ବେଙ୍ଗାଲୁରୁ: ରାଜ୍ୟରେ ସଠିକ୍ ସମୟରେ ଚିକିତ୍ସା ଯୋଗାଇ ନପାରିବାରୁ ଶାନ୍ତି ନଗରରେ ଥିବା ନ୍ୟୁମେଡ ଡାଇଗ୍ନୋଷ୍ଟିକ ହସ୍ପିଟାଲରେ କୀଡନୀ ଷ୍ଟୋନ ରୋଗରେ ଆକ୍ରାନ୍ତ ଥିବା ରୋଗୀଙ୍କ ମୃ୍ତ୍ୟୁ ଘଟିଛି । ମୃତ୍ୟୁ ପରେ ସଂପର୍କୀୟ ହସ୍ପିଟାଲରେ ସ୍ବାସ୍ଥ୍ୟକର୍ମୀଙ୍କୁ ଗାଳିଗୁଲଜ କରିଥିବା ଦେଖିବାକୁ ମିଳିଛି । ତେବେ ଅକ୍ସିଜେନ ସିଲିଣ୍ଡର ଅଭାବ ଥିବାରୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ଗତ ନଭେମ୍ବର 7 ତାରିଖରେ ଶାନ୍ତି ନଗରରେ ଥିବା ନ୍ୟୁମେଡ ଡାଇଗ୍ନୋଷ୍ଟିକ ହସ୍ପିଟାଲରେ ନଗରାଜ ନାମକ ଜଣେ ରୋଗୀ କୀଡନୀ ଷ୍ଟୋନରେ ଆକ୍ରାନ୍ତ ହୋଇ ସେଠାରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ । ରୋଗୀଙ୍କୁ ସୋମବାର ସକାଳ ସମୟରେ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ । ପରେ ସେହି ହସ୍ପିଟାଲର ଜଣେ ନର୍ସ ରୋଗୀଙ୍କୁ ଅକ୍ସିଜେନ ସିଲିଣ୍ଡର ଯୋଗାଇବାର ବ୍ୟବସ୍ଥା କରିଥିଲେ ।