ଓଡିଶା

odisha

ସୁରକ୍ଷା ଆପ ରିପୋର୍ଟ ଅନୁଯାୟୀ କମିଛି ଘରୋଇ ହିଂସା

By

Published : May 18, 2020, 2:26 PM IST

ଲକଡାଉନରେ ବଢିଛି ଘରୋଇ ହିଂସା । ମହିଳାଙ୍କ ପ୍ରତି କରାଯାଉଛି ହତ୍ୟାଚାର । ଏହିପରିପ୍ରେକ୍ଷୀରେ କର୍ଣ୍ଣାଟକ ପୋଲିସ ସୁରକ୍ଷା ଆପ ଜରିଆରେ ମହିଳାଙ୍କ ପ୍ରତି ଅପରାଧ ହ୍ରାସ ହୋଇଛି ବୋଲି ରିପୋର୍ଟ କରିଛି ।

ସୁରକ୍ଷା ଆପ ରିପୋର୍ଟ ଅନୁଯାୟୀ କମିଛି ଘରୋଇ ହିଂସା
ସୁରକ୍ଷା ଆପ ରିପୋର୍ଟ ଅନୁଯାୟୀ କମିଛି ଘରୋଇ ହିଂସା

ବେଙ୍ଗାଲୁରୁ: ଲକଡାଉନରେ ବଢିଛି ଘରୋଇ ହିଂସା । ମହିଳାଙ୍କ ପ୍ରତି କରାଯାଉଛି ଅତ୍ୟାଚାର । ଏହିପରି ପ୍ରେକ୍ଷୀରେ କର୍ଣ୍ଣାଟକ ପୋଲିସ ସୁରକ୍ଷା ଆପ ଜରିଆରେ ମହିଳାଙ୍କ ପ୍ରତି ଅପରାଧ ହ୍ରାସ ହୋଇଛି ବୋଲି ରିପୋର୍ଟ କରିଛି ।

ଲକଡାଉନ୍ ଲାଗୁ ହେବା ପୂର୍ବରୁ ପ୍ରାୟ 2,000 ମହିଳା ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର କରୁଥିବାବେଳେ ଏପ୍ରିଲ୍ ମାସରେ ବ୍ୟବହାରକାରୀଙ୍କ ସଂଖ୍ୟା 906 କୁ ଏବଂ ମେ ମାସରେ 200 କୁ ହ୍ରାସ ପାଇଥିଲା । ତେଣୁ ଏହି ଘଟଣାରେ ହ୍ରାସ ଘଟିଥିବା ସୂଚନା ଦେଇଛି ପୋଲିସ । ଅବଶ୍ୟ ଏପରି କିଛି ଘଟଣା ଘଟିଛି ଯେତେବେଳେ କିଛି ମହିଳା କିଛି ଜରୁରୀ ସେବା ପାଇଁ ଅନୁରୋଧ କରିବାକୁ ଆପ୍ ବ୍ୟବହାର କରିଛନ୍ତି ।

ହାଇଦ୍ରାବାଦର ଦିଶା ଘଟଣା ପରେ ବେଙ୍ଗାଲୁରୁ ପୋଲିସ 'ସୁରକ୍ଷା' ଆପ୍ ଲଞ୍ଚ କରିଥିଲା । ଏହି ଆପ ଲଞ୍ଚ ହେବାର କିଛିଦିନ ମଧ୍ୟରେ ସହରର 1 ଲକ୍ଷରୁ ଅଧିକ ମହିଳା ଏହି ଆପ ଡାଉନଲୋଡ କରିଥିଲେ ।

'ସୁରକ୍ଷା' ହେଉଛି ଏକ ସଂପୂର୍ଣ୍ଣ ଏକୀକୃତ ବ୍ୟକ୍ତିଗତ ସୁରକ୍ଷା ଆପ୍ । ଏହା ମହିଳାମାନଙ୍କର ସ୍ମାର୍ଟଫୋନକୁ ବ୍ୟକ୍ତିଗତ ସୁରକ୍ଷା ଉପକରଣରେ ପରିଣତ କରିଥାଏ । ଯଦି ଆପ୍ ଉପଭୋକ୍ତାମାନେ ଆପରେ SOS ବଟନ୍ ଦବାନ୍ତି, ତେବେ ଏହା ସଙ୍ଗେ ସଙ୍ଗେ ଏକ କଲ୍ କରେ ଏବଂ ସେହି ସ୍ଥାନର ଭିଡିଓ ରେକର୍ଡିଂ ହୁଏ । ଏବଂ ତାପରେ ସମାନ ସୂଚନା ନଗର ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଅବସ୍ଥିତ କମାଣ୍ଡ ସେଣ୍ଟରକୁ ପଠାଇଥାଏ । ପରେ ସେହି ଅଞ୍ଚଳରେ ପେଟ୍ରୋଲିଂରେ ଥିବା କର୍ମାଚାରୀମାନଙ୍କୁ ପୀଡିତାକୁ ଉଦ୍ଧାର କରିବାକୁ ପଠାଯାଇଥାଏ ।

For All Latest Updates

ABOUT THE AUTHOR

...view details