ଓଡିଶା

odisha

ସଂସ୍କୃତ ଜାଣିବା ବିନା ଭାରତକୁ ବୁଝିବା କଷ୍ଟକର: ମୋହନ ଭାଗବତ

By

Published : Jul 21, 2019, 10:25 PM IST

ଗତ ଶନିବାର ଏ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରୀୟ ସ୍ବଂୟସେବକ ସଂଘ(ଆଇଏସଏସ୍) ପ୍ରମୁଖ ମୋହନ ଭଗବତ କହିଛନ୍ତି ସଂସ୍କୃତ ଜାଣିବା ବିନା ଭାରତକୁ ସମ୍ପୂର୍ଣ୍ଣ ବୁଝିବା କଷ୍ଟକର ।

ଫାଇଲ ଫଟୋ

ନୂଆଦିଲ୍ଲୀ: ସଂସ୍କୃତ ବିନା ଭାରତକୁ ସମ୍ପୂର୍ଣ୍ଣ ବୁଝିବା କଷ୍ଟକର । ଗତ ଶନିବାର ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆଇଏସଏସ୍) ପ୍ରମୁଖ ମୋହନ ଭାଗବତ ଏପରି ଏକ ମନ୍ତବ୍ୟ ଦେଇଛନ୍ତି ।

ଏଥିସହ ସେ କହିଛନ୍ତି, ଆମ ଦେଶରେ ପ୍ରଚଳିତ ଭାଷା ମଧ୍ୟରେ ଆଦିବାସୀ ଭାଷା ମଧ୍ୟ ସାମିଲ ଅଛି । କିନ୍ତୁ ଏହି ସବୁ ଭାଷା ମଧ୍ୟରେ 30 ପ୍ରତିଶତ ସଂସ୍କୃତ ଭାଷା ରହିଛି । ତେବେ ଡ. ବି.ଆର୍ ଆମ୍ବେଦକର ଏହି କଥାକୁ ନେଇ ଦୁଋଖିତ ଥିଲେ ଯେ, ତାଙ୍କୁ ସଂସ୍କୃତ ଶିଖିବାର ମୌକା ମିଳିନଥିଲା । କାରଣ ଦେଶର ପରମ୍ପରା ଜାଣିବାକୁ ହେଲେ ସଂସ୍କୃତ ଜାଣିବା ଆବଶ୍ୟକ ।

ଏଥିସହ ସେ କହିଛନ୍ତି ଆମ ଦେଶରେ ଏପରି କୌଣସି ଭାଷା ନାହିଁ ଯାହାକୁ ଆମେ 3-4 ମାସ ମଧ୍ୟରେ ଶିଖି ପାରିବା ନାହିଁ । ଯଦି ଆମେ ପ୍ରଥମ ଥର କୌଣସି ଭାଷା ଶୁଣୁଛେ ତେବେ ବ୍ୟକ୍ତି ଜଣଙ୍କ ଧୀରେ କହୁଛନ୍ତି ତେବେ ଆମେ ତାର ଭାବନା ବୁଝିପାରୁ । ଏହାର କାରଣ ହେଉଛି ସଂସ୍କୃତ ।

For All Latest Updates

TAGGED:

ABOUT THE AUTHOR

...view details