ଓଡିଶା

odisha

'ମୋଦି ଏବଂ ଟ୍ରମ୍ପ ରିସ୍କ ନେବାକୁ ଡରନ୍ତି ନାହିଁ '

By

Published : Jun 26, 2019, 11:35 PM IST

ବିଶ୍ବରେ କେବଳ 2 ଟି ନେତା ଅଛନ୍ତି, ଯିଏକି ରିସ୍କ ନେବାକୁ ଡରନ୍ତି ନାହିଁ । ସେମାନେ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ଫଟୋ ସୌଜନ୍ୟ: ଟ୍ବିଟର@ANI

ନୂଆଦିଲ୍ଲୀ: ବିଶ୍ବରେ କେବଳ 2ଟି ନେତା ଅଛନ୍ତି, ଯିଏ ରିସ୍କ ନେବାକୁ ଡରନ୍ତି ନାହିଁ । ସେମାନେ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ଏବଂ ଆମେରିକାରେ ମହାନ ଲୋକତନ୍ତ୍ର ରହିଛି । ବୈଶୟିକ ଶକ୍ତିରେ ସମୃଦ୍ଧ ଦୁଇ ଦେଶ । ଦୁହିଁଙ୍କ ମଧ୍ୟରେ ଭଲ ସମ୍ପର୍କ ମଧ୍ୟ ରହିଛି ବୋଲି ବୁଧବାର ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ କହିଛନ୍ତି । ଏହା ସହିତ ଉଭୟ ଦେଶକୁ ମୁକ୍ତ ସମୁଦ୍ର ପଥର ସୁରକ୍ଷା ପାଇଁ ଅଧିକ ବ୍ୟାପକ ରୂପରେ ରଣନୀତି ପ୍ରସ୍ତୁତ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।

ପୋମ୍ପିଓ ଆହୁରି କହିଛନ୍ତି, କିଛି ସପ୍ତାହ ପୂର୍ବରୁ ମୋଦି ଆତଙ୍କବାଦ ବିରୁଦ୍ଧରେ ଲଢିବା ପାଇଁ ସମସ୍ତ ଦେଶକୁ ଆହ୍ବାନ କରିଥିଲେ । ମୋଦିଙ୍କ ଆହ୍ବାନ ପରେ ଜାତିସଙ୍ଘରେ ମସୁଦ ଆଜହରକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରାଯାଇଛି । ଯାହା ଅତ୍ୟନ୍ତ ଖୁସିର ବିଷୟ ।

ସୂଚନା ଯୋଗ୍ୟ ଯେ, ବୁଧବାର ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଏବଂ ଭାରତ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ରାଷ୍ଟ୍ରହିତ ପାଇଁ ଭାରତ ରୁଷଠାରୁ ଏସ-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ କ୍ରୟ କରୁଥିବା ଜୟଶଙ୍କର ସ୍ପଷ୍ଟ କରିଛନ୍ତି ।

ଏହା ସହିତ ଭାରତ ଆମେରିକାର ସହଯୋଗୀ ରାଷ୍ଟ୍ର ଏବଂ ଦ୍ୱିପାକ୍ଷିକ ସମ୍ପର୍କ ଏବେ ନୂଆ ସ୍ତରରେ ପହଞ୍ଚିଛି ବୋଲି ଜୟଶଙ୍କର କହିଛନ୍ତି । ଭାରତ ବିଭିନ୍ନ ରାଷ୍ଟ୍ର ସହ ସୁସମ୍ପର୍କ ସ୍ଥାପନ କରିଛି । ଜାତୀୟ ସ୍ବାର୍ଥକୁ ଗୁରୁତ୍ୱ ଦେବା ସହ ଅନ୍ୟ ରାଷ୍ଟ୍ରର ଜାତୀୟ ସ୍ବାର୍ଥକୁ ମଧ୍ୟ ଭାରତ ସମ୍ମାନ ଜଣାଉଛି ବୋଲି ସେ କହିଥିଲେ ।

For All Latest Updates

ABOUT THE AUTHOR

...view details