ଓଡିଶା

odisha

ହରିୟାଣାରେ ଝୁଲା ସରକାର, ବିଜେପିକୁ ମିଳିଲାନି ବହୁମତ

By

Published : Oct 24, 2019, 11:48 PM IST

ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇଛି । 90 ଆସନ ବିଶିଷ୍ଟ ବିଧାନସଭାରେ 40 ଟି ଆସନ ଜିତିଛି ବିଜେପି । ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି 46 । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

ନୂଆଦିଲ୍ଲୀ: ହରୟାଣାରେ ହଇରାଣରେ ପଡିଲା ବିଜେପି । ରାଜ୍ୟରେ କାହାକୁ ମିଳି ନାହିଁ ବହୁମତ । ମ୍ୟାଜିକ ନମ୍ବର ଠାରୁ 6 ଟି ସିଟ ପଛରେ ପଡିଛି ବିଜେପି । ବିଜୟ ରଥରେ ବ୍ରେକ ଲାଗିଥିଲା ବେଳେ ଏବେ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ଆରମ୍ଭ ହେଲାଣି ଅଙ୍କକଷା । ଝୁଲା ସରକାର ଆଡକୁ ହରିୟାଣା ରେଜଲ୍ଟ ଝୁଲିଛି ।

90 ଆସନ ବିଶିଷ୍ଟ ବିଧାନସଭାରେ 40 ଟି ଆସନ ଜିତିଛି ବିଜେପି । ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି 46 । ବିଜେପି ୪୦ଟି ଆସନ ପାଇଥିବା ବେଳେ କଂଗ୍ରେସକୁ ୩୧ଟି ଆସନ ମିଳିଛି । ଅନ୍ୟପଟେ ଜେଜେପିକୁ 10ଟି, ସ୍ବାଧୀନ 7, ଇଣ୍ଡିଆନ ନ୍ୟାସନାଲ ଲୋକଦଳକୁ 1 ଟି ସିଟ ମିଳିଛି ।

ଫାଇନାଲ ଫଳାଫଳ ଆସିବା ପରେ ଜେଜେପିର ଦ୍ୟୁଷନ୍ତ ଚୌଟାଲା ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ରେଜଲ୍ଟ ଆସିବା ପରେ ମୁଖ୍ୟମନ୍ତ୍ରୀ ମନହୋର ଲାଲ ଖଟ୍ଟର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିଛନ୍ତି। ସେପଟେ କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା ସରକାର ଗଢ଼ିବାକୁ ଜେଜେପି ଓ ଆଇଏନଏଲଡିକୁ ମନାଇବା ପ୍ରୟାସରେ ।

ABOUT THE AUTHOR

...view details