ଓଡିଶା

odisha

ସମ୍ବଲପୁରୀ ଶାଢୀ ପିନ୍ଧିବାକୁ ଭଲ ପାଉଥିଲେ ଇନ୍ଦିରା ଗାନ୍ଧୀ

By

Published : Oct 31, 2019, 4:32 PM IST

ଓଡିଶା ପ୍ରସିଦ୍ଧ ସମ୍ବଲପୁରୀ ଶାଢୀର ଦେଶ ବିଦେଶରେ ରହିଛି ବେଶ ଚାହିଦା । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କେବଳ ରାଜନୀତି ନୁହେଁ ନିଜର ଶାଢୀ କଲେକସନକୁ ନେଇ ମଧ୍ୟ ବହୁତ ଲୋକପ୍ରିୟ ଥିଲେ । ଆଉ ସମ୍ବଲପୁରୀ ଶାଢୀ ପିନ୍ଧିବାକୁ ଖୁବ ଭଲପାଉଥିଲେ । ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା ଖାସ କଥା ....

ସମ୍ବଲପୁରୀ ଶାଢୀ ପିନ୍ଧିବାକୁ ଭଲ ପାଉଥିଲେ ଇନ୍ଦିରା ଗାନ୍ଧୀ

ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କେବଳ ଭଲ ଲିଡର ନଥିଲେ ବରଂ ଏହାସହ ତାଙ୍କ ବ୍ୟକ୍ତିତ୍ବ ମଧ୍ୟ ଅନ୍ୟ ଠାରୁ ଖାସ ଥିଲା । ଏହି ମହାନ ବ୍ୟକ୍ତିତ୍ବଙ୍କ ଆଜି ହେଉଛି 35ତମ ପୁଣ୍ୟତିଥି । ତେବେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଖାସ କଥା ....

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କେବଳ ରାଜନୀତି ନୁହେଁ ନିଜର ଶାଢୀ କଲେକସନକୁ ନେଇ ମଧ୍ୟ ବହୁତ ଲୋକପ୍ରିୟ ଥିଲେ । ତାଙ୍କ ୱାର୍ଡରବରେ ଭଳିକି ଭଳି ହାତବୁଣା କଟନ ଶାଢୀ ଭର୍ତ୍ତି ସଜାଇ ରଖୁଥିଲେ । ଯେଉଁଥିରେ ରହିଥିଲା ଓଡିଶା ପ୍ରସିଦ୍ଧ ସମ୍ବଲପୁରୀ ଶାଢୀ । ସମ୍ବଲପୁର ଶାଢୀର ସୁନ୍ଦର ସୁନ୍ଦର ଡିଜାଇନ ଓ ମୋଟା ବର୍ଡର ତାଙ୍କୁ ଭିନ୍ନ ଲୁକ ଦେବାସହ ନିଆରା ପରିଚୟ ଦେଉଥିଲା । ତେବେ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମୃତ୍ୟୁ ପରେ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କ କଫିନ ଉପରେ ସମ୍ବଲପୁରୀ ଶାଢୀ ପକାଯାଇଥିଲା ।

ଏହାଛଡା ତାଙ୍କର ଶାଢୀ କଲେକସନ ମଧ୍ୟରେ ରହୁଥିଲା ବଗୁର ପ୍ରିଣ୍ଟ । ଯେଉଁଥିରେ ସେ ଖୁବ ନଜର ଆସୁଥିଲେ । ଏହି ଶାଢୀ ସେ ଜୟପୁର ନନିହାଲରୁ ଅର୍ଡର ଦେଉଥିଲେ । କେବଳ ଶାଢୀ କଲେକସନ ନୁହେଁ ତାଙ୍କର ଶାଢୀ ପିନ୍ଧିବାର ଶୈଳୀ ମଧ୍ୟ ନିଆରା ଥିଲା । ଆଉ ଏହା ଦେଖାଦେଉଥିଲା ଯେ ସେ ସବୁବେଳେ ଶାଢୀ ପିନ୍ଧିବା ପରେ ଭାରତୀୟ ପରମ୍ପରା ଅନୁସାରେ ଶାଢୀ ପଣତକୁ ନିଜ ମୁଣ୍ଡରେ ଦେଉଥିଲେ । ତାଙ୍କର ବ୍ୟକ୍ତିତ୍ବ ଯେତିକି ଆକର୍ଷଣୀୟ ଥିଲା ସେତିକି ପ୍ରଭାବଶାଳୀ ମଧ୍ୟ ଥିଲେ ସେ ।

ABOUT THE AUTHOR

...view details