ଓଡିଶା

odisha

ଶିମଲା ବାସଭବନକୁ ଯିବା ପାଇଁ ପ୍ରିୟଙ୍କାଙ୍କୁ ମିଳିଲା ଅନୁମତି

By

Published : Aug 13, 2020, 8:35 PM IST

ପ୍ରିୟଙ୍କା ଗାନ୍ଧୀ ଶିମଲାର ଛରାବଡା ସ୍ଥିତ ତାଙ୍କ ବଙ୍ଗଳାରେ ରହିବାକୁ ଅନୁମତି ମାଗିଥିଲେ । ତେବେ ତାଙ୍କୁ ଶିମଲା ଆସିବାକୁ ଅନୁମତି ମିଳିଛି।

ଶିମଲା ସ୍ଥିତ ଭାସଭବନ ଯିବାକୁ ଅନୁମତି ପାଇଲେ ପ୍ରିୟଙ୍କା ଗାନ୍ଧୀ
ଶିମଲା ସ୍ଥିତ ଭାସଭବନ ଯିବାକୁ ଅନୁମତି ପାଇଲେ ପ୍ରିୟଙ୍କା ଗାନ୍ଧୀ

ଶିମଲା: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଅଗଷ୍ଟ 15 ରେ ଶିମଲା ସ୍ଥିତ ନିଜ ବାସଭବନ ଯିବେ । ସେ ଦିଲ୍ଲୀରୁ ସଡକ ପଥ ଦେଇ ଶିମଲା ଗସ୍ତ କରିବେ ବୋଲି ଜଣାପଡିଛି। ତେବେ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ତାଙ୍କ ସହିତ ଯାଇପାରନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି।

ପ୍ରିୟଙ୍କା ଗାନ୍ଧୀ ଶିମଲାର ଛରାବଡା ସ୍ଥିତ ତାଙ୍କ ବଙ୍ଗଳାରେ ରହିବାକୁ ଅନୁମତି ମାଗିଥିଲେ । ତେବେ ତାଙ୍କୁ ଶିମଲା ଆସିବାକୁ ଅନୁମତି ମିଳିଛି। ଏହା ପରେ ସେ ଶିମଲା ଯିବାର କାର୍ଯ୍ୟକ୍ରମ ଚୂଡାନ୍ତ କରିଥିବା ଜଣାପଡିଛି । ତେବେ ପ୍ରଦେଶ ସରକାରଙ୍କ ସର୍ତ୍ତ ଅନୁଯାୟୀ ତାଙ୍କୁ କୋରୋନାର ନେଗେଟିଭ ରିପୋର୍ଟ ସାଥିରେ ନେବାକୁ ପଡିବ । ଏହା ସହିତ ତାଙ୍କୁ 14 ଦିନ ପାଇଁ ହୋମ କ୍ବାରେଣ୍ଟାଇନରେ ମଧ୍ୟ ରହିବାକୁ ହେବ ।

ତେବେ ଶିମଲା ଆସିବାକୁ ଅନୁମତି ମାଗିଥିବା ଆବେଦନରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ନିଜ ବ୍ୟକ୍ତିଗତ ବଙ୍ଗଳାରେ ରହିବାକୁ ପ୍ରଶାସନର ସମସ୍ତ ସର୍ତ୍ତ ପାଳନ କରିବାକୁ ସେ ରାଜି ଅଛନ୍ତି । ସେ ପରିବାର ସଦସ୍ୟ ଏବଂ କିଛି ପରିବାର ବନ୍ଧୁଙ୍କ ସହ ରହିବେ ବୋଲି ଆବେଦନରେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ପ୍ରିୟଙ୍କା ଗାନ୍ଧୀ ନିକଟରେ ଦିଲ୍ଲୀ ସ୍ଥିତ ତାଙ୍କର ସରକାରୀ ବାସଭବନ ଖାଲି କରିଛନ୍ତି । ଏହା ସହିତ ସେ ନିଜ ବ୍ୟସ୍ତବହୁଳ ରାଜନୈତିକ ଜୀବନରୁ କିଛି ସମୟ ପାଇଁ ବିରତି ନେବାକୁ ଚାହୁଁଛନ୍ତି। ତେଣୁ ସେ ଶିମଲା ଠାରୁ ପ୍ରାୟ 14 କିଲୋମିଟର ଦୂରରେ ଥିବା ଛରାବଡା ସ୍ଥିତ ନିଜ ବଙ୍ଗଳାରେ କିଛି ଦିନ ବିତାଇବାକୁ ଚାହୁଁଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି

ABOUT THE AUTHOR

...view details