ଓଡିଶା

odisha

Chinese Foreign Minister Arrives: ଦିଲ୍ଲୀରେ Wang Yi, ଆଜି ଜୟଶଙ୍କରଙ୍କ ସହ ବୈଠକ

By

Published : Mar 24, 2022, 8:36 PM IST

Updated : Mar 25, 2022, 9:01 AM IST

ଦିଲ୍ଲୀରେ ପହଞ୍ଚିଲେ ଚୀନ ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ଓ୍ବି । ଆଜି NSA ଅଜିତ ଡୋଭାଲ ଏବଂ ବୈଦେଶିକ ମନ୍ତ୍ରୀ ଡ.ଏସ ଜୟଶଙ୍କରଙ୍କୁ କରିବେ ସାକ୍ଷାତ । ଅଧିକ ପଢନ୍ତୁ

ଦିଲ୍ଲୀରେ ପହଞ୍ଚିଲେ ଚୀନ ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ଓ୍ବାଇ
ଦିଲ୍ଲୀରେ ପହଞ୍ଚିଲେ ଚୀନ ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ଓ୍ବାଇ

ନୂଆଦିଲ୍ଲୀ: ଦିଲ୍ଲୀରେ ପହଞ୍ଚିଲେଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି । ସେ ଆସନ୍ତାକାଲି NSA ଅଜିତ ଡୋଭାଲ ଏବଂ ବୈଦେଶିକ ମନ୍ତ୍ରୀ ଡ.ଏସ ଜୟଶଙ୍କରଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ପ୍ରସଙ୍ଗ ସ୍ଥାନ ପାଇବା ନେଇ ସୂଚନା ରହିଛି । ୱାଙ୍ଗ ୟି ଦିଲ୍ଲୀରେ ପହଞ୍ଚିବା ନେଇ ଏନଆଇଏ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ତେବେ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ଓ ଏହାର ସମାଧାନ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇବା ନେଇ ଅନୁମାନ କରାଯାଉଛି । ବର୍ତ୍ତମାନ ୟୁକ୍ରେନ ସଙ୍କଟ ମଧ୍ୟରେ ୟୁରୋପୀୟ ରାଷ୍ଟ୍ରମାନଙ୍କ ସହ ଭାରତର ଦ୍ବିପାକ୍ଷିକ ସମ୍ପର୍କରେ ପୂର୍ବାପେକ୍ଷା ସମାନ୍ୟ ପରିବର୍ତ୍ତନ ଆସିଥିବାବେଳେ ଚୀନ ବିଦେଶ ମନ୍ତ୍ରୀଙ୍କ ଏହି ଗସ୍ତ ବିଭିନ୍ନ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 25, 2022, 9:01 AM IST

ABOUT THE AUTHOR

...view details