ଓଡିଶା

odisha

ବିହାର ନିର୍ବାଚନ: ଦରଭଙ୍ଗାରେ ରାଲି କଲେ ମୋଦି

By

Published : Oct 28, 2020, 12:34 PM IST

ବିହାର ନିର୍ବାଚନ ସମୟରେ ଦ୍ବିତୀୟ ଥର ପାଇଁ ବିହାର ଆସି ରାଲି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ବିହାର ନିର୍ବାଚନ
ବିହାର ନିର୍ବାଚନ

ପାଟନା: ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳ ଦରଭଙ୍ଗାରେ ରାଲି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଦରଭଙ୍ଗାର ଐତିହାସିକ ରାଜ ମୈଦାନରେ ନିର୍ବାଚନୀ ସଭାରେ ଜନତାଙ୍କୁ ସମ୍ବୋଧିତ କରିଛନ୍ତି । ତାଙ୍କ ସହିତ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି ।

ପ୍ରଥମେ ମିଥିଳା ଭୂମିକୁ ମୋର ପ୍ରଣାମ କହି ନିଜ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ । ପରେ ବିହାର ମୁଖ୍ୟମନ୍ତ୍ରୀ ମୋ ବନ୍ଧୁ, ମୋ ଭାଇ ନୀତିଶ କୁମାରଙ୍କୁ ଆପଣଙ୍କ ଆଶୀର୍ବାଦ ନିଶ୍ଚୟ ମିଳିବ ବୋଲି ମୋର ବିଶ୍ବାସ ଅଛି । ମଧୁବନୀ, ସମସ୍ତୀପୁରରୁ ଆପଣ ସମସ୍ତେ ଆଶୀର୍ବାଦ ଦେବାକୁ ଆସିଛନ୍ତି । ଆପଣ ମାନେ ଡିଜିଟାଲରେ ବି ଯୋଡି ହୋଇଛନ୍ତି । ଆପଣଙ୍କ ସଙ୍କଳ୍ପକୁ ମୁଁ ପ୍ରଣାମ କରୁଛି ବୋଲି କହିଛନ୍ତି ମୋଦି ।

ସେହିପରି ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି । ସେଠାରେ ସମସ୍ତେ କୋରୋନା କଟକଣା ମଧ୍ୟରେ ମତ ସାବ୍ୟସ୍ତ କରନ୍ତୁ ବୋଲି ମୋଦି କହିଛନ୍ତି । ଏହାସହ ଅନେକ ସାଥୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ।

ଅନ୍ୟପଟେ ନୀତିଶଙ୍କ ନେତୃତ୍ବରେ ବିହାର ଆଗକୁ ବଢିଛି । 2003 ମସିହାରେ ନୀତିଶ କୁମାର ରେଳମନ୍ତ୍ରୀ ଥିଲେ । ଏଠାରେ ସେ ମହାସେତୁ ପାଇଁ ଦାବି କରିଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ସରକାର ଏଥିପାଇଁ ମଞ୍ଜୁରୀ ଦେଇଥିଲା କହିବା ସହ ସରକାରଙ୍କ ସଫଳତା କହି ଲୋକଙ୍କ ଆସ୍ଥା ଭାଜନ ପାଇଁ ଚେଷ୍ଟା କରିଛନ୍ତି ମୋଦି ।

ମିଥିଳାରେ ପର୍ଯ୍ୟଟନର ବିକାଶ ହେବ । ଏଠାରେ 1200 କୋଟି ଟଙ୍କା ଖର୍ଚ୍ଚରେ ଏମ୍ସ ନିର୍ମାଣ ହେବ । ଆତ୍ମନିର୍ଭର ବିହାରର ସଙ୍କଳ୍ପର ପୂରଣ କରାଯିବ କହି ଭୋଟ ଭିକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ରାମ ମନ୍ଦିର ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ନିଶାନା କରିବା ସହ ଏଠାକାର ଲୋକଙ୍କ ଅଯୋଦ୍ଧା ଉପରେ ନଜର ରହିଥିବା ସେ ଦର୍ଶାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details