ଓଡିଶା

odisha

ଏନଆରସିର ଛଦ୍ମରୂପ ଏନପିଆର: ପି.ଚିଦାମ୍ବରମ

By

Published : Jan 18, 2020, 7:18 PM IST

ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ଏବଂ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି)କୁ ନେଇ ସମସ୍ତ ବିରୋଧୀ ଦଳଙ୍କୁ ଏକତ୍ରୀତ ହେବାକୁ ଆହ୍ବାନ ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ। ଏହା ସହିତ ସେ ଏନପିଆରକୁ ଏନଆରସିର ଛଦ୍ମ ରୂପ ବୋଲି କହିଛନ୍ତି।

chidambaram
ପି.ଚିଦାମ୍ବରମ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି)କୁ ନେଇ ସମସ୍ତ ବିରୋଧୀ ଦଳଙ୍କୁ ଏକତ୍ରୀତ ହେବାକୁ ଆହ୍ବାନ ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ। ସମସ୍ତ ବିରୋଧୀ ଦଳଙ୍କୁ ସିଏଏ ଏବଂ ଏନଆରସିର ଆବଶ୍ୟକତାକୁ ବୁଝିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଏହା ସହିତ ସିଏଏ-ଏନଆରସି ବିରୋଧରେ ସମସ୍ତ ବିରୋଧିଙ୍କୁ ଗୋଟିଏ ମଞ୍ଚରେ ଏକତ୍ରୀତ ହେବାକୁ ଜଣାଇଛନ୍ତି ସେ।

ଶନିବାର କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଯୋଗଦେଇ ଚିଦାମ୍ବରମ କହିଛନ୍ତି ଯେ, ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜୀକା(ଏନପିଆର) ଏନଆରସିର ଛଦ୍ମ ରୂପ। କଂଗ୍ରେସ ଦଳ ଏହାକୁ ଲାଗୁ ହେବାକୁ ଦେବନାହିଁ । ଆସାମରେ ଏନଆରସିର ଅସଫଳତା ପରେ ବିଜେପି ନେତୃତ୍ବାଧୀନ ରାଜ୍ୟ ସରକାର ତୁରନ୍ତ ପ୍ରସଙ୍ଗ ବଦଳାଇ ଏନପିଆର କଥା କହିଲେ ବୋଲି ଚିଦାମ୍ବରମ ଅଭିଯୋଗ କରିଛନ୍ତି।

ସିଏଏ ଏବଂ ଏନଆରସିକୁ ନେଇ ଗୋଟିଏ ପଟେ ଦେଶର ବିଭିନ୍ନ ଭାଗରେ ପ୍ରଦର୍ଶନ କରାଯାଉଛି। ଅନ୍ୟପକ୍ଷେ ଶନିବାର ସିଏଏର ସାମ୍ବିଧାନିକ ବୈଧତା ଏବଂ ଗୃହମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଲାଗୁ କରିବା ପାଇଁ ଜାରି ହୋଇଥିବା ଅଧିସୂଚନାକୁ ଚ୍ୟାଲେଞ୍ଜ କରି ଦାଖଲ କରାଯାଇଥିବା ଯାଚିକାର ଶୁଣାଣି ଉଚ୍ଚତମ ନ୍ୟାୟାଳୟରେ ହୋଇଛି। ଯେଉଁଥିରେ କୋର୍ଟ ଏନେଇ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି।

ଏହି ଯାଚିକାରେ ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି ଅଧିସୂଚନାକୁ ଚ୍ୟାଲେଞ୍ଜ କରି କୁହାଯାଇଥିଲା, ସିଏଏର ଧାରା 2,3,5,6 ସମ୍ବିଧାନର ଅନୁଚ୍ଛେଦ 14, ଅନୁଚ୍ଛେଦ 19 ଏବଂ ଅନୁଚ୍ଛେଦ 21ର ଉଲଙ୍ଘନ କରୁଛି।

ABOUT THE AUTHOR

...view details