ବୃନ୍ଦାବାନ: ପବିତ୍ର ଜନ୍ମାଷ୍ଟମୀ ପୂର୍ବରୁ ଉତ୍ତର ପ୍ରଦେଶ ବୃନ୍ଦାବନ ସ୍ଥିତ ଇସ୍କନ ମନ୍ଦିର ସିଲ । ମନ୍ଦିରର ମୁଖ୍ୟ ପୂଜକ ସମେତ 22 ଜଣ କରୋନା ସଂକ୍ରମିତ ହେବାପରେ ପ୍ରଶାସନର ପଦକ୍ଷେପ । ସାରା ଦେଶରେ ଆସନ୍ତାକାଲି 12 ( ଅଗଷ୍ଟରେ ) ଜନ୍ମାଷ୍ଟମୀକୁ ନେଇ ଧୂମଧାମରେ ଭଗବାନ କୃଷ୍ଣଙ୍କ ଜନ୍ମ ମହୋତ୍ସବ ପାଳନର ପ୍ରସ୍ତୁତି ଚାଲିଛି । ତେବେ ତା ପୂର୍ବରୁ ବୃନ୍ଦାବନରେ କରୋନା ଉଜାଡି ଦେଇଛି ଉତ୍ସବ ।
ମନ୍ଦିର ମୁଖ୍ୟ ପରିଚାଳକଙ୍କ ସୂଚନା ଅନୁସାରେ ପ୍ରଥମେ ଜଣେ କର୍ମଚାରୀ କରୋନା ପଜିଟିଭ ହୋଇଥିଲେ । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କ୍ବାରେଣ୍ଟାଇନ କରାଯାଇ କରୋନା ଟେଷ୍ଟ କରାଯାଇଥିଲା । ସମସ୍ତଙ୍କ ପଜିଟିଭ ଆସିବା ପରେ ମନ୍ଦିରକୁ ସିଲ କରାଯାଇଛି ।