ଓଡିଶା

odisha

ଲକଡାଉନ୍ ପ୍ରଭାବ: କ୍ଷତି ସହିଛନ୍ତି 81 ପ୍ରତିଶତ ଟୁରିଜିମ କମ୍ପାନୀ

By

Published : May 26, 2020, 3:04 PM IST

ପ୍ରାୟ 2 ମାସ ପରେ ଘରୋଇ ବିମାନ ସେବା ପୁନଃ ଆରମ୍ଭ ହେବା ସତ୍ତ୍ବେ ଏକ ଶିଳ୍ପ ରିପୋର୍ଟରେ କୁହାଯାଇଛି ଯେ କୋରାନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା 3-6 ମାସ ମଧ୍ୟରେ ଯାତ୍ରା ଓ ପର୍ଯ୍ୟଟନ କ୍ଷେତ୍ରର ପ୍ରାୟ 40 ପ୍ରତିଶତ କମ୍ପାନୀ ଖୋଲିବ ବୋଲି ଆଶା କରାଯାଉ ନାହିଁ ।

travel and tourism sector
କ୍ଷତି ସହିଛନ୍ତି 81 ପ୍ରତିଶତ ଭ୍ରମଣ ଓ ପର୍ଯ୍ୟଟକ କମ୍ପାନୀ

ନୂଆଦିଲ୍ଲୀ: ପ୍ରାୟ 2 ମାସ ପରେ ଘରୋଇ ବିମାନ ସେବା ପୁନଃ ଆରମ୍ଭ ହେବା ସତ୍ତ୍ବେ ଏକ ଶିଳ୍ପ ରିପୋର୍ଟରେ କୁହାଯାଇଛି ଯେ କୋରାନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା 3-6 ମାସ ମଧ୍ୟରେ ଯାତ୍ରା ଓ ପର୍ଯ୍ୟଟନ କ୍ଷେତ୍ରର ପ୍ରାୟ 40 ପ୍ରତିଶତ କମ୍ପାନୀ ଖୋଲିବ ବୋଲି ଆଶା କରାଯାଉ ନାହିଁ । କୋରୋନା ଭାଇରସକୁ ରୋକିବା ପାଇଁ ସରକାର ଲଗାଯାଇଥିବା ପ୍ରତିବନ୍ଧକକୁ ଆରାମ ଦେଇଛନ୍ତି ଓ ସୋମବାର ଠାରୁ ଘରୋଇ ବିମାନ ଉଡାଣ ଆରମ୍ଭ ହୋଇଛି।

7ଟି ଜାତୀୟ ସଙ୍ଗଠନ IOTO, TAAI, ICPB, ADTOI, OTOAI, ATOAI ଓ SITE ର ସହଯୋଗରେ BOTT ଟ୍ରାଭେଲ୍ ସେଣ୍ଟମେଣ୍ଟ ଟ୍ରାକର୍ ଡିଜାଇନ୍ କରାଯାଇଛି । ଏ ଅନୁସାରେ ଏହି ସବୁ ଅଞ୍ଚଳରେ ଥିବା 36 ପ୍ରତିଶତ କମ୍ପାନୀ ସାମୟିକ ଭାବେ ବନ୍ଦ ହୋଇପାରେ । ରିପୋର୍ଟରେ କୁହାଯାଇଛି ଯେ 81 ପ୍ରତିଶତ ଭ୍ରମଣ ଓ ପର୍ଯ୍ୟଟନ କମ୍ପାନୀ ସେମାନଙ୍କର ସମସ୍ତ ରୋଜଗାର ହରାଇଥିବା ବେଳେ 15 ପ୍ରତିଶତ କମ୍ପାନୀ ସେମାନଙ୍କର 75 ପ୍ରତିଶତ କର୍ମଚାରୀ ହରାଇଛନ୍ତି। BOTT ଟ୍ରାଭେଲ୍ ସେଣ୍ଟମେଣ୍ଟ ଟ୍ରାକର୍ ସର୍ଭେରେ 10 ଦିନ ମଧ୍ୟରେ 2,300 ରୁ ଅଧିକ ଭ୍ରମଣ, ପର୍ଯ୍ୟଟନ ବ୍ୟବସାୟୀ ଓ କମ୍ପାନୀ ପ୍ରତିନିଧିମାନେ ସର୍ଭେ କରିଛନ୍ତି ।

ମହାମାରୀ ଯୋଗୁଁ ଯାତ୍ରା ଓ ପର୍ଯ୍ୟଟନ କ୍ଷେତ୍ର ଖରାପ ପ୍ରଭାବିତ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି। 40 ରୁ ଅଧିକ କମ୍ପାନୀ 3-6 ମାସ ମଧ୍ୟରେ ସମ୍ପୂର୍ଣ୍ଣ ବନ୍ଦ ହେବାର ସମ୍ଭାବନା ଅଛି। ଯେତେବେଳେ 35.7 ପ୍ରତିଶତ ଅନ୍ୟ କମ୍ପାନୀଗୁଡିକ ସାମୟିକ ଭାବରେ କାର୍ଯ୍ୟ ବନ୍ଦ କରିପାରନ୍ତି ।

ସର୍ବେକ୍ଷଣ ଅନୁଯାୟୀ, ପ୍ରାୟ 38.6 ପ୍ରତିଶତ ଟ୍ରାଭେଲ କମ୍ପାନୀ କହିଛନ୍ତି ଯେ ସେମାନେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇଛି। ଏହା ବ୍ୟତୀତ ଅନ୍ୟ 37.6 ପ୍ରତିଶତ କମ୍ପାନୀ ମଧ୍ୟ କହିଛନ୍ତି ଯେ ସେମାନେ କର୍ମଚାରୀଙ୍କୁ ଚାକିରିରୁ ହଟାଇବାକୁ ଚିନ୍ତା କରିପାରିବେ।

ABOUT THE AUTHOR

...view details