ଓଡିଶା

odisha

ନିୟମକୁ ବେଖାତିର, ଡାକ୍ତରଖାନାରେ ଦରବାର ଖୋଲିଛନ୍ତି ଆରଜେଡି ମୁଖ୍ୟ ଲାଲୁ

By

Published : Jul 13, 2020, 8:04 AM IST

ଜେଲ ନିୟମକୁ ଉଲ୍ଳଙ୍ଘନ କରି ଆରଜେଡି ମୁଖ୍ୟ ଲାଲୁ ହସ୍ପିଟାଲରେ ଦରବାର ବସାଇଛନ୍ତି। କୋରୋନା କାଳରେ ମଧ୍ୟ ସେ ଏଥିରୁ ବର୍ତ୍ତି ନାହାଁନ୍ତି ବୋଲି ଝାଡଖଣ୍ଡର ବିଜେପି ମୁଖପାତ୍ର ଅଭିଯୋଗ ଆଣିଛନ୍ତି।

ନିୟମକୁ ବେଖାତିର, ଡାକ୍ତରଖାନାରେ ଦରବାର ଖୋଲିଛନ୍ତି ଆରଜେଡି ମୁଖ୍ୟ ଲାଲୁ
ନିୟମକୁ ବେଖାତିର, ଡାକ୍ତରଖାନାରେ ଦରବାର ଖୋଲିଛନ୍ତି ଆରଜେଡି ମୁଖ୍ୟ ଲାଲୁ

ରାଞ୍ଚି: ରାଷ୍ଟ୍ରୀୟ ଜନତା ଦଳର ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ନିଜର କିଛି ଓଲଟାସିଧା କାର୍ଯ୍ୟ ପାଇଁ ସର୍ବଦା ଚର୍ଚ୍ଚାକୁ ଆସିଥାନ୍ତି। ପୂର୍ବରୁ କୋରୋନା ମହୋଷୌଧୀ ଉଦ୍ଭାବନ କରିଥିବା କହି ଲୋକଙ୍କୁ ଭୁଆଁ ବୁଲାଇଥିବା ବେଳେ ଏବେ ହସ୍ପିଟାଲରେ ବସାଇଛନ୍ତି ଦରବାର।

ଝାଡଖଣ୍ଡର ବିଜେପି ମୁଖପାତ୍ର ପ୍ରତ୍ୟୁଲ ସହଦେଓ ଅଭିଯୋଗ ଆଣିଛନ୍ତି ଯେ, ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଯିଏ ବର୍ତ୍ତମାନ ରିମ୍ସ ହସ୍ପିଟାଲରେ ସ୍ବାସ୍ଥ୍ୟଗତ ଅସୁସ୍ଥତା କାରଣରୁ ଭର୍ତ୍ତି ହୋଇଛନ୍ତି । ଆଉ ସେଠାରେ ଜେଲର ନିୟମକୁ ଉଲ୍ଲଙ୍ଘନ କରୁଛନ୍ତି। ଏହାସହ ମେଡିକାଲରେ ନିଜ ପାର୍ଟିର ଲୋକଙ୍କୁ ଡାକି ସେଠାରେ ଏକ ଦରବାର ବସାଉଛନ୍ତି ।

ଫେସବୁକରେ ସହଦେଓ ଲାଲୁ ଯାଦବଙ୍କ ଏକ ଫଟୋ ପୋଷ୍ଟ କରି ଏପରି ଅଭିଯୋଗ କରିଛନ୍ତି। ଏହାସହ ଜେଲର ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରୁଛନ୍ତି ଲାଲୁ ବୋଲି ସେ କହିଛନ୍ତି ।

"ଜେଲ ନିୟମକୁ ଫୁ। ପୂର୍ବତନ (ବିହାର) ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦଙ୍କ କୋରୋନା ସମୟରେ ମଧ୍ୟ ସଙ୍ଗମେଳି। ଏପରିକି ଲାଲୁ ମୋବାଇଲରେ ମଧ୍ୟ କଥାବାର୍ତ୍ତା କରୁଛନ୍ତି। ସହଦେଓ ଏହି ପୋଷ୍ଟର ହିନ୍ଦୀରେ କ୍ୟାପସନ୍ ଦେଇଛନ୍ତି। ଫଟୋରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ବସିଥିବାର ଦେଖାଯାଇଛି।

ସୂଚନା ଥାଉକି, ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବ ୧୪ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ଭୋଗୁଛନ୍ତି। ତେବେ ଦଣ୍ଡାଦେଶର ସର୍ବାଧିକ ସମୟ ସେ ଝାଡଖଣ୍ଡର ରିମ୍ସ ହସ୍ପିଟାଲରେ ବିତାଇସାରିଲେଣି।

ABOUT THE AUTHOR

...view details