ଓଡିଶା

odisha

ଗୋପନୀୟତା ପଲିସି ପରେ ହ୍ବାଟ୍ସଆପରେ 18% ଉପଭୋକ୍ତା ରହିବେ: ସର୍ଭେ

By

Published : Jan 19, 2021, 10:35 AM IST

ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ଆଗାମୀ ଦିନରେ କେବଳ 18 ପ୍ରତିଶତ ଉପଭୋକ୍ତା ଭାରତରେ ହ୍ବାଟସ୍ ଆପ୍ ବ୍ୟବହାର ଜାରି ରଖିପାରନ୍ତି । ହ୍ବାଟସ୍ ଆପ୍ ଏହାର ନୂତନ ଗୋପନୀୟତା ପଦକ୍ଷେପ ଗ୍ରହଣ ପରେ ଉପଭୋକ୍ତାମାନେ ହ୍ବାଟସ୍ ଆପ୍ ଠାରୁ ମୁହଁ ଫେରାଇବା ସହ ସିଗନାଲ୍ ଏବଂ ଟେଲିଗ୍ରାମ ପରି ଅନ୍ୟ ବିକଳ୍ପ ଆପ୍ସକୁ ଆପଣାଉଛନ୍ତି। ଅଧିକ ପଢନ୍ତୁ...

ଗୋପନୀୟତା ପଲିସି ପରେ ହ୍ବାଟସାପରେ 18% ଉପଭୋକ୍ତା ରହିବେ : ସର୍ଭେ
ଗୋପନୀୟତା ପଲିସି ପରେ ହ୍ବାଟସାପରେ 18% ଉପଭୋକ୍ତା ରହିବେ : ସର୍ଭେ

ୱାଶିଂଟନ୍: ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ଆଗାମୀ ଦିନରେ କେବଳ 18 ପ୍ରତିଶତ ଉପଭୋକ୍ତା ଭାରତରେ ହ୍ବାଟସ୍ ଆପ୍ ବ୍ୟବହାର ଜାରି ରଖିପାରନ୍ତି । 36 ପ୍ରତିଶତ ଲୋକ ସେମାନଙ୍କ ବ୍ୟବହାରକୁ ହ୍ରାସ କରିବେ। ଆହୁରି ମଧ୍ୟ, ଚାଲୁଥିବା ସର୍ଭେରୁ ଜଣାପଡିଛି ନୂଆ ପ୍ରାଇଭେସି ପଲିସି ପାଇଁ 15 ପ୍ରତିଶତ ଉପଭୋକ୍ତା ମଧ୍ୟ ଆପ୍ ବ୍ୟବହାର କରିବା ବନ୍ଦ କରିବାର ସମ୍ଭାବନା ଅଛି ।

ହ୍ବାଟସ୍ ଆପ୍ ଏହାର ନୂତନ ଗୋପନୀୟତା ନୀତିକୁ ନେଇ ଅନେକ କିଛି ପଦକ୍ଷେପ ଗ୍ରହଣ କରୁଛି। ଯେଉଁ କାରଣରୁ ଉପଭୋକ୍ତାମାନେ ହ୍ବାଟସ୍ ଆପ୍ ଠାରୁ ମୁହଁ ଫେରାଇବାକୁ ଉଚିତ୍ ଭାବିବା ସହ ସିଗନାଲ୍ ଏବଂ ଟେଲିଗ୍ରାମ ପରି ଅନ୍ୟ ବିକଳ୍ପ ଆପ୍ସକୁ ଆପଣାଉଛନ୍ତି।

ମଶାବେଲଙ୍କ ଅନୁଯାୟୀ, ଭାରତର 244 ଟି ଜିଲ୍ଲାରେ ଥିବା 24,000 ରୁ ଉର୍ଦ୍ଧ୍ବ ହ୍ବାଟସ୍ ଆପ୍ ବ୍ୟବହାରକାରୀଙ୍କ ଠାରୁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରତିକ୍ରିୟା ମିଳିଛି। ଯେଉଁଥିରେ 24 ପ୍ରତିଶତ ଉପଭୋକ୍ତା କହିଛନ୍ତି ଯେ ସେମାନେ ଅନ୍ୟ ମେସେଜିଂ ପ୍ଲାଟଫର୍ମକୁ ସୁଇଚ୍ କରିବାକୁ ଚିନ୍ତା କରୁଥିବାବେଳେ ହ୍ବାଟସ୍ ଆପ୍ ବ୍ୟବହାରକାରୀଙ୍କ 91 ପ୍ରତିଶତ କହିଛନ୍ତି ଯେ ସେମାନେ ଏହାର ଦେୟ ବୈଶିଷ୍ଟ୍ୟ ବ୍ୟବହାର କରିବେ ନାହିଁ। ହ୍ବାଟସ୍ ଆପ୍ ଏହାର ପ୍ୟାରେଣ୍ଟ୍ କମ୍ପାନୀ ଫେସବୁକ୍ ଏବଂ ଅନ୍ୟାନ୍ୟ ତୃତୀୟ ପକ୍ଷ ସହିତ ଦେୟ ଏବଂ କାରବାର ସମ୍ବନ୍ଧୀୟ ତଥ୍ୟ ବାଣ୍ଟିବ ବୋଲି ଚିନ୍ତା କରିବା ପରେ ଏହି ସମସ୍ତ ଦ୍ବନ୍ଦ ଛିଡା ହୋଇଛି।

ତେବେ, ହ୍ବାଟସ୍ ଆପ୍ ବର୍ତ୍ତମାନ ଏହାର ଅଦ୍ୟତନ ହୋଇଥିବା ଗୋପନୀୟତା ନୀତିର ସମୟସୀମାକୁ ଫେବୃଆରୀ 15 ପରିବର୍ତ୍ତେ ମେ 15 ପର୍ଯ୍ୟନ୍ତ ବୃଦ୍ଧି କରିଛି। ସେବାଗୁଡିକର ନୂତନ ସର୍ତ୍ତାବଳୀରେ,ହ୍ବାଟସ୍ ଆପ୍ ଫେସବୁକ୍ ଏବଂ ଏହାର ସହାୟକ କମ୍ପାନୀମାନଙ୍କୁ ଫୋନ୍ ନମ୍ବର, ଲୋକେସନ ଇତ୍ୟାଦି ବ୍ୟବହାରକାରୀ ତଥ୍ୟ ସଂଗ୍ରହ କରିବାକୁ ନିୟମ ରଖିଥିଲା।

ମାସେବଲ୍ ଅନୁଯାୟୀ, ଜାନୁଆରୀ 1 ରୁ ଜାନୁୟାରୀ 5 ମଧ୍ୟରେ ସିଗନାଲ୍ ଏବଂ ଟେଲିଗ୍ରାମରେ 24,000 ଏବଂ 1.3 ମିଲିୟନ୍ ଡାଉନଲୋଡ୍ କରାଯାଇଛି। ସେହିପରି ସିଗନାଲ୍ କ୍ଷେତ୍ରରେ 9,483 ପ୍ରତିଶତ ଏବଂ ଟେଲିଗ୍ରାମ କ୍ଷେତ୍ରରେ 15 ପ୍ରତିଶତ ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ, ହ୍ବାଟସ୍ ଆପ୍ ଜାନୁଆରୀ 6 ରୁ ଜାନୁୟାରୀ 10 ମଧ୍ୟରେ ଏହାର ଡାଉନଲୋଡ୍ 35% ହ୍ରାସ ପାଇଛି।

ABOUT THE AUTHOR

...view details