ଓଡିଶା

odisha

ଭାରତ ବ୍ୟତିତ ଏସବୁ ଦେଶରେ ବ୍ୟାନ ଟ୍ରିପଲ୍ ତଲାକ

By

Published : Aug 1, 2020, 3:27 PM IST

1 ଅଗଷ୍ଟ 2019 ରେ ଟ୍ରିପଲ୍ ତଲାକ୍ ଆଇନ ସମାପ୍ତ କରୁଥିବା ଏକ ବିଲ୍ ପାରିତ ହୋଇଥିଲା । ଏହି ବିଲ୍ ପାସ୍ କରିବା ପରେ ଭାରତ ମଧ୍ୟ ସେହି 20 ରୁ ଅଧିକ ଦେଶରେ ଯୋଗ ଦେଇଛି ଯେଉଁଠାରେ ଟ୍ରିପଲ୍ ତଲାକ୍ ଉପରେ ନିଷେଧାଦେଶ ଜାରି କରିଛି।

ଟ୍ରିପଲ୍ ତଲାକ୍
ଟ୍ରିପଲ୍ ତଲାକ୍

ହାଇଦ୍ରାବାଦ: 1 ଅଗଷ୍ଟ 2019 ରେ ଟ୍ରିପଲ୍ ତଲାକ୍ ଆଇନ ସମାପ୍ତ କରୁଥିବା ଏକ ବିଲ୍ ପାରିତ ହୋଇଥିଲା । ଏହି ବିଲ୍ ପାସ୍ କରିବା ପରେ ଭାରତ ମଧ୍ୟ ସେହି 20 ରୁ ଅଧିକ ଦେଶରେ ଯୋଗ ଦେଇଛି ଯେଉଁଠାରେ ଟ୍ରିପଲ୍ ତଲାକ୍ ଉପରେ ନିଷେଧାଦେଶ ଜାରି କରିଛି। ଭାରତ ବ୍ୟତୀତ ଦୁନିଆରେ ଅନେକ ମୁସଲମାନ ଦେଶ ଅଛି ଯେଉଁଠାରେ ଟ୍ରିପଲ ତଲାକ ନିଷେଧ ହୋଇସାରିଛି।

ଇଜିପ୍ଟ-

1929 ମସିହାରେ କୋରାନର ଅନୁଯାୟୀ ଛାଡପତ୍ର ବ୍ୟବସ୍ଥାରେ ସଂସ୍କାର ଆଣିବାରେ ଏହା ପ୍ରଥମ ଦେଶ ଥିଲା। ଟ୍ରିପଲ ତଲାକ ଘୋଷଣା କରିବା ଏହି ଦେଶରେ ଗ୍ରହଣୀୟ ନୁହେଁ।

ପାକିସ୍ତାନ-

1961 ମସିହାରେ ମୁସଲିମ୍ ଫ୍ୟାମିଲି ଆଇନ ଅର୍ଡିନାନ୍ସ ଜାରି ହେବା ପରେ ପାକିସ୍ତାନରେ ଟ୍ରିପଲ୍ ତଲାକ୍ ରଦ୍ଦ କରାଯାଇଥିଲା।

ଟ୍ୟୁନିସିଆ-

ଦେଶର ବ୍ୟକ୍ତିଗତ ସ୍ଥିତି 1956 ଅନୁଯାୟୀ ବିବାହ ରାଜ୍ୟ ତଥା ନ୍ୟାୟପାଳିକାର ଅଧୀନରେ ଆସିଥାଏ। ଏହା ବିନା କୌଣସି ସଠିକ୍ କାରଣ ବିନା ଛାଡପତ୍ର ଦେବାକୁ ଅନୁମତି ଦିଏ ନାହିଁ ।

ତୁର୍କୀ-

1926 ମସିହାରେ, ମୁସ୍ତାଫା କେମଲ ଅତାତୁର୍କଙ୍କ ନେତୃତ୍ବରେ ଇସଲାମର ବିବାହ ଓ ଛାଡପତ୍ର ଆଇନକୁ ରଦ୍ଦ କରିଦିଆଗଲା। ଏହା ପରେ ଆଧୁନିକ ସ୍ବିସ୍ ସିଭିଲ୍ ସଂହିତା ଗ୍ରହଣ କରାଯାଇଥିଲା।

ଇଣ୍ଡୋନେସିଆ-

ଏଠାରେ ଛାଡପତ୍ର କେବଳ କୋର୍ଟର ବିଚାର ଦ୍ବାରା କାର୍ଯ୍ୟକାରୀ କରାଯାଇପାରିବ ।

ଇରାକ-

ଏହା ହେଉଛି ପ୍ରଥମ ଆରବ ଦେଶ ଯାହାକି ଶରିୟା କୋର୍ଟ ବଦଳରେ ଏଠାରେ ସରକାରୀ ଚାଳିତ ବ୍ୟକ୍ତିଗତ କୋର୍ଟ ପ୍ରତିଷ୍ଠା କରାଯାଇଥିଲା ।

ଆଲଜେରିଆ-

ପୁନଃସମନ୍ବୟ ଚେଷ୍ଟା କରିବା ପରେ ଛାଡପତ୍ର ମିଳିପାରିବ । ଏଠାରେ ଛାଡପତ୍ର କେବଳ କୋର୍ଟ ଦ୍ବାରା ପ୍ରଦାନ କରାଯାଇପାରିବ ।

ଆଫଗାନିସ୍ତାନ-

ଏଠାରେ ତିନି ଥର ତଲାକ୍ କହି ଛାଡପତ୍ର ଦେବା ଅବୈଧ ଅଟେ ।

ଅନ୍ୟ ଦେଶ ଯେଉଁଠାରେ ଟ୍ରିପଲ ତଲାକ୍ ନିଷେଧ- ସିରିୟା, ଜୋର୍ଡାନ, ମାଲେସିଆ, ବ୍ରୁନେଇ, ସଂଯୁକ୍ତ ଆରବ ଏମିରେଟ୍ସ, କତର, ସାଇପ୍ରସ, ଇରାନ, ଲିବିୟା, ସୁଦାନ, ଲେବନାନ, ମୋରକୋ ଓ କୁଏତ।

ଶ୍ରୀଲଙ୍କା-

ଶ୍ରୀଲଙ୍କା ବିବାହ ଓ ଛାଡପତ୍ର (ମୁସଲିମ) ଅଧିନିୟମ 1951 ଅନୁଯାୟୀ, ଯଦି ସ୍ବାମୀ ତାଙ୍କ ପତ୍ନୀଙ୍କଠାରୁ ଅଲଗା ହେବାକୁ ଚାହାଁନ୍ତି ତେବେ ତାଙ୍କୁ ପୁନଃବିଚାର ପାଇଁ ସୁଯୋଗ ଦିଆଯିବ ।

ABOUT THE AUTHOR

...view details