ଓଡିଶା

odisha

ନୂଆଦିଲ୍ଲୀ ଉପରେ ଦୋଷ ଲଦିଲା ବେଜିଂ, ଭାରତ ଦୁଇ ଥର ଚୀନ ସୀମା ଅତିକ୍ରମ କରିଛି !

By

Published : Jun 16, 2020, 7:20 PM IST

ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସିରେ ଭାରତୀୟ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଜଣେ ଭାରତୀୟ ଅଧିକାରୀ ଓ ଦୁଇ ଯବାନ ଶହୀଦ ହୋଇଛନ୍ତି । ତେବେ ଅପରପକ୍ଷେ ବେଜିଂ ଭାରତ ଉପରେ ଅରୋପ ଲଗାଇଛି ।

ଚୀନର ସାଂଘାତିକ ଅଭିଯୋଗ
ଚୀନର ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ଉପରେ ଭାରତୀୟ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି । ଏହି ସଂଘର୍ଷରେ ଜଣେ ଭାରତୀୟ ଅଧିକାରୀ ଓ ଦୁଇ ଯବାନ ଶହୀଦ ହୋଇଛନ୍ତି। ତେବେ ଅପରପକ୍ଷେ ବେଜିଂ ଭାରତ ଉପରେ ଅରୋପ ଲଗାଇଛି । ଚୀନ ସୀମାରେ ଭାରତ ଅନୁପ୍ରବେଶ କରିଥିବା ଗମ୍ଭୀର ଅଭିଯୋଗ ଆଣିଛି ବେଜିଂ। ଚୀନ ଅଭିଯୋଗ କରିଛି ଯେ ଭାରତୀୟ ଯବାନମାନେ ସୀମା ପାର କରି ଚୀନ ସୈନ୍ୟଙ୍କ ଉପରେ ଆକ୍ରମଣ କରିଥିଲେ ।

ଚୀନର ସାଂଘାତିକ ଅଭିଯୋଗ

ଚୀନ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ଯବାନ 2 ଥର ବେଆଇନ ଭାବେ ସୀମା ପାର କରି ଚୀନ ସୈନିକଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହି ସମୟ ମଧ୍ୟରେ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ତେବେ ଏହା ଆଲୋଚନା ଉପରେ ପ୍ରଭାବ ପକାଇବ ବୋଲି ଚୀନ ବୈଦେଶିକ ମନ୍ତ୍ରୀ କହିଛନ୍ତି।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଭାରତ ସୀମା ଅତିକ୍ରମ କରିବା କିମ୍ବା ଏକପାଖିଆ କାର୍ଯ୍ୟାନୁଷ୍ଠାନ ନେଲେ ତା ବିରୋଧରେ ଦୃଢ ପଦକ୍ଷେପ ଗ୍ରହଣ କରିବୁ । ଏଭଳି ପରିସ୍ଥିତି ବୁଝାମଣା ମାଧ୍ୟମରେ ସମାଧାନ ପ୍ରକ୍ରିୟାକୁ ଜଟିଳ କରିପାରେ ବୋଲି ଚୀନ ବୈଦେଶିକ ମନ୍ତ୍ରୀ କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ ଦ୍ବିପାକ୍ଷିକ ଆଲୋଚନା ପରେ ଚୀନ ଓ ଭାରତ ଅର୍ଥାତ୍ ଉଭୟ ଦେଶ ଏହାର ସମାଧାନ କରିପାରିବେ । ଏହା ମାଧ୍ୟମରେ ସୀମା ବିବାଦର ସମାଧାନ ହେବ ଓ LAC ରେ ଶାନ୍ତି ବଜାୟ ରହିବ । ପ୍ରକାଶଥାଉକି, ଗତ କିଛି ଦିନ ହେବ ଭାରତ-ଚୀନ ସୀମାରେ ବିବାଦ ଚାଲିଛି । ଅତୀତରେ ଦୁଇ ଦେଶ ମଧ୍ୟରେ ନିଷ୍ପତ୍ତି ନିଆଯାଇଥିଲା ଯେ ଚୀନ୍ ସେନା ଗାଲୱାନ୍ ଉପତ୍ୟକାର ପେଟ୍ରୋଲିଂ ପଏଣ୍ଟ 14, 15 ଓ 17A ରେ ପଛକୁ ହଟିବ । ଚୀନ ସେନା ଶ୍ୟୋକ୍ ନଦୀ ଓ ଗାଲୱାନ୍ ନଦୀ ମୁହାଣ ଯାଏଁ ମାଡି ଆସିଥଲା । ତେବେ ଧୀରେ ଧୀରେ ପଛକୁ ମଧ୍ୟ ଫେରୁଥିଲା ଚୀନ ।

ସୋମବାର ନିର୍ଣ୍ଣୟ ନିଆଯାଇଥିଲା ଯେ ସେନା ସମ୍ପୂର୍ଣ୍ଣ ପଛକୁ ହଟିବ । ଯେତେବେଳେ ଚୀନ ସେନା ପଛକୁ ଯିବାକୁ ମନା କରିଥିଲା ସେବେ ହିଂସା ଉପୁଜିଥିଲା । ତେବେ ଏହି ହିଂସାରେ ଚୀନ ସେନାର ମଧ୍ୟ 5 ଜଣ ଯବାନ ନିହତ ହୋଇଥିବା ସୂଚନା ମିଳିଛି ।

ABOUT THE AUTHOR

...view details