ଓଡିଶା

odisha

ରେଳ ଷ୍ଟେସନରେ ପ୍ଲାଷ୍ଟିକ ନୁହେଁ, ମାଟି କପରେ ପିଇବେ ଚା’

By

Published : Jan 7, 2020, 7:45 AM IST

ବାରଣାସୀ ରେଳଷ୍ଟେସନରେ ପ୍ଲାଷ୍ଟିକ ପରିବର୍ତ୍ତେ ‘ଟେରାକୋଟା’ ଦ୍ବାରା ପ୍ରସ୍ତୁତ ହୋଇଥିବା ଚା କପ ସହ ମାଟି ପ୍ଲେଟ ଓ ଗ୍ଲାସର ବ୍ୟବହାର କରିବା ପାଇଁ ବିକାଳିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢ଼ନ୍ତୁ...

Varanasi railways,  Indian Railways,  IRCTC-operated,  Railway Ministry,  ପ୍ଲାଷ୍ଟିକ ନୁହେଁ ମାଟି କପରେ ପିଇବେ ଚା, ବାରଣାସୀ ରେଳ ଷ୍ଟେସନ,  ଆଇଆରସିଟିସି ପରିଚାଳିତ ଓ ଘରୋଇ ଖାଦ୍ୟ ପେୟ ଷ୍ଟଲ , ମାଟି କପରେ ଦିଆଯାଉଛି ଚାହା କଫି
ରେଳ ଷ୍ଟେସନରେ ପ୍ଲାଷ୍ଟିକ ନୁହେଁ ମାଟି କପରେ ପିଇବେ ଚା’

ବାରଣାସୀ: ଷ୍ଟେସନ ପରିସର ସହ ରେଳ ଗୁଡିକୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛି ଭାରତୀୟ ରେଳବାଇ । ଯାହାର ପ୍ରଭାବ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ରେଳ ଷ୍ଟେସନରେ । ଏଠାରେ ପ୍ଲାଷ୍ଟିକ ପରିବର୍ତ୍ତେ ‘ଟେରାକୋଟା’ ଦ୍ବାରା ପ୍ରସ୍ତୁତ ହୋଇଥିବା କୁଲହଡ ବା ଚା କପ ସହ ପ୍ଲେଟ ଓ ଗ୍ଲାସର ବ୍ୟବହାର କରିବା ପାଇଁ ବିକାଳି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଉଭୟ ଆଇଆରସିଟିସି ପରିଚାଳିତ ଓ ଘରୋଇ ଖାଦ୍ୟ ପେୟ ଷ୍ଟଲ ଗୁଡିକରେ ମାଟି କପରେ ଦିଆଯାଉଛି ଚାହା କଫି । ଏହା ଦ୍ବାରା କୁମ୍ଭାର ମାନେ ମଧ୍ୟ ଦି ପଇସା ରୋଜଗାର କରି ବେସ ଉପକୃତ ହୋଇ ପାରୁଛନ୍ତି ବୋଲି ରେଳବାଇର ଜଣେ ଅଧିକାରୀ କହିଛନ୍ତି।

ରେଳ ଷ୍ଟେସନରେ ପ୍ଲାଷ୍ଟିକ ନୁହେଁ ମାଟି କପରେ ପିଇବେ ଚା’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏବେ ବାରଣାସୀର ସମସ୍ତ ରେଳଷ୍ଟେସନକୁ ପ୍ଲାଷ୍ଟିକ ମୁକ୍ତ ରେଳ ଷ୍ଟେସନ କରିବାର ଲକ୍ଷ୍ୟ ରଖାଯାଇଛି । ରେଳ ଷ୍ଟେସନ ଗୁଡିକରେ ପାଣି ବୋତଲକୁ ଛାଡି ଅନ୍ୟ ସମସ୍ତ ଜିନିଷକୁ କାଗଜ ବ୍ୟାଗ କିମ୍ବା ବାୟୋଡିଗ୍ରେଡେବଲ ବ୍ୟାଗରେ ଦିଆଯିବା ନେଇ ସୁନିଶ୍ଚିତ କରିଛନ୍ତି ସମସ୍ତ ଷ୍ଟଲ ।

2019 ଅକ୍ଟୋବର 2 ତାରିଖରୁ ରେଳବାଇରେ 5 ମାଇକ୍ରନରୁ କମ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ କଟକଣା ଲଗାଇଥିଲା । ତବେ ମାଟି ପାତ୍ରରେ ଖାଦ୍ୟ ପେୟ ଦିଆଯିବା ନିଶ୍ଚିତ ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details