ଓଡିଶା

odisha

ବ୍ୟାନ୍ ଚୀନର 59 ଆପକୁ କେନ୍ଦ୍ରର ୱାର୍ଣ୍ଣିଂ, ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ

By

Published : Jul 22, 2020, 8:06 AM IST

ନିଷେଧଦେଶ ଜାରି ସତ୍ତ୍ବେ ଲୁଚାଛପାରେ ଉପଲବ୍ଧ ହେବା ବେଆଇନ । ନିୟମ ପାଳନ କର ନଚେତ, କଠୋର ହେବ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ...

ବ୍ୟାନ୍ ଚୀନର 59 ଆପକୁ କେନ୍ଦ୍ରର ୱାର୍ଣ୍ଣିଂ
ବ୍ୟାନ୍ ଚୀନର 59 ଆପକୁ କେନ୍ଦ୍ରର ୱାର୍ଣ୍ଣିଂ

ନୂଆଦିଲ୍ଲୀ:ଚୀନର 59ଟି ଆପ ଉପରେ ଭାରତ ସରକାର ନିଷେଧଦେଶ ଜାରି କରିଛନ୍ତି । ଏହା ସତ୍ତ୍ବେ ଭାରତରେ କିଛି ଆପ ଲୁଚାଛପାରେ ଉପଲବ୍ଧ ହେଉଛି । ଏ ଖବର କେନ୍ଦ୍ର ସରକାର ଜାଣିବା ପରେ କମ୍ପାନୀଗୁଡିକୁ କଡା ଚେତାବନୀ ଦେଇଛି । ନିଷେଧଦେଶକୁ କଡାକଡି ପାଳନ କରିବାକୁ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ।

କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇ କହିଛି, ଯଦି ନିୟମକୁ ଉଲ୍ଲଂଘନ କରାଯାଏ ତେବେ ଏଥିପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମନ୍ତ୍ରଣାଳୟ କହିଛି,ଏହି ଆପଗୁଡିକୁ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା 69A ଅନୁଯାୟୀ ନିଷେଧ କରାଯାଇଛି। ଏହି ନିଷିଦ୍ଧ ଚାଇନିଜ୍ ଆପର ପ୍ରତ୍ୟକ୍ଷ ଏବଂ ପରୋକ୍ଷ କାର୍ଯ୍ୟ କେବଳ ବେଆଇନ ନୁହେଁ, ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ଏବଂ ଅନ୍ୟାନ୍ୟ ନିୟମ ଅନୁଯାୟୀ ଏହା ଏକ ଅପରାଧ। ତେଣୁ ପ୍ରତିବନ୍ଧକ ପରେ ଯଦି ଏହି ଆପ ଭାରତରେ ଉପଲବ୍ଧ ହୁଏ, ତେବେ ଏଥିପ୍ରତି ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସୂଚନାଯୋଗ୍ୟ, ଜୁନ 15 ଓ 16 ତାରିଖରେ ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଥିଲା । ଯେଉଁଥିରେ ଭାରତର 20 ଯବାନ ସହିଦ ହୋଇଥିଲେ । ଏହାପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବା ସହ ଚୀନ ଭାରତର ଜମି ଅକ୍ତିଆର କରିବାକୁ ବସିଥିଲା । ସେପଟେ ବିବାଦ ସମାଧାନର ହେବାର ନାଁ ଧରୁନଥିଲା । ଏପରି ସ୍ଥିତିରେ ଭାରତ ସରକାର ଚୀନକୁ ଜବାବକୁ ଦେବାକୁ ଯାଇ 59ଟି ଚାଇନିଜ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଯେଉଁଥିରେ ଟିକଟକ, କ୍ୟାମସ୍କାନର, ୟୁସି ବ୍ରାଉଜର ଭଳି 59 ଆପ । ଭାରତ ସରକାର ଏହାକୁ ଦେଶର ନିରପତ୍ତା ଓ ସଂହତି ପ୍ରତି ବିପଦ ଥିବା କାରଣ ଦର୍ଶାଇ ବ୍ୟାନ କରିଛନ୍ତି ।

ABOUT THE AUTHOR

...view details