ଓଡିଶା

odisha

ଅରୁଣାଚଳ ପ୍ରଦେଶରେ ବିହାର SSB ଯବାନଙ୍କୁ ହତ୍ୟା, ସାଥୀ ଯବାନଙ୍କ ବିରୋଧରେ ଅଭିଯୋଗ

By

Published : Feb 18, 2023, 8:11 AM IST

ଅରୁଣାଚଳପ୍ରଦେଶରେ ବିହାରର ଜଣେ ଏସଏସବି ଯବାନଙ୍କୁ ହତ୍ୟା କରାଯାଇଛି । ତାଙ୍କ ସହକର୍ମୀ ତାଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।

Bihar ssb Jawan
Bihar ssb Jawan

ପାଟନା:ବିହାର ଭୋଜପୁର ଜିଲ୍ଲାର କୃଷ୍ଣାଗଡ ଥାନା ଅଞ୍ଚଳର ଜଣେ ଏସଏସବି ଯବାନଙ୍କୁ ଅରୁଣାଚଳପ୍ରଦେଶରେ ହତ୍ୟା । ଯବାନଙ୍କୁ ଛୁରୀରେ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିବା ସୂଚନା ମିଳିଛି । ମୃତ ଯବାନଙ୍କ ସହ କର୍ମୀ ବା ଅନ୍ୟ ଜଣେ ଯବାନ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଆଜି(ଶନିବାର) ଏସଏସବି ଯବାନଙ୍କ ପାର୍ଥୀବ ଶରୀରକୁ ତାଙ୍କ ପୈତୃକ ଗାଁରେ ପହଞ୍ଚାଯିବ ।

ମୃତ ଯବାନଙ୍କ ବୟସ ୩୨ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ନାଁ ରାକେଶ କୁମାର ବୋଲି ଜଣାପଡ଼ିଛି । ସେ ପଦମିନିଆଁ ଗ୍ରାମର ପରମେଶ୍ବର ଯାଦବଙ୍କ ପୁଅ ଥିଲେ । ରାକେଶ ଅରୁଣାଚଳପ୍ରଦେଶ ସୀମା ସୁରକ୍ଷା ବଳର ମେସ ଇନଚାର୍ଜ ଥିଲେ । ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏଥିରେ ଅନେକ କ୍ଷତ ଚିହ୍ନ ରହିଛି । ମିଳିଥିବା ସୂଚନା ଅନୁସାରେ ମୃତ ଯବାନ ରାକେଶଙ୍କ ଅରରିୟା ଜିଲ୍ଲାର ତାଙ୍କ ସାଥୀ ଯବାନଙ୍କ ସହିତ କୌଣସି ବିବାଦ ରହିଥିଲା । ଏହି ବିବାଦ ପରବର୍ତ୍ତୀ ସମୟରେ ବୃଦ୍ଧି ପାଇଥିବା ବେଳେ ସାଥୀ ଯବାନ ତାଙ୍କୁ ଛୁରୀ ଦ୍ବାରା ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ-Check Bounce Case: ୨୫ବର୍ଷ ପରେ ଅଭିଯୁକ୍ତଙ୍କୁ ବାନ୍ଧିଲା ମୁମ୍ବାଇ ପୋଲିସ

ଏହି ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଛି । ମୃତ ଯବାନଙ୍କ ସମ୍ପର୍କୀୟଙ୍କ କହିବାନୁସାରେ ଯେଉଁ ସାଥୀ ତାଙ୍କୁ ହତ୍ୟା କରିଛନ୍ତି ସେ ଦାନାପୁରରେ ମଧ୍ୟ ରାକେଶଙ୍କ ସହିତ ଥିଲେ । ଗତ କିଛି ବର୍ଷ ପୂର୍ବେ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ସେ ଆହୁରି କହିଛନ୍ତି, " ଯିଏ ହତ୍ୟା କରିଛି ସେ ଗତ କିଛି ବର୍ଷ ପୂର୍ବେ ରାକେଶ ସହିତ କାମ କରୁଥିଲା । ସେହି ସମୟରେ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସବୁ କିଛି ଠିକ ହୋଇଥିଲା । ରାକେଶ ଗୋଟିଏ ଭଲ ପିଲା ଥିଲା । ମାତ୍ର ଦୁହିଁଙ୍କ ମଧ୍ୟରେ କଣ ବିବାଦ ଥିଲା ତାହା ଜଣାପଡ଼ିନାହିଁ । "

ଗତ ୨୦୧୩ ମସିହାରେ ରାକେଶ ବିବାହ ବନ୍ଧନରେ ବାନ୍ଧି ହୋଇଥିଲା । ଭୋଜପୁର ଆରା ନିକଟ ଗଙ୍ଗହର ପଞ୍ଚାୟତରେ ତାଙ୍କର ବିବାହ ଅନୁଷ୍ଠିତ ହୋଇଥିଲା । ଏହାସହିତ ମୃତ ଯବାନଙ୍କ ୪ ବର୍ଷର ପୁଅ ମଧ୍ୟ ରହିଛି । ଯବାନଙ୍କ ମୃତ୍ୟୁ ଖବର ମିଳିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ଏବେ ସମସ୍ତେ ଯବାନଙ୍କ ପାର୍ଥୀବ ଶରୀରକୁ ଅପେକ୍ଷା କରିଛନ୍ତି । ସେପଟେ ପୋଲିସ ଘଟଣା ନେଇ ତଦନ୍ତ ଜାରି ରଖିଛି ।

ABOUT THE AUTHOR

...view details