଡିଥିବା ପୋଲିସ କହିଛି । ସାହିଲର ପିତା ବିରେନ୍ଦ୍ର ସିଂ ଓ ଅନ୍ୟ ୪ଜଣଙ୍କୁ ଗିରଫ କରି ପୋଲିସ ଜେରା କରୁଛି । ସେମାନେ କେବଳ ବିବାହ ନା ହତ୍ୟାକାଣ୍ଡ ସମ୍ପର୍କରେ ମଧ୍ୟ ଜାଣିଥିଲେ, ତାହା ତଦନ୍ତ ପରେ ସ୍ପଷ୍ଟ ହେବା ନେଇ ପୋଲିସ କହିଛି ।

ତଦନ୍ତ କ୍ରମରେ ପୋଲିସ ଏହା ମଧ୍ୟ ଜାଣିବାକୁ ପାଇଛି ଯେ ସାହିଲ ଏବଂ ନିକ୍କି ଅକ୍ଟୋବର 2020ରେ ନୋଏଡାର କୌଣସି ଏକ ମନ୍ଦିରରେ ବିବାହ କରିଥିଲେ ଏବଂ ସାହିଲ ଏହି ବିବାହରେ ଖୁସି ମଧ୍ୟ ନଥିଲେ । ଅଭିଯୁକ୍ତର ସୂଚନା ଅନୁସାରେ ପୋଲିସ ଉଭୟଙ୍କ 2020 ମସିହାର ବିବାହ ସାର୍ଟିଫିକେଟ୍ ମଧ୍ୟ ଉଦ୍ଧାର କରିଛି । ଉଭୟଙ୍କ ବିବାହର କିଛି ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । ସାହିଲ ଓ ପରିବାର ସଦସ୍ୟ ଏହି ବିବାହରେ ଖୁସି ନଥିବା ବେଳେ ସାହିଲଙ୍କ ବିବାହ ଅନ୍ୟତ୍ର କରିବା ପାଇଁ ଯୋଜନା ରଖିଥିଲେ । ଏକଥା ନିକ୍କି ଜାଣିବା ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ତୀବ୍ର ରୂପ ନେଇଥିଲା । ବିବାହ ପାଇଁ ଚାପ ପକାଇବା ନୁହେଁ ବରଂ ଏହି କାରଣ ପାଇଁ ଅଭିଯୁକ୍ତ ନିକ୍କିଙ୍କୁ ହତ୍ୟା କରିଥାଇ ପାରେ ଓ ପରିବାର ସଦସ୍ୟଙ୍କର ମଧ୍ୟ ଏଥିରେ ସମ୍ପୃକ୍ତ ରହିଥିବା ଦିଗରେ ଏବେ ପୋଲିସର ସନ୍ଦେହ ଗତୁକରୁଛି ।

ଅନ୍ୟପଟେ ଅଭିଯୁକ୍ତର ପିତାଙ୍କ ସହ ଅନ୍ୟ ଗିରଫ ଅଭିଯୁକ୍ତଙ୍କୁ ଜେରା କରିବା ବେଳେ ଏକଥା ସେମାନେ ସ୍ବୀକାର କରିଛନ୍ତି । ସାହିଲ ନିକ୍କିକୁ ବିବାହ କରିଥିବା କଥା ଅଭିଯୁକ୍ତ ପରିବାର ସଦସ୍ୟ ଜାଣିଥିଲେ । ସେମାନଙ୍କ ବିରୋଧରେ ଆଇପିସିର ଧାରା 120-ବି ଅନୁସାରେ ମାମଲା ଦାଏର ହୋଇଛି । ସେମାନେ କେବଳ ବିବାହ କଥା ନାଁ ହତ୍ୟାକାଣ୍ଡରେ ସହଯୋଗ କରିବାରେ ସମ୍ପୃକ୍ତ ସେକଥା ପୋଲିସ ସ୍ପଷ୍ଟ କରିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details