ଓଡିଶା

odisha

'ତାତ୍ସଲ୍ୟ ଓ ଘୃଣା ହିଁ ବଞ୍ଚିବାକୁ ସାହାସ ଦେଇଥିଲା'

By

Published : Jan 18, 2020, 10:27 AM IST

ଜୀବନରେ ବହୁତ ପ୍ରକାର ଘଟଣା ଘଟିଥାଏ। କିନ୍ତୁ ଏମିତି କିଛି ଘଟଣା ଘଟିଥାଏ, ଯାହା ଜଣେ ଝିଅର ଅସ୍ତିତ୍ବକୁ ଭାଙ୍ଗିରୁଜି ଚୁରମାର କରିଦେଇଥାଏ। ସେଥିମଧ୍ୟରୁ ଏସିଡ ଆଟାକ୍ ଘଟଣା ଅନ୍ୟତମ। ଏହା ଜଣେ ଝିଅର ଶରୀରକୁ ପୋଡି ପାଉଁଶକୁ କରି ଦେଇ ନଥାଏ, ତାର ମନ, ଆତ୍ମା, ଅସ୍ତିତ୍ବ ଓ ସ୍ବାଭିମାନକୁ ପୋଡି ଜାଳି ଛାରଖାର କରିଦେଇଥାଏ। ଏହି ଏସିଡ ପୀଡିତାଙ୍କ ଘଟଣାକୁ ନେଇ ରିଲିଜ ହୋଇଛି ଚଳଚ୍ଚିତ୍ର ଛପାକ । ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନୀ ଆଧାରରେ ଏହି ଚଳଚ୍ଚିତ୍ର ପରି ଏନେକ ଘଟଣା ଭାରତରେ ଦେଖିବାକୁ ମିଳିଛି । ଆସନ୍ତୁ ଜାଣିବା ସେହିପରି ଜଣେ ଏସିଡ ପୀଡିତା ପଞ୍ଜାବର ଇନ୍ଦ୍ରଜିତ କୌରଙ୍କ ବିଷୟରେ ....

acid attack survivor Indrajit kour
'ତାତ୍ସଲ୍ୟ ଓ ଘୃଣା ହିଁ ବଞ୍ଚିବାକୁ ସାହାସ ଦେଇଥିଲା'

ହାଇଦ୍ରାବାଦ: ପ୍ରତ୍ୟେକ ଝିଅ ଚାହାଁନ୍ତି ସୁନ୍ଦର ଦେଖାଯିବାକୁ। ଆଉ ଏହି ସୁନ୍ଦରତା ହିଁ ତାଙ୍କ ପାଇଁ କାଳ ହୋଇଥାଏ। ସମାଜରେ ବସବାସ କରୁଥିବା କିଛି ଦୃଷ୍ଟ ପ୍ରକୃତିର ଲୋକ ଏହାକୁ ସହଜରେ ଗ୍ରହଣ କରିପାରନ୍ତି ନାହିଁ। ସେଥିପାଇଁ ତ ନିଜ ମନରେ ଜଳୁଥିବା ରାଗକୁ ଶାନ୍ତ କରିବା ପାଇଁ ସେମାନେ ଏସିଡର ସାହାଯ୍ୟ ନେଇଥାନ୍ତି । ଏସିଡ ଏମିତି ଏକ ପଦାର୍ଥ, ଯାହା ଜଣେ ଝିଅର ଜୀବନକୁ ନଷ୍ଟ କରିଦେଇଥାଏ। ଜୀବନରେ ବହୁତ ପ୍ରକାର ଘଟଣା ଘଟିଥାଏ। କିନ୍ତୁ ଏମିତି କିଛି ଘଟଣା ଘଟିଥାଏ, ଯାହା ଜଣେ ଝିଅର ଅସ୍ତିତ୍ବକୁ ଭାଙ୍ଗିରୁଜି ଚୁରମାର କରିଦେଇଥାଏ। ସେଥିମଧ୍ୟରୁ ଏସିଡ ଆଟାକ୍ ଘଟଣା ଅନ୍ୟତମ। ଏହା ଜଣେ ଝିଅର ଶରୀରକୁ ପୋଡି ପାଉଁଶକୁ କରି ଦେଇ ନଥାଏ, ତାର ମନ, ଆତ୍ମା, ଅସ୍ତିତ୍ବ ଓ ସ୍ବାଭିମାନକୁ ପୋଡି ଜାଳି ଛାରଖାର କରିଦେଇଥାଏ।


ନିକଟରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ଛପାକରେ ଏସିଡ୍ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନୀ କାହାଣୀ ପ୍ରଦର୍ଶିତ ହୋଇଥିଲା। ଯାହା ଅନେକ ଦର୍ଶକଙ୍କ ମନକୁ ଛୁଇଁ ଥିବାବେଳେ ଅନେକ ବିରୋଧ କରିଥିଲେ। ସେହିପରି ଆଜି ଆମେ ଆପଣଙ୍କୁ ଏମିତି ଏକ ଏସିଡ୍ ପୀଡିତାଙ୍କ ସମ୍ପର୍କରେ କହିବୁ, ଯାହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ସେ ହେଉଛନ୍ତି ପଞ୍ଜାବର ରୂପନଗରସ୍ଥିତ ମଣ୍ଡୋଲି ଗାଁର ଇନ୍ଦ୍ରଜିତ କୌର। ଚାଲନ୍ତୁ ଜାଣିବା ତାଙ୍କ ଜୀବନର ଏକ ଭୟାନକ ଘଟଣା ଉପରେ...

ଏସିଡ ପୀଡିତା ଇନ୍ଦ୍ରଜିତ କୌରଙ୍କ ପୂର୍ବ ଫଟୋ


8 ଡିସେମ୍ବର 2011:

ଇନ୍ଦ୍ରଜିତ ରୁବି ଏକ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ। ସ୍କୁଲରୁ ଆସିବା ପରେ ସେ ଘରେ ପିଲାମାନଙ୍କୁ ପଢାନ୍ତି । ତାଙ୍କ ଜୀବନ ମଜାମସ୍ତିରେ କଟିଯାଉଥିଲା । କିନ୍ତୁ ଦିନେ ଏମିତି ଏକ ଘଟଣା ଘଟିଥିଲା, ଯାହା ତାଙ୍କ ଜୀବନର ଚିତ୍ରକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲାା। ଏହି ଘଟଣା 8 ଡିସେମ୍ବର 2011ର। ସନ୍ଧ୍ୟା ସମୟ ହୋଇଥାଏ। ଏହି ସମୟରେ ଇନ୍ଦ୍ରଜିତ ଘରେ ଥିବାବେଳେ କେହି ଜଣେ ତାଙ୍କ କବାଟ ବାଡେଇ ଥିଲେ। ଇନ୍ଦ୍ରଜିତ ବାରମ୍ବାର ବାରମ୍ବାର ତାଙ୍କ ନାଁ ପଚାରୁଥିଲେ ମଧ୍ୟ କେହି କିଛି କହି ନଥିଲେ। କିଛି ସମୟ ପରେ ସେ କବାଟ ଖୋଲି ଦେଖିଲା ବେଳକୁ ଗୋଟିଏ ପୁଅ ଏକ ଜଗ୍ ଧରି ଛିଡା ହୋଇଥିଲା। ଏବଂ ସେଥିରେ ଥିବା ସମସ୍ତ ଏସିଡକୁ ଇନ୍ଦ୍ରଜିତଙ୍କ ମୁହଁ ଉପରକୁ ପକାଇ ଦେଇଥିଲା। ଫଳରେ ଇନ୍ଦ୍ରଜିତଙ୍କ ମୁହଁ ସହ ସମସ୍ତ ଶରୀର ଜଳିବାକୁ ଲାଗିଲା। ଏହି ଘଟଣା ପରେ ସେ ପୁଅ ତ ସେ ସ୍ଥାନରୁ ଦୌଡି ପଳାଇଥିଲା, କିନ୍ତୁ ଇନ୍ଦ୍ରଜିତଙ୍କ ଜୀବନ ଏକପ୍ରକାର ବଦଳିଗଲା।


ଯେ କେହି ବି ଦେଖୁଥିଲେ, ଡରି ଯାଉଥିଲେ:

ଇନ୍ଦ୍ରଜିତ କହିଥିଲେ ଯେ, ଯେବେ ତାଙ୍କ ଉପରେ ଏସିଡ୍ ପକାଯାଇଥିଲା, ତେବେ ସେ ଏକ ପ୍ରକାର ଡରିଯାଇଥିଲେ। ତାଙ୍କର ସମ୍ପୂର୍ଣ୍ଣ ଶରୀର ଜଳିବାକୁ ଲାଗିଥିଲା। ଏବଂ ସେ ଜୋରରେ ଚିତ୍କାର କରିବାକୁ ଲାଗି ଥିଲେ। ଏହାପରେ ତାଙ୍କ ମା ତାଙ୍କୁ ବାଇକରେ ବସାଇ ଘରୋଇ ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରୁ ତାଙ୍କୁ ପିଜିଆଇ ଚଣ୍ଡିଗଡ ପଠାଇ ଦିଆଯାଇଥିଲା। ସେଠାରେ ତାଙ୍କର 4 ମାସ ପର୍ଯ୍ୟନ୍ତ ଚିକିତ୍ସା ଜାରି ରହିଥିଲା। ଏହି ସମୟ ମଧ୍ୟରେ ତାଙ୍କ ମୁହଁ ଏମିତି ଖରାପ ହୋଇଯାଇଥିଲା ଯେ, ଯେ କେହି ବି ଦେଖୁଥିଲେ ଡରି ଯାଉଥିଲେ। କିନ୍ତୁ ତାଙ୍କ ମା କେବେ ମଧ୍ୟ ତାଙ୍କୁ ଏକୁଟିଆ ହେବାକୁ ଦେଇ ନଥିଲେ। ଏବଂ ଡାକ୍ତରଙ୍କ ସହ ମିଶି ତାଙ୍କର ଡ୍ରେସିଂ କରୁଥିଲେ। ଚିକିତ୍ସା ଚାଲୁଥିବା ସମୟରେ ହିଁ ତାଙ୍କର ବିଭିନ୍ନ ପ୍ରକାର ଅସ୍ତ୍ରୋପ୍ରଚାର କରାଯାଇଥିଲା। ତାଙ୍କର ପ୍ରଥମ ଅସ୍ତ୍ରୋପ୍ରଚାର ସଫଳ ହୋଇ ପାରିନଥିଲା। କାରଣ ତାଙ୍କ ମୁହଁରେ କୌଣସି ଚର୍ମ ମଧ୍ୟ ସହଜରେ ରହିପାରୁନଥିଲା। ଫଳରେ ଔଷଧ ଦ୍ବାରା ତାଙ୍କ ଚର୍ମକୁ ରଗଡି କରି ସଫା କରିଦିଆଯାଇଥିଲା। ଏହାପରେ ତାଙ୍କର ଦ୍ବିତୀୟ ଅସ୍ତ୍ରୋପ୍ରଚାର କରାଯାଇଥିଲା ।

ଏସିଡ ପୀଡିତା ଇନ୍ଦ୍ରଜିତ କୌରଙ୍କ ଆକ୍ରମଣ ପର ଫଟୋ


ଫୋନରେ ମିଳୁଥିଲା ଧମକ:

ଏସିଡ ଆଟାକ୍ ପରେ ଯେବେ ଇନ୍ଦ୍ରଜିତ କୌର କୋର୍ଟରେ କେସ କଲେ, ସେତେବେଳେ ମାମଲା ପ୍ରତ୍ୟାହାର କରିନେବା ସହ ବୁଝାମଣା କରିବାକୁ ଧମକ ମିଳୁଥିଲା । ଉକ୍ତ ଅଭିଯୁକ୍ତର ଭଉଣୀ ଫୋନ କରି କହିଲେ ଯେ, ଆଜି ତ ଏସିଡ୍ ଢଳା ହୋଇଛି, ଆଗକୁ ଜଣାନାହିଁ କଣ କଣ ହେବ। ଏହି ସବୁ ଧମକ ପରେ ମଧ୍ୟ ଇନ୍ଦ୍ରଜିତ ଡରି ଯାଇନଥିଲେ। ତାଙ୍କର ଏହି ସାହସ ତାଙ୍କୁ କେସ ଜିତାଇବାରେ ସାହାଯ୍ୟ କରିଥିଲା। ଉକ୍ତ ଅଭିଯୁକ୍ତକୁ 10ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଗଲା। କିନ୍ତୁ ଇନ୍ଦ୍ରଜିତ ଏହି ନିର୍ଣ୍ଣୟରେ ଖୁସି ନଥିଲେ। କାହିଁକିନା ସେ ଚାହୁଁଥିଲେ କି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଉ।

ତାତ୍ସଲ୍ୟ ଓ ଘୃଣାର ଶିକାର:

ଏସିଡ୍ ଆଟାକ୍ ପରେ ଇନ୍ଦ୍ରଜିତଙ୍କୁ ତାତ୍ସଲ୍ୟ ଓ ଘୃଣାର ଶିକାର ହେବାକୁ ପଡିଥିଲା। କେହି କେହି ତାଙ୍କୁ ଏସିଡ୍ ପୀଡିତା ବୋଲି ଡାକୁଥିଲେ। ଆଉ କେହି କେହି ତାଙ୍କ ସହ ମିଶିବା ବନ୍ଦ କରି ଦେଇଥିଲେ। ସେ ଯେଉଁ ସ୍ଥାନକୁ ଯାଉଥିଲେ, ଲୋକେ ସେ ସ୍ଥାନ ଛାଡିକି ପଳାଉ ଥିଲେ। ସାଙ୍ଗସାଥୀଙ୍କ ପାଇଁ ସେ ପର ହୋଇଯାଇଥିଲେ। ଏଥିନେଇ ସେ ଅଧିକାଂଶ ସମୟ ବିଷାଦରେ ରହୁଥିଲେ। ମୁହଁ ଜଳି ଯାଉଥିବାରୁ ତାଙ୍କୁ କେହି ଭଲ ପାଉ ନଥିଲେ। କେହି କେହି ତାଙ୍କୁ ଚିହ୍ନି ମଧ୍ୟ ପାରୁ ନଥିଲେ। କିଛି ଦିନ ପରେ ସେ ନିଜକୁ ସମ୍ଭାଳିବାକୁ ଲାଗିଲେ। ବିନା କାହା ସାହାଯ୍ୟରେ ସେ ସଂଘର୍ଷ ଲଢିବାକୁ ପ୍ରସ୍ତୁତ ହୋଇଯାଇଥିଲେ। ସେଥିପାଇଁ ଇନ୍ଦ୍ରଜିତ କୁହନ୍ତି, ଏହି ତାତ୍ସଲ୍ୟ ଓ ଘୃଣା ହିଁ ତାଙ୍କୁ ବଞ୍ଚିବାକୁ ସାହାସ ଦେଇଥିଲା।


ପୁନଶ୍ଚ ଆରମ୍ଭ କଲେ ଜୀବନ:

ଏହି ଘଟଣା ପରେ ଇନ୍ଦ୍ରଜିତ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ। କିନ୍ତୁ ପରେ ନିଜକୁ ସମ୍ଭାଳି ନେଇଥିଲେ ଓ ନିଜ ଜୀବନକୁ ଆଗକୁ ବଢାଇବା ପାଇଁ ଚିନ୍ତା କରିଥିଲେ। ସେତେବେଳେ ଇନ୍ଦ୍ରଜିତ ଡେରାଡୁନ ଯାଇ ବ୍ରେଲି ଲିପି ଶିଖିଥିଲେ। ସେହି ସମୟରେ ସେଠାରେ ଅନ୍ୟ ଦୃଷ୍ଟି ଶକ୍ତି ହରାଇଥିବା ପିଲାଙ୍କ ସହ ରହି ନିଜ ଦୁଃଖକୁ ଏକପ୍ରକାର ଭୁଲି ଗଲେ। ଏହାପରେ ତାଙ୍କ ଭଳି ଅନ୍ୟ ଏସିଡ ପୀଡିତାଙ୍କୁ ଦେଖି ବ୍ୟାଙ୍କ ପରୀକ୍ଷା ଦେବା ପାଇଁ ଭାବିଲେ। 40ରୁ 50 ଥର ପରୀକ୍ଷା ଦେବା ପରେ ସେ କାନାଡା ବ୍ୟାଙ୍କରେ କିରାଣୀ ପଦ ପାଇଁ ମନୋନୀତ ହେଲେ। ଏହି ସମୟ ମଧ୍ୟରେ ସେ କିଛି ଦିନ ପାଇଁ ରେଡିଓରେ ମଧ୍ୟ କାମ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details