ଓଡିଶା

odisha

ଉଦୟପୁର ହତ୍ୟାକାଣ୍ଡ: ଅଭିୟୁକ୍ତ ସହ ବିଜେପି ନେତାଙ୍କ ଲିଙ୍କ୍ ! ଫଟୋ ଛାଡିଲା କଂଗ୍ରେସ

By

Published : Jul 2, 2022, 8:59 PM IST

ଦୟପୁରେ ଦରଜୀ କହ୍ନେୟାଲାଲ ହତ୍ୟା ମାମଲାରେ ବିଜେପିର ଲିଙ୍କ ଥିବା ଅଭିଯୋଗ କଲା କଂଗ୍ରେସ । ହତ୍ୟାକାରୀ ସହ ବିଜେପି ନେତାଙ୍କ ଫଟୋ ସେୟାର କଲେ କଂଗ୍ରେସ ନେତା । ଅଧିକ ପଢନ୍ତୁ

ଉଦୟପୁର ହତ୍ୟାକାଣ୍ଡ: ଅଭିୟୁକ୍ତ ସହ ବିଜେପି ନେତାଙ୍କ ଲିଙ୍କ୍ ! ଫଟୋ ଛାଡିଲା କଂଗ୍ରେସ
ଉଦୟପୁର ହତ୍ୟାକାଣ୍ଡ: ଅଭିୟୁକ୍ତ ସହ ବିଜେପି ନେତାଙ୍କ ଲିଙ୍କ୍ ! ଫଟୋ ଛାଡିଲା କଂଗ୍ରେସ

ଜୟପୁର:ଉଦୟପୁର ଦରଜୀ କହ୍ନେୟାଲାଲଙ୍କୁ ଗଳକାଟି ହତ୍ୟା କରାଯିବାକୁ ନେଇ ସାରା ଦେଶରେ ଉତ୍ତେଜନା ଲାଗି ରହିଛି । ଏହାରି ଭିତରେ ଆଜି(ଶନିବାର) ଏହି ଜଘନ୍ୟ ହତ୍ୟାକାଣ୍ଡ ମାମଲାରେ ବିଜେପିର ଲିଙ୍କ୍ ଥିବା ସାଙ୍ଘାତିକ ଅଭିଯୋଗ ଆଣିଛି କଂଗ୍ରେସ । କହ୍ନେୟାଲାଲଙ୍କ ହତ୍ୟାରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତ ରିୟାଜ ଅଖତାରିର ବିଜେପି ନେତାଙ୍କ ସହ ସମ୍ପର୍କ ରହିଥିବା କଂଗ୍ରେସ ଅଭିଯୋଗ କରିଛି । ଏପରିକି ରିୟାଜ ବିଜେପିର କିଛି ନେତାଙ୍କ ସହ ଉଠାଇଥିବା ଫଟୋକୁ ମଧ୍ୟ କଂଗ୍ରେସ ପକ୍ଷରୁ ସେୟାର କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଶେଖ ବାନାର୍ଜୀ ମଧ୍ୟ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏହି ଫଟୋଗୁଡିକୁ ସେୟାର କରିଛନ୍ତି ।

କଂଗ୍ରେସ ନେତା ପବନ ଖେଡା ସାମ୍ବାଦିକ ସମ୍ମିଳନୀ ଯୋଗେ କହିଛନ୍ତି, ''କହ୍ନେୟାଲାଲ ହତ୍ୟାକାରୀ ରିୟାଜ ବିଜେପିର ରାଜସ୍ଥାନ ସଂଖ୍ୟାଲଘୁ ୟୁନିଟର ସଦସ୍ୟ ଅଟନ୍ତି । ବିଜେପି ନେତା ଗୁଲାବଚନ୍ଦ୍ର କଟାରିଆ ଏବଂ ଅନ୍ୟ କିଛି ନେତାଙ୍କ ସହ ତା'ର ସମ୍ପର୍କ ରହିଛି ।'' ରିୟାଜ ଦଳର ସଂଖ୍ୟାଲଘୁ ୟୁନିଟର ଅନେକ ବୈଠକରେ ଯୋଗ ଦେଉଥିବାର ସେ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି ।

ଅନ୍ୟପଟେ କଂଗ୍ରେସ ଏଭଳି ସାଙ୍ଘାତିକ ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ଉଦୟପୁରର କିଛି ବିଜେପି ନେତାଙ୍କ ସହ ଅଭିଯୁକ୍ତର ଫଟୋ ସାମ୍ନାକୁ ଆସିବା ପରେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ସଭାପତି ସାଦିକ ଖାନ(Sadiq Khan) କହିଛନ୍ତି ଯେ, ''ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାରର ବିଫଳତା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତ ସହ ବିଜେପିର କୌଣସି ଲିଙ୍କ ନାହିଁ ।''

ABOUT THE AUTHOR

...view details