ଓଡିଶା

odisha

ଭାରତ ସୀମାରେ 20 ହଜାର ଯବାନ ମୁତୟନ କଲା ଚୀନ

By

Published : Jul 1, 2020, 3:58 PM IST

ଚୀନର ପିପୁଲ୍ସ ଲିବରେଶନ ଆର୍ମି ଏଲଏସିରେ ନିଜର 20,000 ସୈନିକଙ୍କୁ ମୁତୟନ କରିଥିବା ସୂତ୍ରରୁ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ଚୀନ
ଚୀନ

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ଇତି ମଧ୍ୟରେ ଚୀନ ଏଲଏସିରେ ଅତିରିକ୍ତ ସେନା ମୁତୟନ କରିଛି । ଚୀନର ପିପୁଲ୍ସ ଲିବରେଶନ ଆର୍ମି ଏଲଏସିରେ ନିଜର 20,000 ଯବାନ ମୁତୟନ କରିଥିବା ସୂତ୍ରରୁ ପ୍ରକାଶ ପାଇଛି । ପୂର୍ବରୁ ଚୀନ ପକ୍ଷରୁ ଶିନଜିୟାପିଗଂରେ 10,000-12000 ସୈନିକଙ୍କୁ ନିୟୋଜିତ କରାଯାଇଥିଲା । ତେବେ ସେମାନଙ୍କର ଗତିବିଧିକୁ ଭାରତ ଗମ୍ଭୀରତାର ସହ ନଜର ରଖିଥିବା ସୂତ୍ରରୁ ଜଣାପଡିଛି ।

ଶୀର୍ଷ ସରକାରୀ ସୂତ୍ର ଅନୁଯାୟୀ, ଚୀନ ସେନା ପୂର୍ବ ଲଦାଖ ସେକ୍ଟରରେ ଏଲଏସି ନିକଟରେ ଅତିରିକ୍ତ 2ଟି ଡିଭିଜନ(ପ୍ରାୟ 20,000 ସୈନ୍ୟ ) ମୁତୟନ କରିଛି । ଏହା ବ୍ୟତୀତ ଚୀନ ଉତ୍ତର ଶିନଜିୟାଂଗ ପ୍ରାନ୍ତରେ ନିଜର ଅତିରିକ୍ତ ଡିଭିଜନକୁ ମଧ୍ୟ ନିୟୋଜିତ କରିବାର ନିଷ୍ପତ୍ତି ନେଇଛି । ଏହି ଡିଭିଜନରେ ପ୍ରାୟ 10,000 ସୈନିକ ରହିଛନ୍ତି । ଚୀନର ସେନାର ଏହି ଅତିରିକ୍ତ ଡିଭିଜନ ଆଗାମି 48 ଘଣ୍ଟାରେ ଭାରତୀୟ ସୀମାରେ ପହଞ୍ଚିବାର ସମ୍ଭାବନା ରହିଛି ।

ତେବେ ଭାରତୀୟ ସେନା ଚୀନର ଏହି ଗତିବିଧି ଉପରେ ନଜର ରଖିଥିବା ସୂତ୍ରରୁ ପ୍ରକାଶ ପାଇଛି । ଚୀନ ପକ୍ଷରୁ କରାଯାଉଥିବା ଅତିରିକ୍ତ ସୈନିକଙ୍କ ସମେତ ସୀମାରେ ପୂର୍ବରୁ ନିୟୋଜିତ ଥିବା ସୈନ୍ୟଙ୍କ ଉପରେ ଭାରତୀୟ ସେନା ନଜର ରଖିଥିବା ଜଣାପଡିଛି । ଭାରତ ଏବଂ ଚୀନ 6 ସପ୍ତାହରୁ ଅଧିକ ସମୟ ଧରି କୂଟନୈତିକ ଏବଂ ସାମରିକ ସ୍ତରରେ ଆଲୋଚନା କରୁଛନ୍ତି । ତଥାପି ଏହି ଦିଗରେ ଚୀନ ପକ୍ଷରୁ ସୈନ୍ୟ ବା ଉପକରଣର ମୁତୟନ ହ୍ରାସ ହୋଇନାହିଁ। ଚୀନ ପୂର୍ବରୁ ତିବ୍ଦତ ଅଞ୍ଚଳରେ ଦୁଇ ଡିଭିଜନ୍ ସେନା ମୁତୟନ କରିଥିବା ବେଳେ ବର୍ତ୍ତମାନ ଦୁଇଟି ଅତିରିକ୍ତ ଡିଭିଜନ୍ ସେନା ମୁତୟନ କରୁଛି ।

ତେବେ ଭାରତୀୟ ସେନା ମଧ୍ୟ ନିଜର ସ୍ଥିତିକୁ ମଜବୁତ କରିଥିବା ସୂତ୍ରରୁ ପ୍ରକାଶ ପାଇଛି । ପୂର୍ବ ଲଦାଖ ଅଞ୍ଚଳରେ ଅତି କମରେ ଦୁଇଟି ଡିଭିଜନ ସୈନ୍ୟଙ୍କୁ ମୁତୟନ କରିଛି ଭାରତୀୟ ସେନା। ଏଥିରେ ଏକ ରିଜର୍ଭ ପାର୍ବତ୍ୟ ଡିଭିଜନ ଅନ୍ତର୍ଭୁକ୍ତ ଯାହା ପୂର୍ବ ଲଦାଖ ଅଞ୍ଚଳରେ ପ୍ରତିବର୍ଷ ଯୁଦ୍ଧାଭ୍ୟାସ କରିଥାଏ ।

ABOUT THE AUTHOR

...view details