ଓଡିଶା

odisha

ମାର୍ଚ୍ଚ 2ରୁ ଜେଏନୟୁରେ ନାମଲେଖା

By

Published : Feb 17, 2020, 9:08 PM IST

ଆସନ୍ତା 2020-21 ଶିକ୍ଷାବର୍ଷ ପାଇଁ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ମାର୍ଚ୍ଚ 2ରୁ ଆରମ୍ଭ ହେବ ଆଡମିଶନ ପ୍ରକ୍ରିୟା । ଏନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ସମୟ ସାରଣୀ ପ୍ରକାଶ ପାଇଛି ।

Time-table for jnu admission process, admission process in jnu, jnu latest news, ଜେଏନୟୁ ଲାଟେଷ୍ଟ ନ୍ୟୁଜ୍‌, ଜେଏନୟୁରେ ଆଡମିଶନ ପ୍ରକ୍ରିୟା ସମୟ ସାରଣୀ, ଜେଏନୟୁ ବିଶ୍ବବିଦ୍ୟାଳୟ ଆଡମିଶନ ପ୍ରକ୍ରିୟା
ପ୍ରକାଶ ହେଲା ଜେଏନୟୁ ବିଶ୍ବବିଦ୍ୟାଳୟ ଆଡମିଶନ ପ୍ରକ୍ରିୟା ସମୟ ସାରଣୀ

ନୂଆଦିଲ୍ଲୀ: ଆସନ୍ତା 2020-21 ଶିକ୍ଷାବର୍ଷ ପାଇଁ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ମାର୍ଚ୍ଚ 2ରୁ ଆରମ୍ଭ ହେବ ଆଡମିଶନ ପ୍ରକ୍ରିୟା । ଏନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ସମୟ ସାରଣୀ ପ୍ରକାଶ ପାଇଛି । ସମୟ ସାରଣୀରେ ପ୍ରବେଶିକା ପରୀକ୍ଷା ପାଇଁ ସମୟ ସୂଚୀ ସମ୍ପର୍କରେ ସମସ୍ତ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ ଆସନ୍ତା ମେ’ 11ରୁ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଏହା ଆସନ୍ତା ମେ’ 24 ପର୍ଯ୍ୟନ୍ତ ଜାରି ରହିବ । ସେପଟେ ଏନେଇ ଇଚ୍ଛୁକ ବିଦ୍ୟାର୍ଥୀ ମାର୍ଚ୍ଚ 2ରୁ ମାର୍ଚ୍ଚ 3 ମଧ୍ୟରେ ଫର୍ମ ପୂରଣ କରିପାରିବେ । ତେବେ ଚଳିତ ବର୍ଷ ପ୍ରବେଶିକା ପରୀକ୍ଷା ସମ୍ପୂର୍ଣ୍ଣ ଭାବେ କମ୍ପ୍ୟୁଟର-ବେସ୍ଡ ଟେଷ୍ଟ ହେବା ନେଇ ସୂଚନା ରହିଛି ।

ପ୍ରବେଶିକା ପରୀକ୍ଷା ପାଇଁ ଏପ୍ରିଲ 21ରେ ଆଡମିଟ କାର୍ଡ ମିଳିବାକୁ ଥିବା ବେଳେ ପରୀକ୍ଷାର ଫଳାଫଳ ମେ’ 31ରେ ପ୍ରକାଶ ପାଇବ । ପ୍ରକାଶ ଯେ ଜେଏନୟୁ ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ବାରା ଏହି ପ୍ରବେଶିକା ପରୀକ୍ଷାର ଆୟୋଜନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details