ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ପ୍ରତିଷେଧକ ସାମଗ୍ରୀ ଯଥେଷ୍ଟ ମହଜୁଦ ଅଛି । ବିଶେଷ କରି ଡାକ୍ତର ଓ ନର୍ସଙ୍କ ସମେତ ସାଧାରଣ ଲୋକଙ୍କ ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି । ଏନେଇ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ବୋଲି ସରକାର କହିଛନ୍ତି ।
ସରକାରଙ୍କ ସୂଚନାଅନୁସାରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଖରେ 3 ଲକ୍ଷ 2 ହଜାର 795ଟି ଏନ95 ମାସ୍କ ରହିଛି । ସେହିପରି 41,400 ପିପିଇ କିଟ୍ସ ମଧ୍ୟ ଉପଲବ୍ଧ ଅଛି । ଏହାସହ 10 ହଜାର 317 ଆଇସୋଲେସନ ବେଡ ପ୍ରସ୍ତୁତ କରାଯାଇଛି । 2666 ଆଇସିୟୁ ବେଡ ମଧ୍ୟ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛି ବୋଲି ସରକାର ସୂଚନା ଦେଇଛନ୍ତି ।