ଓଡିଶା

odisha

ନିୟମକାନୁନ ଭିତରେ ରହି ଦିଲ୍ଲୀ ପୋଲିସ ଓ ସରକାରଙ୍କୁ କାମ କରିବାକୁ ନିର୍ଦ୍ଦେଶ

By

Published : Jan 14, 2020, 3:04 PM IST

ଦିଲ୍ଲୀର ସାହୀନ ବାଗରେ ଚାଲୁଥିବା ପ୍ରଦର୍ଶନକୁ ନେଇ କରାଯାଇଥିବା ମାମଲା ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ଶୁଣାଣି । ଶୁଣାଣି ପରେ ପୋଲିସ ଓ ସରକାରଙ୍କୁ ସରକାରୀ ନିୟମ ଓ କାନୁନ ଭିତରେ ରହି କାମ କରିବାକୁ ନିର୍ଦ୍ଦେଶ।

Delhi High Court
ଦିଲ୍ଲୀ ପୋଲିସ ଓ ସରକାରଙ୍କୁ ନିୟମକାନୁନ ଭିତରେ ରହି କାମ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀର ସାହୀନ ବାଗରେ ଚାଲୁଥିବା ପ୍ରଦର୍ଶନକୁ ନେଇ କରାଯାଇଥିବା ମାମଲା ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ଶୁଣାଣି । ଶୁଣାଣି ପରେ ପୋଲିସ ଓ ସରକାରଙ୍କୁ ସରକାରୀ ନିୟମ ଓ କାନୁନ ଭିତରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କାନୁନ ବ୍ୟବସ୍ଥାକୁ ବି ଧ୍ୟାନରେ ରଖିବାକୁ କୋର୍ଟ କହିଛନ୍ତି । କାଳିନ୍ଦୀ କୁଞ୍ଜ ଓ ସାହୀନ ବାଗ ରାସ୍ତା ଖୋଲାଯିବାକୁ ଯାଚିକା ଦାୟର କରାଯାଇଥିଲା । ରାସ୍ତା ବନ୍ଦ ହୋଇଥିବାରୁ ଅନ୍ୟରାସ୍ତାରେ ଭିଡ ଜମୁଥିବା ଦର୍ଶାଇ ଯାଚିକା ଦାୟର କରିଥିବା ଆଇନଜୀବୀ ଏହାକୁ ଖୋଲିବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନ କରିଥିଲେ ।

ଡିସେମ୍ବର 15 ତାରିଖରୁ ଏହି ରାସ୍ତା ବନ୍ଦ ରହିଛି । ସିଏଏ ପାଇଁ ବିରୋଧ ହେଉଥିବାବେଳେ ଏହି ରାସ୍ତାକୁ ବନ୍ଦ ରଖାଯାଇଛି । ତେଣୁ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଯାଚିକାରେ ଉଲ୍ଲେଖ କରାଯାଇଥିଲା ।

ABOUT THE AUTHOR

...view details