ଓଡିଶା

odisha

ଗଲୱାନ ବିବାଦରେ ପଡିବ ପୂର୍ଣ୍ଣଚ୍ଛେଦ ! ଶେଷ ହେଲା ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା

By

Published : Jul 8, 2020, 3:05 PM IST

ଚୀନ ସ୍ୟନ୍ୟମାନେ ସଂଘର୍ଷ ସ୍ଥାନରେ ସ୍ଥାପିତ ଅସ୍ଥାୟୀ ଭିତ୍ତିଭୂମି ସହିତ ପ୍ରାୟ 2 କିଲୋମିଟର ପଛକୁ ହଟିଥିବା ଭାରତୀୟ ସେନା ସୂତ୍ରରୁ ପ୍ରକାଶ ପାଇଛି ।

ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା
ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା

ଲଦାଖ: ପୂର୍ବ ଲଦାଖର ହଟ ସ୍ପ୍ରିଙ୍ଗ ଏବଂ ଗୋଗ୍ରାରେ ସଂଘର୍ଷସ୍ଥଳରୁ ଅସ୍ଥାୟୀ ଶିବିର ସମ୍ପୁର୍ଣ୍ଣ ରୂପରେ ହଟାଇଦେଇଛି ଚୀନ । ସେପଟେ ଭାରତୀୟ ସୈନିକ ମଧ୍ୟ ସେହି ସ୍ଥଳରୁ ଅସ୍ଥାୟୀ ଶିବିର ପ୍ରତ୍ୟାହାର କରିଥିବା ଜଣାପଡିଛି । ସୈନିକଙ୍କ ପଛକୁ ହଟିବା ପ୍ରକ୍ରିୟା ବୁଧବାର ଶେଷ ହୋଇଥିବା ସୂତ୍ରରୁ ପ୍ରକାଶ ପାଇଛି । ସେପଟେ ଭାରତ ପର୍ବତୀୟ କ୍ଷେତ୍ରରେ ରାତ୍ରି ସମୟରେ ମଧ୍ୟ ଚୀନ ସୈନିକଙ୍କ ଗତିବିଧି ଉପରେ ନଜର ରଖିଛି ।

ତେବେ ଚୀନ ଯବାନ ସଂଘର୍ଷ ସ୍ଥାନରେ ସ୍ଥାପିତ ଅସ୍ଥାୟୀ ଭିତ୍ତିଭୂମି ସହିତ ପ୍ରାୟ 2 କିଲୋମିଟର ପଛକୁ ହଟିଥିବା ଭାରତୀୟ ସେନା ସୂତ୍ରରୁ ପ୍ରକାଶ ପାଇଛି । ସୋମବାର ସକାଳେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା ଧରି ଟେଲିଫୋନିକ୍ ବାର୍ତ୍ତାଳାପ ହୋଇଥିଲା । ଏହି ବାର୍ତ୍ତାଳପ ପରେ ଚୀନ ଏବଂ ଭାରତ ସୈନିକଙ୍କ ସଂଘର୍ଷ ସ୍ଥଳରୁ ପଛକୁ ହଟିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ଆଲୋଚନାରେ ଉଭୟ ଶୀଘ୍ର ଏହି ଅଞ୍ଚଳରୁ ସ୍ୟନ୍ୟ ପ୍ରତ୍ୟାହାର କରିବାକୁ ସହମତ ହୋଇଥିଲେ।

ସୂଚନାଯୋଗ୍ୟ ଯେ, ହଟ ସ୍ପ୍ରିଙ୍ଗ ଏବଂ ଗୋଗ୍ରାରେ ଗତ 8 ସପ୍ତାହ ହେବ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ଇତି ମଧ୍ୟରେ ଜୁନ 15 ତାରିଖରେ ଉଭୟ ଦେଶ ସୈନିକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ଭାରତର 20 ଜଣ ଯବାନ ଶହୀଦ ହୋଇଥିବା ବେଳେ ଚୀନର 35ରୁ ଊର୍ଦ୍ଧ୍ୱ ଯବାନ ନିହତ ହୋଇଥିଲେ । ତେବେ ଏହାର ସମାଧାନ ପାଇଁ ଉଭୟ ଦେଶ ମଧ୍ୟରେ ବିଭିନ୍ନ ସ୍ତରୀୟ ମାରାଥନ ବୈଠକ ଚାଲିଥିଲା ।

ABOUT THE AUTHOR

...view details