ଓଡିଶା

odisha

ସଂସଦ ବାହାରେ ଜଳିବ ଜେଏନୟୁ ନିଆଁ

By

Published : Nov 17, 2019, 2:42 PM IST

ଥମୁନି ଜେଏନୟୁ ଫି' ବିବାଦ। ଦିନକୁ ଦିନ ଏହି ବିବାଦ ଉଗ୍ରରୂପ ନେବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିକ୍ରିୟା ବୃଦ୍ଧି ପାଇଛି। ସୋମବାର ସଂସଦ ପରିସର ପର୍ଯ୍ୟନ୍ତ ମାର୍ଚ୍ଚ କରି ବିକ୍ଷୋଭ କରିବାକୁ ସ୍ଥିର କରିଛନ୍ତି ଛାତ୍ରଗୋଷ୍ଠୀ। ଅଧିକ ଖବର ପଢନ୍ତୁ...

ସଂସଦ ବାହାରେ ଜଳିବ ଜେଏନୟୁ ନିଆଁ

ନୂଆଦିଲ୍ଲୀ: ଥମୁନି ଜେଏନୟୁ ଛାତ୍ର ଅସନ୍ତୋଷ। ଦିନକୁ ଦିନ ଏହି ବିବାଦ ଉଗ୍ରରୂପ ନେବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିକ୍ରିୟା ବୃଦ୍ଧି ପାଇଛି। ଏହି ଘଟଣାରେ ମାଡଗୋଳ,ଭଙ୍ଗାରୁଜା ଓ ନାରାବାଜି ପରେ ସୋମବାର ସଂସଦ ପରିସର ବାହାରେ ମାର୍ଚ୍ଚ କରି ବିକ୍ଷୋଭ କରିବାକୁ ସ୍ଥିର କରିଛନ୍ତି ଛାତ୍ରଗୋଷ୍ଠୀ।

ଗଣଶିକ୍ଷାର ସୁରକ୍ଷା ପାଇଁ ଏହି ପଦଯାତ୍ରାର ଆୟୋଜନ କରାଯାଇଛି। ଏହାସହ ସାଂସଦଙ୍କୁ ଘଟଣା ବିଷୟରେ ଅବଗତ କରାଯିବ ବୋଲି ଜେଏନୟୁ ଛାତ୍ର ଗୋଷ୍ଠୀ କହିଛି। ତେବେ ଚଳିତ ବର୍ଷର ସଂସଦର ଶୀତ ଅଧିବେଶନ ନଭେମ୍ବର 18ରେ ଆରମ୍ଭ ହୋଇ ଡିସେମ୍ବର 13ରେ ଶେଷ ହେବ। ଜେଏନୟୁ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟରେ ପ୍ରଶାସନିକ ବିଭାଗ ଆଗରେ ବିକ୍ଷୋଭ କରୁଛନ୍ତି।

ସୂଚନା ଅନୁସାରେ,ଫି ବୃଦ୍ଧି ସହ ଅନ୍ୟାନ୍ୟ ଦାବି ନେଇ ଜବାହରଲାଲ ନେହେରୁ ୟୁନିଭର୍ସିଟି କ୍ୟାମ୍ପସ ବାହାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଏହି ଫି ବିବାଦ ତୁଟୁ ନଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦେଇଛନ୍ତି।

ଫି’ ପାଇଁ ଜାରି ନିର୍ଦ୍ଦେଶ ପ୍ରତ୍ୟାହାର ସହ ନୂଆ ପରିମାଣର ଫି’ ଲାଗୁ ହୋଇଥିଲେ ହେଁ ଏହି ବିବାଦ ଥମୁନାହିଁ। ଜେଏନୟୁ ଛାତ୍ର ସଙ୍ଗଠନ ଏହି ପ୍ରତିବାଦ କରିଛନ୍ତି। ତେବେ ଆନ୍ଦୋଳନକାରୀଙ୍କୁ ପ୍ରତିହତ ପାଇଁ 600 ପୋଲିସ କର୍ମୀ ବ୍ୟାରିକେଡ ସହ ନିୟୋଜିତ ହୋଇଥିଲେ।

ABOUT THE AUTHOR

...view details