ହାଇଦ୍ରାବାଦ: ଜନଗଣନାରେ ଛୋଟ ସୁଧାର ଆସିଲେ ମଧ୍ୟ ଦେଶ ପାଇଁ ମହତ୍ତ୍ବପୂର୍ଣ୍ଣ ହୋଇଥାଏ ଓ ସମ୍ପୁର୍ଣ୍ଣ ଗଣନାରେ ପ୍ରଭାବ ପକାଇଥାଏ । ଇଣ୍ଟରନେଟ, ଡାଟା ସଂଗ୍ରହର ଏକ ଉପଯୋଗୀ ମାଧ୍ୟମ । କେତେକ ଦେଶ ନିକଟରେ ସମ୍ପୂର୍ଣ୍ଣ ଜନଗଣନା ଇଣ୍ଟରନେଟ ମାଧ୍ୟମରେ ହିଁ କରିଛନ୍ତି । ଏହା ବ୍ୟତୀତ ଇଣ୍ଟରନେଟ ଦ୍ବାରା ସଂଗ୍ରହ କରାଯାଇଥିବା ଡାଟାକୁ ଏକତ୍ର କରି ଇମେଲ୍ ଦ୍ବାରା ପ୍ରଶ୍ନର ଉତ୍ତର ଓ ଟେଲିଫୋନ ପ୍ରକ୍ରିୟା ମଧ୍ୟ ସାମିଲ ରହିବ । ତେବେ ଦେଶ ଗଠନରେ ଏହା ଏକ ବଡ ପଦକ୍ଷେପ ।
ଆଧୁନିକ ସୂଚନା ପ୍ରଯୁକ୍ତିବିଦ୍ୟାର ଜନକ ହରମନ୍ ହୋଲେରିଥ୍ । ତାଙ୍କର ଏହି ପ୍ରକ୍ରିୟା ଜନଗଣନାରେ ସହାୟ ହୋଇଛି । ଏକ ବିଂଶ ଶତାବ୍ଦୀରେ ବିକାଶ ପାଇଁ ଆଧୁନିକ ଗଣନା ସହ ସମ୍ବନ୍ଧ ରହିବା ଜରୁରୀ । ଦେଶରେ ଦିନକୁ ଦିନ ଗଣନାରେ ବିକାଶ ହେବାର ଦେଖିବାକୁ ମିଳିଛି । କୌଣସି ଗଣନା ପାଇଁ ବର୍ତ୍ତମାନ ଇଣ୍ଟରନେଟ ଏକ ଉତ୍କଷ୍ଟ ମାଧ୍ୟମ । ରାଜ୍ୟର ଜମି ଆକଳନ ଠାରୁ ଆରମ୍ଭ କରି ହାରାହାରି ଜନସଂଖ୍ୟା ମଧ୍ୟ ଇଣ୍ଟରନେଟ ସହାୟତାରେ ଗଣନା କରାଯାଉଛି । ବାର-କୋଡ୍ ପ୍ରକ୍ରିୟା ଏହି ମାଧ୍ୟମର କାରକ ।
ବର୍ତ୍ତମାନର ଜନଗଣନା ପ୍ରକ୍ରିୟା ICR(Intelligent character recognition) ପ୍ରକ୍ରିୟାକୁ ପଛରେ ପକାଇଦେଇଛି । ICR ମାଧ୍ୟମରେ ଜନସାଧାରଣଙ୍କ ହସ୍ତାକ୍ଷରକୁ ଆକଳନ କରି ଗଣନା କରାଯାଉଥିଲା । ତେବେ ଏହା ଅଧିକ କୁଶଳୀ ମାଧ୍ୟମ ହୋଇଥିଲେ ମଧ୍ୟ କି-ବୋର୍ଡ ଡାଟା ଏଣ୍ଟ୍ରି ଠାରୁ କ୍ଷତିକାରକ କାରଣ କେବଳ ହସ୍ତାକ୍ଷରକୁ ନେଇ ଗଣନା କରାଯାଇପାରିବ ନାହିଁ । ଭାରତ ଭଳି ବିକାଶଶୀଳ ରାଷ୍ଟ୍ରରେ ଜନଗଣନା ପ୍ରକ୍ରିୟା ପାଇଁ ପ୍ରାଇଭେଟ ସଫ୍ଟୱେୟାର ରହିଛି । ଏହା କେତେକ ପ୍ରାଇଭେଟ ଏଜେନ୍ସି ଦ୍ବାରା ପରିଚାଳିତ ହୋଇଥାଏ । ବେଳେବେଳ ଜାତୀୟ କିମ୍ବା ଅନ୍ତର୍ଜାତୀୟର ଆର୍ଥିକ ସହାୟତା ଦ୍ବାରା ପରିଚାଳିତ ହୋଇଥାଏ ।
ଅନ୍ୟପକ୍ଷେ 1980 ମସିହାରୁ ଇ-ମେଲ୍ କାର୍ଯ୍ୟକାରୀ ହେଉଛି । ବର୍ତ୍ତମାନ ଏହାକୁ ଦେଶ ସାରା ବ୍ୟବହାର କରାଯାଉଛି । ପୂର୍ବ ଜନଗଣନାରେ ଏହାକୁ ବ୍ୟବହାର କରାଯାଇଥିଲା କିନ୍ତୁ ଏହାର ଡାଟାରେ ଅସମାନତା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଜନଗଣନା ପାଇଁ ନିର୍ଦ୍ଦିଷ୍ଟ ଗାଇଡଲାଇନ ସହ ପ୍ଲାନିଂର ଆବଶ୍ୟକତା ରହିଛି । ଟେକନୋଲୋଜିର ସଠିକ୍ ଚୟନ ଓ ସୂତ୍ର ମଧ୍ୟ ଜରୁରୀ । ଜନଗଣନାକାରୀଙ୍କୁ ରାଜ୍ୟର ସମସ୍ତ ସୂଚନା ବିଷୟରେ ଅବଗତ ହେବା ଆବଶ୍ୟକ । ଜନଗଣନାର ନୂଆ ପ୍ରକ୍ରିୟା ବିଷୟରେ ଭାବିବା ପୂର୍ବରୁ ପ୍ରଥମେ ପୁରୁଣା ଜନଗଣନାରେ ଆସିଥିବା ସମସ୍ୟାକୁ ଆକଳନ କରିବା ଜରୁରୀ ।