ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହେଲା କୃଷି ବିଲ । ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିଲକୁ ପାରିତ କରାଯାଇଛି । କୃଷି ବିଲ ଆଲୋଚନା ସମୟରେ ରାଜ୍ୟସଭା ସମୟ ବୃଦ୍ଧିକୁ ନେଇ ଗୃହରେ ହଙ୍ଗାମା କରିଥିଲେ । ଗୃହ ମଧ୍ୟଭାଗକୁ ଆସି ବିରୋଧୀ ହୋହ୍ଲାଲା କରିଥିଲେ । ତେବେ ଧ୍ବନୀ ମତରେ ରାଜ୍ୟସଭାରେ ବିଲ ପାରିତ ହୋଇଛି । ଏହା ପୂର୍ବରୁ ଲୋକସଭାରେ ପାରିତ ହୋଇଛି ବିଲ । ତେବେ ଏହି ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ବିରୋଧୀଙ୍କ ଦାବିକୁ ଅଗ୍ରାହ୍ୟ କରାଯାଇଛି ।
କୃଷି ବିଲ ଆଲୋଚନା ସମୟରେ ରାଜ୍ୟସଭା ସମୟ ବୃଦ୍ଧିକୁ ନେଇ ଗୃହରେ ହଙ୍ଗାମା ହୋଇଥିଲା । ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ ବିରୋଧୀ । ବିଲ୍ ପାରିତ ପାଇଁ ଶାସକ ଦଳ ସମୟ ବୃଦ୍ଧି କରିଥିବାବେଳେ ଏହାକୁ ବିରୋଧୀଙ୍କ ଜୋରଦାର ବିରୋଧ । କାରଣ ଗୃହକାର୍ଯ୍ୟ ଦିନ 1ଟା ପରେ ସମାପ୍ତ ହେଉଥିଲା।
ଆଜି ସଂସଦରେ ମୌସୁମୀ ଅଧିବେଶର ସପ୍ତମ ଦିନରେ ରାଜ୍ୟସଭାରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର 3ଟି କୃଷି ବିଧେୟକ ଆଗତ କରିଥିଲେ । ସେଗୁଡିକ ହେଲା କୃଷି ଉତ୍ପାଦ ବ୍ୟବସାୟ ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସୁବିଧା) ବିଲ- 2020, ମୂଲ୍ୟ ଆଶ୍ବାସନ ଏବଂ କୃଷି ସେବା ଉପରେ କୃଷକ(ସଶକ୍ତିକରଣ ଓ ସୁରକ୍ଷା) ଚୁକ୍ତି ବିଲ-2020 । ବିଲ ସପକ୍ଷରେ ରାଜ୍ୟ ସଭାରେ ଯୁକ୍ତି ବାଢି କହିଥିଲେ ଏହି 2ଟି ବିଲ ଐତିହାସିକ ଏବଂ ଚାଷୀଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବ ବୋଲି ସେ କହିଥିଲେ । ଏପରିକି ଚାଷୀ ନିଜର ଉତ୍ପାଦକ ଦେଶର ଯେକୌଣସି ସ୍ଥାନରେ ବିକ୍ରି କରିପାରିବ ବୋଲି କୃଷିମନ୍ତ୍ରୀ ସୂଚନା ଦେଇଥିଲେ । ଏହି ବିଲକୁ ନେଇ ଭୁଲ ଧାରଣା ସୃଷ୍ଟି କରାଯାଉଥିବା ନେଇ ମନ୍ତ୍ରୀ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଥିଲେ ।