ଓଡିଶା

odisha

7 ଲକ୍ଷ ମୁହାଁ ଭାରତରେ କୋରୋନା ସଂକ୍ରମଣ, 24 ଘଣ୍ଟାରେ 425 ମୃତ୍ୟୁ

By

Published : Jul 7, 2020, 8:34 AM IST

ଭାରତରେ 7 ଲକ୍ଷ ମୁହାଁ କୋରୋନା ମାମଲା। ଗତ 24 ଘଣ୍ଟାରେ ଦେଶରେ 24,248 ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ 425 ମୃତ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 6,97,413କୁ ବୃଦ୍ଧି ।

7 ଲକ୍ଷ ପାର କଲା ଭାରତରେ କୋରୋନା ସଂକ୍ରମଣ, 24 ଘଣ୍ଟାରେ 425 ମୃତ୍ୟୁ
7 ଲକ୍ଷ ପାର କଲା ଭାରତରେ କୋରୋନା ସଂକ୍ରମଣ, 24 ଘଣ୍ଟାରେ 425 ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ବେଗରେ କାୟା ବିସ୍ତାର କରିଚାଲିଛି କୋରୋନା। ସୋମବାର ଦେଶ ସଂକ୍ରମିତ ତାଲିକାର ତୃତୀୟକୁ ଆସିବା ସହ ଋଷକୁ ପଛରେ ପକାଇଛି। ଏହାସହ ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ ମାମଲା ପଞ୍ଜିକୃତ କରୁଛି। ଭାରତରେ ବର୍ତ୍ତମାନ 7 ଲକ୍ଷ ମୁହାଁ କୋରୋନା ମାମଲା। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗତ 24 ଘଣ୍ଟାରେ ଦେଶରେ 24,248 ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ 425 ମୃତ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 6,97,413କୁ ବୃଦ୍ଧି । ସେପଟେ ମୃତ୍ୟୁ ସଂଖ୍ୟା ଛୁଇଁଲା 19,693 । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ 4,24,433 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 2,53,287 ଟି ସକ୍ରିୟ ମାମଲା ରହିଛି ।

କୋଭିଡ୍ ମାମଲାରେ ଭାରତ ବର୍ତ୍ତମାନ କେବଳ ଆମେରିକା ଏବଂ ବ୍ରାଜିଲଠୁ ପଛରେ ରହିଥିବାବେଳେ ଏବଂ ଏହା ଚୀନ୍ ତୁଳନାରେ ଆଠ ଗୁଣ ଅଧିକ ରେକର୍ଡ କରିଛି। ଚୀନରେ ପ୍ରଥମେ 2019ରେ ଏହି ଭାଇରସ ଟିହ୍ନଟ ହୋଇଥିବା ବେଳେ ଦେଶରେ 10,000 ଲୋକଙ୍କ ମୃତ୍ୟୁ ହୋଇଛି।

ଏପଟେ ଦିନକୁ ଦିନ ମହାରାଷ୍ଟ୍ର ସ୍ଥିତି ଶୋଚନୀୟ ହେବାରେ ଲାଗିଛି। ଭାରତର ପ୍ରଥମ ରାଜ୍ୟ ଯେଉଁଠି ସଂକ୍ରମିତ ମାମଲା 2 ଲକ୍ଷ ପାର କରିଛି। ଏହାସହ ମୃତ୍ୟୁ ସଂଖ୍ୟା ୮000ରୁ ଉର୍ଦ୍ଧ୍ବ । ଦିଲ୍ଲୀରେ ମଧ୍ୟ ଦୈନିକ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଥିବା ବେଳେ ୧ ଲକ୍ଷ ନିକଟତର ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା ।

ଏପଟେ କୋଭାକ୍ସିନ ଭାରତର ପ୍ରଥମ ଟିକା ପ୍ରାର୍ଥୀ ପାଇଁ ମାନବ କ୍ଲିନିକାଲ ପରୀକ୍ଷଣର ପ୍ରଥମ ଦୁଇଟି ପର୍ଯ୍ୟାୟରେ 1100 ରୁ ଅଧିକ ଲୋକ ନାମ ଲେଖାଇବ। ଏନେଇ ଭାରତ ବାୟୋଟେକ୍ ଶୁକ୍ରବାର ଦିନ କହିଛି। ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ଆସନ୍ତା ସପ୍ତାହରେ ଆରମ୍ଭ ହେବାର ଯୋଜନା ରହିଛି, ଜୁଲାଇ 13 ରେ ଅଂଶଗ୍ରହଣକାରୀ ନାମଲେଖା ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ପ୍ରଥମ ପର୍ଯ୍ୟାୟ ଫଳାଫଳ ପରବର୍ତ୍ତୀ ପରୀକ୍ଷଣର ଆରମ୍ଭ ନିର୍ଣ୍ଣୟ କରିବ।

ABOUT THE AUTHOR

...view details