ଓଡିଶା

odisha

ଲକଡାଉନ ବେଳେ ବଡଧରଣର ନକ୍ସଲ ଆକ୍ରମଣ ଯୋଜନା ପଣ୍ଡ

By

Published : Apr 19, 2020, 3:01 PM IST

ଲକଡାଉନରେ ଏକ ବଡଧରଣର ନକ୍ସଲ ହମଲାକୁ ପଣ୍ଡ କଲେ ଯବାନ । ଅଧିକ ସୂଚନା ପାଇଁ ପଢନ୍ତୁ ...

Security forces foiled a major Naxal attack in Dantewada
ନକ୍ସଲ ଆକ୍ରମଣ ଯୋଜନାକୁ ଫଣ୍ଡ କଲା ସୁରକ୍ଷା ବାହିନୀ

ରାୟପୁର: ଲକ-ଡାଉନ ସମୟରେ ଏକ ବଡ ଧରଣର ଘଟଣା କରିବା ଯୋଜନାକୁ ବିଫଳ କରିଛି ସୁରକ୍ଷା ବାହିନୀ । ଲକଡାଉନର ସୁଯୋଗ ନେଇ ନକ୍ସଲମାନେ କଟେକଲ୍ୟାଣ ମୁଖ୍ୟ ରାସ୍ତାରେ ବାରୁଦର ସୁରଙ୍ଗ ଓ ଲ୍ୟାଣ୍ଡମାଇନ ବିଛାଇଥିଲେ ।

କଟେକଲ୍ୟାଣ ମୁଖ୍ୟ ରାସ୍ତାରେ ସନ୍ଧାନ ବେଳେ ଏଭଳି ଏକ ଯୋଜନାର ପଣ୍ଡ କରିଛନ୍ତି ଡିଆରଜି ଯବାନ । ରାସ୍ତାରେ ଲ୍ୟାଣ୍ଡମାଇନ ବିଛାଇ ଏକ ବଡ ଧରଣର ଯୋଜନାକୁ ବିଫଳ କରିଛନ୍ତି ଯବାନ ମାନେ । କଟେକଲ୍ୟାଣ ଥାନା ଅଞ୍ଚଳରେ ନକ୍ସଲ ଯୋଜନା କୁ ବିଫଳ କରିଥିବାରୁ ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲଭ ଘଟଣାସ୍ଥଳରେ ପହଞ୍ଚି ଯବାନଙ୍କ ମନୋବଳ ବଢେଇଥିଲେ ।

ବ୍ୟୁରୋ ଇଟିଭି ଭାରତ

ABOUT THE AUTHOR

...view details