ଓଡିଶା

odisha

ଜେରା ସମୟରେ କାନ୍ଦି ପକାଇଲେ ଶିବ କୁମାର

By

Published : Sep 2, 2019, 4:42 PM IST

କଂଗ୍ରେସ ନେତା ଡିକେ ଶିବ କୁମାରଙ୍କୁ ଇଡିର ଜେରା । ଅର୍ଥ ହେରଫେର ମାମଲାରେ ତୃତୀୟ ଥର ପାଇଁ କଂଗ୍ରେସର ଏହି ନେତାଙ୍କୁ ଜେରା କରାଯାଉଛି ।

ଫଟୋ ସୌଜନ୍ୟ: ANI

ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ କଂଗ୍ରେସ ନେତା ଡିକେ ଶିବ କୁମାରଙ୍କୁ ଇଡିର ଜେରା । ଅର୍ଥ ହେରଫେର ମାମଲାରେ ତୃତୀୟ ଥର ପାଇଁ କଂଗ୍ରେସର ଏହି ନେତାଙ୍କୁ ଜେରା କରାଯାଇଛି। ଜେରା ସମୟରେ ଶିବକୁମାର କାନ୍ଦି ପକାଇଥିବା ସୂଚନା ମିଳିଛି।

ଖବର ଅନୁୟାୟୀ, 57 ବର୍ଷୀୟ ଏହି କଂଗ୍ରେସ ନେତା ପୂର୍ବରୁ ଅଗଷ୍ଟ 30 ଓ 31 ତାରିଖରେ ଇଡିରେ ହାଜର ହୋଇଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କ ନାମରେ ଅର୍ଥ ହେରଫେର ମାମଲା ରୁଜୁ କରିଛି।

ଏନେଇ ଶିବକୁମାର ସଫେଇ ଦେବା ସହ କହିଛନ୍ତି କି ସେ କୌଣସି ଭୁଲ କରିନାହାଁନ୍ତି। ତେବେ ଇଡିର ତଦନ୍ତରେ ସେ ସମ୍ପୂର୍ଣ୍ଣ ସାହାଯ୍ୟ କରିବେ। ଏହା ପୂର୍ବରୁ 2018ରେ କର୍ଣ୍ଣାଟକ ହାଇକୋର୍ଟରେ ଶିବକୁମାରଙ୍କ ସମନ ଆବେଦନ ଖାରଜ ହୋଇଥିଲା ।

ABOUT THE AUTHOR

...view details