ଓଡିଶା

odisha

ବିଶାଖାପାଟନମ୍ ଗ୍ୟାସ ଲିକ ଘଟଣା ,ତଦନ୍ତ ପାଇଁ ଭାରତରେ ଦକ୍ଷିଣ କୋରିଆ ଏଲଜି ଟିମ୍

By

Published : May 13, 2020, 11:27 AM IST

ବିଶାଖାପାଟନମ୍ ଗ୍ୟାସ ଲିକ ଘଟଣାର ତଦନ୍ତ କରିବାକୁ ବୁଧବାର ଦକ୍ଷିଣ କୋରିଆରେ ଏଲଜି ପଲିମର କମ୍ପାନୀର ଏକ ତଦନ୍ତକାରୀ ଟିମ ଆସି ଭାରତରେ ପହଞ୍ଚିଛନ୍ତି। ଅଧିକ ଖବର ପଢନ୍ତୁ...

visakhapatnam-gas-leak
ବିଶାଖାପାଟନମ୍ ଗ୍ୟାସ ଲିକ, ତଦନ୍ତ ପାଇଁ ଭାରତରେ ଦକ୍ଷିଣ କୋରିଆ ଏଲଜି ଟିମ୍

ବିଶାଖାପାଟନମ୍: ବିଶ୍ବ କୋରୋନା ଯୁଦ୍ଧ ଲଢୁଥିବା ବେଳେ ବିଶାଖାପାଟନମ୍ ଗ୍ୟାସ୍ ଟ୍ରାଜେଡି ସାରା ଦେଶକୁ ସ୍ତବ୍ଧ କରି ରଖିଦେଇଥିଲା। ସେ ଦୃଶ୍ୟ ଯେତିକି ଭୟାନକ ସେତିକି ହୃଦୟବିଦାରକ। ଯାହା ଅକାଳରେ ପୋଛିନେଲା 11 ଜଣଙ୍କ ଜୀବନ। ଏବେ ବି 800 ଅସୁସ୍ଥ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ଗ୍ୟାସ ଲିକର କାରଣ ଖୋଜା ଚାଲିଥିବା ବେଳେ ବୁଧବାର ଦକ୍ଷିଣ କୋରିଆରେ ଏଲଜି ପଲିମର କମ୍ପାନୀର ଏକ ତଦନ୍ତକାରୀ ଟିମ ଆସି ଭାରତରେ ପହଞ୍ଚିଛନ୍ତି। ଏହି ଟିମ୍ ଭେଙ୍କଟାପୁରମ୍‌ରେ ଥିବା ବିଶାଖା ଏଲଜି ପଲିମର କମ୍ପାନୀରୁ ବିପଜ୍ଜନକ ବିଷାକ୍ତ ଗ୍ୟାସ୍ ଲିକର ପ୍ରକୃତ କାରଣ ଖୋଜିବେ।

ଏଲଜି କେମିକାଲର କହିବା ଅନୁସାରେ, ଏହାର ପେଟ୍ରୋକେମିକାଲ୍ସ ବ୍ୟବସାୟ ମୁଖ୍ୟଙ୍କ ନେତୃତ୍ୱରେ ଆଠ ଜଣିଆ ପ୍ରତିନିଧୀ ଦଳ ପ୍ରଭାବିତ ଲୋକଙ୍କୁ ସହାୟତା ପାଇଁ ପଦକ୍ଷେପ ଗ୍ରହଣ କରିବେ ଏବଂ ଭାରତର ସରକାରୀ ଅଧିକାରୀଙ୍କ ସହ ଘଟଣା ବିଷୟରେ ଆଲୋଚନା କରିବେ।

ଏହି ଗ୍ୟାସ ଲିକ୍ ଟ୍ରାଜେଡି ଦକ୍ଷିଣ ଆନ୍ଧ୍ରପ୍ରଦେଶର ପୂର୍ବ ଉପକୂଳ ସହର ବିଶାଖାପାଟନମ୍ ଠାରୁ ପ୍ରାୟ 14 କିଲୋମିଟର ଦୂରରେ ଘଟିଛି। ଏହି ପ୍ଲାଣ୍ଟଟି ଦକ୍ଷିଣ କୋରିଆର ବୃହତ୍ତମ ପେଟ୍ରୋକେମିକାଲ୍ ନିର୍ମାତା ଏଲଜି କେମିକାଲର ଏକ ଶାଖା ଦ୍ୱାରା ପରିଚାଳିତ।

ABOUT THE AUTHOR

...view details