ଓଡିଶା

odisha

କୋରୋନା କବଚ ଏନ 95 ମାସ୍କ, ବ୍ୟାୟମ କରିବା ସମୟରେ ସତର୍କ ରୁହନ୍ତୁ

By

Published : May 24, 2020, 1:14 PM IST

କୋରୋନା ମହାମାରୀର ଏହି ଯୁଗରେ ଫେସ୍ ମାସ୍କ ଆମ ଜୀବନର ଏକ ଅଂଶ ହୋଇସାରିଛି । ଏକ ନିର୍ଦ୍ଦିଷ୍ଟ ଔଷଧ କିମ୍ବା ଟିକା ନ ଆସିବା ପର୍ଯ୍ୟନ୍ତ ଏହାକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିବା କଷ୍ଟକର ।

କୋରୋନା କବଚ ଏନ 95 ମାସ୍କ, ବ୍ୟାୟମ କରିବା ସମୟରେ ସତର୍କ ରୁହନ୍ତୁ
କୋରୋନା କବଚ ଏନ 95 ମାସ୍କ, ବ୍ୟାୟମ କରିବା ସମୟରେ ସତର୍କ ରୁହନ୍ତୁ

କୋରୋନା ମହାମାରୀର ଏହି ଯୁଗରେ ଫେସ୍ ମାସ୍କ ଆମ ଜୀବନର ଏକ ଅଂଶ ହୋଇସାରିଛି । ଏକ ନିର୍ଦ୍ଦିଷ୍ଟ ଔଷଧ କିମ୍ବା ଟିକା ନ ଆସିବା ପର୍ଯ୍ୟନ୍ତ ଏହାକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିବା କଷ୍ଟକର । ଏଭଳି ପରିସ୍ଥିତିରେ ଚେହେରା ମାସ୍କ ପିନ୍ଧିବା, ସ୍ୱଚ୍ଛତା ବଜାୟ ରଖିବା, ସାମାଜିକ ଦୂରତା ଭଳି ଅଭ୍ୟାସ ଜାରି ରଖିବାକୁ ପଡ଼ିବ । କୋରୋନାକୁ ଏଡାଇବା ପାଇଁ N-95 ମାସ୍କର ବ୍ୟବହାର କରାଯାଉଛି।

ତଥାପି, ଘରେ ତିଆରି ମାସ୍କଗୁଡ଼ିକ ମଧ୍ୟ ବହୁତ ଉପଯୋଗୀ ଏବଂ ପ୍ରଭାବଶାଳୀ । ସ୍ବାସ୍ଥ୍ୟ ବିଶେଷଜ୍ଞମାନେ N-95ମାସ୍କ ପିନ୍ଧୁଥିବା ବ୍ୟକ୍ତିଙ୍କୁ କିଛି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଉଛନ୍ତି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, N-95ମାସ୍କ ସହିତ ଦ୍ରୁତ ଗତିରେ ଚାଲିବା, କିମ୍ବା ବ୍ୟାୟାମ କରିବା ବିପଦଜ୍ଜନକ ଅଟେ । ଏହି ସମୟରେ ଅଧିକ ଅମ୍ଳଜାନ ଆବଶ୍ୟକ ବୋଲି ଡାକ୍ତରମାନେ କହିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ସାଧାରଣ ଲୋକଙ୍କୁ ଘରେ ସିମ୍ପଲ କପଡା ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି।

ବିଶେଷଜ୍ଞ କହିଛନ୍ତି ଯେ, N-95 ହେଉଛି ଏକ ମଲ୍ଟିଲାୟର୍ ମାସ୍କ ଏବଂ ଏହା ଚେହେରାରେ ସଂପୂର୍ଣ୍ଣ ଭାବରେ ଲାଗିଥାଏ, ତେଣୁ ଏହାକୁ ପିନ୍ଧିବା ଦ୍ୱାରା ଅଳ୍ପ ନିଶ୍ୱାସ ପ୍ରଶ୍ୱାସ ହୁଏ।

ଚାଲିବା ଏବଂ ବ୍ୟାୟାମ କରିବା ସମୟରେ ଶ୍ୱାସର ଗତି ବଢିଯାଏ ଏବଂ ଫୁସଫୁସକୁ ଅଧିକ ଅମ୍ଳଜାନ ଆବଶ୍ୟକ କରେ । ଏହି କ୍ଷେତ୍ରରେ, N-95 ମାସ୍କ ପିନ୍ଧିବା ବ୍ୟାୟାମ କରିବା କଷ୍ଟକର ହୋଇପାରେ। ତେବେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଏଭଳି ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।

ତେଣୁ ମାସ୍କ ପିନ୍ଧିବା ବିଷୟରେ, ଘରେ ତିଆରି କପଡା ମାସ୍କ ମଧ୍ୟ ଭାଇରାଲ୍ ସଂକ୍ରମଣକୁ ରୋକିବାରେ ପ୍ରଭାବଶାଳୀ । ଘରୁ ବାହାରିବାବେଳେ ଡାକ୍ତରମାନେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଯଦି ଆପଣ ସାମଗ୍ରୀ ଆଣିବାକୁ ଦୋକାନକୁ ଯାଆନ୍ତି, ତେବେ ଏକ ମାସ୍କ ପିନ୍ଧି ଯାଆନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ।

ABOUT THE AUTHOR

...view details