ଓଡିଶା

odisha

ଆକାଶରେ ଶୁଭିଲା କୁଆଁକୁଆଁ ଶବ୍ଦ, ଦିଲ୍ଲୀ-ବେଙ୍ଗାଲୁର ବିମାନରେ ଜନ୍ମନେଲା ଶିଶୁପୁତ୍ର

By

Published : Oct 8, 2020, 10:26 AM IST

ବୁଧବାର ଦିଲ୍ଲୀ ରୁ ବେଙ୍ଗାଲୁରୁନ ଯାଉଥିବା ଇଣ୍ଡିଗୋ 6E 122 ବିମାନରେ ମହିଳାଙ୍କର ପ୍ରସବ ହୋଇଛି। ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଅଧିକ ପଢନ୍ତୁ...

ଆକାଶରେ କୁଆଁ କୁଆଁ ଶବ୍ଦ, ଦିଲ୍ଲୀ-ବେଙ୍ଗାଲୁର ବିମାନରେ ମହିଳା କଲେ ପ୍ରସବ
ଆକାଶରେ କୁଆଁ କୁଆଁ ଶବ୍ଦ, ଦିଲ୍ଲୀ-ବେଙ୍ଗାଲୁର ବିମାନରେ ମହିଳା କଲେ ପ୍ରସବ

ନୂଆଦିଲ୍ଲୀ: ଦିଲ୍ଲୀ ରୁ ବେଙ୍ଗାଲୁରୁ ଅଭିମୁଖେ ଯାତା କରୁଥିବା ଇଣ୍ଡିଗୋ ବିମାନରେ ଜଣେ ମହିଳା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି।

ଆକାଶରେ କୁଆଁ କୁଆଁ ଶବ୍ଦ, ଦିଲ୍ଲୀ-ବେଙ୍ଗାଲୁର ବିମାନରେ ମହିଳା କଲେ ପ୍ରସବ

ଏନେଇ ଇଣ୍ଡିଗୋ ଏକ ବିବୃତ୍ତି ଜାରି କରି କହିଛି ଯେ, ଦିଲ୍ଲୀରୁ ବାଙ୍ଗାଲୋର ଅଭିମୁଖେ 6E 122 ବିମାନରେ ଜଣେ ଯାତ୍ରୀ ସମୟ ପୂର୍ବରୁ ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି । ଉଭୟ ମା' ଓ ସନ୍ତାନ ସୁସ୍ଥ ଅଛନ୍ତି ଏବଂ ବିମାନଟି ବୁଧବାର ସନ୍ଧ୍ୟା 7:40 ରେ ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିଛି।

ଆକାଶରେ କୁଆଁ କୁଆଁ ଶବ୍ଦ, ଦିଲ୍ଲୀ-ବେଙ୍ଗାଲୁର ବିମାନରେ ମହିଳା କଲେ ପ୍ରସବ

ବିମାନଟି ବାଙ୍ଗାଲୋରରେ ଅବତରଣ କଲାବେଳେ ପିଲାଟିକୁ ବିମାନବନ୍ଦରରେ ବହୁତ ସ୍ବାଗତ କରାଯାଇଥିଲା। ବିମାନ କ୍ରୁ ସଦସ୍ୟମାନଙ୍କ ସହିତ ଶିଶୁର ଫଟୋ ସୋସିଆଲ ମିଡିଆରେ ବହୁଳ ଭାବେ ସେୟାର କରାଯାଇଛି । ୟୁଜର୍ସ ମାନେ ଇଣ୍ଡିଗୋର କ୍ରୁ ସଦସ୍ୟମାନଙ୍କୁ ପ୍ରଶଂସା କରୁଛନ୍ତି ।

ବ୍ୟୁରୋ ରିୁପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details