ଓଡିଶା

odisha

ମୋଦିଙ୍କୁ ଭେଟିଲେ ମାଇକ୍ରୋସଫ୍ଟ ମୁଖ୍ୟ ବିଲ୍‌ ଗେଟସ୍‌

By

Published : Nov 18, 2019, 6:49 PM IST

ବିଲ୍‌ ଆଣ୍ଡ ମିଲିଣ୍ଡା ଗେଟ୍‌ସ ଫାଉଣ୍ଡେସନର ସହ-ଅଧ୍ୟକ୍ଷ ତଥା ମାଇକ୍ରୋସଫ୍‌ଟର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ବିଲ୍‌ ଆଣ୍ଡ ମିଲିଣ୍ଡା ଗେଟ୍‌ସ ଫାଉଣ୍ଡେସନର ସହ-ଅଧ୍ୟକ୍ଷ ତଥା ମାଇକ୍ରୋସଫ୍‌ଟର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ବିଲ୍‌ ଗେଟସ୍‌ ତିନି ଦିନିଆ ଭାରତ ଗସ୍ତରେ ରହିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ଏହାପୂର୍ବରୁ ବିଲ୍‌ ଗେଟସ୍‌ ରବିବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ସାକ୍ଷାତ କରିଥିଲେ । ବିହାରର ପ୍ରଶଂସା କରିଥିଲେ ବିଲ୍‌ ଗେଟସ୍‌ । ଦାରିଦ୍ର୍ୟତା ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସହ ଲଢେଇ କରିବାରେ ବିହାର ଭଲି ରାଜ୍ୟ ବିଶ୍ବରେ ବହୁତ କମ୍‌ ବୋଲି ସେ କହିଥିଲେ ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାଇକ୍ରୋସଫ୍‌ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ 'ଗ୍ଲୋବାଲ ଗୋଲ୍‌କିପର୍‌ ଆୱାର୍ଡ' ପ୍ରଦାନ କରିଥିଲେ । ବିଶ୍ବର ଏକ ନମ୍ବର ଏହି ଧନୀ ବ୍ୟକ୍ତି ଦାତବ୍ୟ କାର୍ଯ୍ୟ ଲାଗି ସମ୍ପତ୍ତି ଦାନ କରିବାରେ ମଧ୍ୟ ଉଦାହରଣ ସୃଷ୍ଟି କରିଛନ୍ତି।

For All Latest Updates

TAGGED:

ABOUT THE AUTHOR

...view details