ଓଡିଶା

odisha

କୋରୋନା ଆକ୍ରାନ୍ତଙ୍କ ପରିବାରକୁ ଗାଁରୁ ବାସନ୍ଦ

By

Published : Jul 11, 2020, 1:48 PM IST

କୋରୋନା ଆକ୍ରାନ୍ତଙ୍କ ପରିବାରକୁ ଗାଁରୁ ବାସନ୍ଦ । ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ପଞ୍ଚିପେଟା ମଣ୍ତଳର ଇଥାମାନୁ ଭାଲାସାରେ। ଅଧିକ ପଢନ୍ତୁ...

villagers evicted corona victim family members
କୋରୋନା ଆକ୍ରାନ୍ତଙ୍କ ପରିବାରକୁ ଗାଁରୁ ବାସନ୍ଦ

ଅମରାବତୀ:କୋରୋନା ଆକ୍ରାନ୍ତଙ୍କ ପରିବାରକୁ ଗାଁରୁ ବାସନ୍ଦ । ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାର ପଞ୍ଚିପେଟା ମଣ୍ତଳର ଇଥାମାନୁ ଭାଲାସାରେ । ଗାଁର ଗୋଟିଏ ପରିବାରର ଜଣେ ସଦସ୍ୟ କୋରୋନା ପଜେଟିଭ ଚିହ୍ନଟ ହୋଇଥିଲେ । ପରେ କୋଭିଡ ଆକ୍ରାନ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ପୀଡିତଙ୍କ ପରିବାରର 15 ସଦସ୍ୟଙ୍କୁ ବିଭାଗୀୟ ଅଧିକାରୀମାନେ କ୍ବାରେଣ୍ଟାଇନକୁ ପଠାଇ ନଥିଲେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଗ୍ରାମବାସୀ ।

କୋରୋନା ଆକ୍ରାନ୍ତଙ୍କ ପରିବାରକୁ ଗାଁରୁ ବାସନ୍ଦ

ସଂକ୍ରମଣ ଭୟରେ ଗ୍ରାମବାସୀ ଗାଁରୁ ସେହି ପରିବାରକୁ ବାସନ୍ଦ କରିଥିଲେ । ଫଳରେ ଏହି ପରିବାର ଗାଁ ବାହାରେ ଥିବା ଏକ ଗୁହାଳ ଘରେ ଆଶ୍ରୟ ନେଇଛନ୍ତି । ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

covid19

ABOUT THE AUTHOR

...view details