ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଲକ ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟରର ପ୍ରଥମ ପର୍ଯ୍ୟାୟକୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସ୍ଥଗିତ ଘୋଷଣା କରାଯାଇଛି । ଏପ୍ରିଲ ପହିଲାରୁ ଆରମ୍ଭ ହେବାକୁ ଥିଲା ଏନପିଆର ପ୍ରକ୍ରିୟା ।
କୋରୋନା ପାଇଁ ସମ୍ପୂର୍ଣ୍ଣ ଦେଶରେ ଲକଡାଉନ । ଗାଡିମଟର ସହ ଦୋକାନ ବଜାର ସବୁକିଛି ବନ୍ଦ । 21 ଦିନ ଯାଏଁ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏପରି ସ୍ଥିତିରେ ଏପ୍ରିଲ ପହିଲାରେ ହେବାକୁ ଥିବା ଜନଗଣନା ଅନ୍ତର୍ଗତ ଏନପିଆର ପ୍ରକ୍ରିୟାକୁ ସ୍ଥଗିତ କରିଦିଆଯାଇଛି । ପୂର୍ବରୁ ରାଜ୍ୟସଭା ନିର୍ବାଚନକୁ ମଧ୍ୟ ସ୍ଥଗିତ ଘୋଷଣା କରାଯାଇଥିଲା ।