ଓଡିଶା

odisha

ଗଲୱାନ ସଂଘର୍ଷ ଭିଡିଓ ଜାରି ! ଭାରତୀୟ ବୀରଙ୍କ ଆଗରେ ଅଣନିଶ୍ବାସୀ ହୋଇଥିଲା ଡ୍ରାଗନ

By

Published : Aug 3, 2021, 10:03 PM IST

Updated : Aug 3, 2021, 10:48 PM IST

ଚୀନର ଟିଭି ଚ୍ୟାନାଲ ପକ୍ଷରୁ ଜାରି କରାଯାଇଛି ଗଲୱାନ ସଂଘର୍ଷର ଭିଡିଓ । ସଂଘର୍ଷ ବେଳର ଦୃଶ୍ୟ ଏହି ଭିଡିଓରେ ଦର୍ଶାଯାଇଛି । ଅଧିକ ପଢନ୍ତୁ...

ଗଲୱାନ ସଂଘର୍ଷର ଭିଡିଓ ଜାରି କଲା ଚୀନ, ଭାରତର ବୀରଙ୍କ ଆଗରେ ଅଣନିଶ୍ବାସୀ ହୋଇଥିଲା ଡ୍ରାଗନ
ଗଲୱାନ ସଂଘର୍ଷର ଭିଡିଓ ଜାରି କଲା ଚୀନ, ଭାରତର ବୀରଙ୍କ ଆଗରେ ଅଣନିଶ୍ବାସୀ ହୋଇଥିଲା ଡ୍ରାଗନ

ବେଜିଂ:୨୦୨୦ ଗଲୱାନ ଘାଟି ରକ୍ତ ସଂଘର୍ଷର ଭିଡିଓ ଜାରି କରିଛି ଚୀନ । ସଂଘର୍ଷ ବେଳର ଦୃଶ୍ୟ ଏହି ଭିଡିଓରେ ଦର୍ଶାଯାଇଛି । ଚୀନର ଟିଭି ଚ୍ୟାନାଲ ପକ୍ଷରୁ ଜାରି କରାଯାଇଛି ଭିଡିଓ ।

ଭିଡିଓ ଫୁଟେଜରେ ଚୀନ ସୈନିକମାନେ ଗଲୱାନ ନଦୀର ଉପମୁଣ୍ଡରୁ ଭାରତୀୟ ଯବାନଙ୍କ ଉପରକୁ ପଥର ଫିଙ୍ଗୁଥିବାର ନଜର ଆସୁଛନ୍ତି । ଏହା ଗତ ବର୍ଷ ଜୁନ୍ ମାସରେ ଗଲୱାନ୍ ଉପତ୍ୟକାରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷର ଭିଡିଓ । ସୋମବାର ଭାରତ ଏବଂ ଚୀନ୍ ମିଳିତ ବିବୃତ୍ତି ଜାରି କରିବାର କିଛି ଘଣ୍ଟା ପରେ ଏହି ଭିଜୁଆଲ ସାମ୍ନାକୁ ଆସିଛି।

ମିଳିତ ବିବୃତ୍ତିରେ କୁହାଯାଇଛି ଯେ ପୂର୍ବ ଲଦାଖରେ ଉତ୍ତେଜନାକୁ ହ୍ରାସ କରିବା ପାଇଁ ସେମାନେ କମାଣ୍ଡର ସ୍ତରୀୟ ସାମରିକ ଆଲୋଚନା ଜାରି ରଖିବେ। ଗତ ବର୍ଷ ଜୁନ୍ 15 ରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ଏହି ହିଂସାତ୍ମକ ସଂଘର୍ଷ 1962 ଯୁଦ୍ଧ ପରଠାରୁ ଘାତକ ସଂଘର୍ଷ ବୋଲି ବିବେଚନା କରାଯାଇଥିଲା। ଭିଡିଓରେ କିଛି ଚୀନ୍ ସୈନିକ ନଦୀରେ ପହଁରି ଆସୁଥିବା ଦେଖିବାକୁ ମିଳିଛି ।

ଭାରତର ଯବାନମାନେ ହିଂସାତ୍ମକ ସଂଘର୍ଷର କଡା ଜବାବ ଦେଇଥିଲେ । ଘଟଣାରେ ଶହୀଦ ହୋଇଥିଲେ ଭାରତୀୟ ସେନାର ୨୦ ଯବାନ । ସେପଟେ ଚୀନ ସେନାକୁ ମଧ୍ୟ ବ୍ୟାପକ କ୍ଷତି ପହଁଞ୍ଚିଥିଲା ।

Last Updated : Aug 3, 2021, 10:48 PM IST

ABOUT THE AUTHOR

...view details