ଓଡିଶା

odisha

ଆସୁଛି ପ୍ରଧାନମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ, ଦିଲ୍ଲୀରେ କଟିବ 11 ହଜାର ଗଛ

By

Published : Jan 5, 2020, 3:03 PM IST

ଜେୱର ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ଦିଲ୍ଲୀରେ 11 ହଜାର ଗଛ କଟାଯିବ ବୋଲି ସୂଚନା ମିଳିଛି। ତେବେ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଗଛ କାଟିବାର ନିଷ୍ପତ୍ତି କେତେଦୂର ଗ୍ରହଣୀୟ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଧିକ ଖବର ପଢନ୍ତୁ...

ଆସୁଛି ପ୍ରଧାନମନ୍ତ୍ରୀ ଡ୍ରିମ ପ୍ରୋଜେକ୍ଟ,ଦିଲ୍ଲୀରେ କଟିବ 11 ହଜାର ଗଛ
_jewar airport

ନୂଆଦିଲ୍ଲୀ: ସାକାର ହେବାକୁ ଯାଉଛି ମୋଦି ସରକାରଙ୍କ ସ୍ବପ୍ନର ପ୍ରକଳ୍ପ। ଏନେଇ ସମସ୍ତ ବନ୍ଦୋବସ୍ତ ଶେଷ ପର୍ଯ୍ୟାୟରେ। ଜେୱର ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ 11 ହଜାର ଗଛ କଟାଯିବ ବୋଲି ସୂଚନା ମିଳିଛି। ଏତେ ସଂଖ୍ୟକ ଗଛ କାଟିବା ରାଜଧାନୀର ବିକାଶ କି ବିନାଶ ପାଇଁ କରାଯାଉଛି ତାହାକୁ ନେଇ ଆରମ୍ଭ
ହୋଇଛି ତୁମ୍ଭିତୋଫାନ।

ଖବର ଅନୁସାରେ, ଗଛ କାଟିବା ପାଇଁ ଯମୁନା ପ୍ରକଳ୍ପ ନିର୍ଦ୍ଦେଶକ ଓ ଫରେଷ୍ଟ ଡିର୍ପାଟମେଣ୍ଟ ଟିମ ଘଟଣାସ୍ଥଳରେ ପହଞ୍ଚି ଗଛ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହା ପରେ ଏକ ସର୍ଭେ କରାଯାଇ ଗୌତମ ବୁଦ୍ଧ ନଗର ଫରେଷ୍ଟ ଟିମ ଗଛ କାଟିବାକୁ ଅନୁମତି ଦେଇଛନ୍ତି ।

ପ୍ରଥମେ ପର୍ଯ୍ୟାୟରେ 6 ହଜାର ଗଛ କାଟିବାକୁ ଅନୁମତି ଦିଆଯାଇଥିଲା । ଏହାସହ ପରବର୍ତ୍ତୀ ସମୟରେ ଏହି ସଂଖ୍ୟା 11 ହଜାରକୁ ବୃଦ୍ଧି କରାଯାଇଛି। 20,193 ଗଛକୁ କାଟିବାର ଲିଷ୍ଟ ବାହାରିଥିବାବେଳେ ସେଥିରେ ଇୟୁକାଲିପଟାସ,ପିଜୁଳି ଓ ଅନ୍ୟ ଗଛ ଗୁଡିକ ରହିଛି ।

_jewar airport

ସୂଚନା ଅନୁସାରେ, ରାଜଧାନୀ ଦିଲ୍ଲୀର ବାୟୁପ୍ରଦୂଷଣ ବିପଦ ସଙ୍କେତ ଉପରେ ରହିଛି । ଅନେକ ଅଞ୍ଚଳରେ ବାୟୁ ପ୍ରଦୂଷଣର ମାତ୍ରା ତଥା ଏୟାର ଇଣ୍ଡେକ୍ସ କ୍ବାଲିଟି 600 ଅଙ୍କ ପାର ହୋଇସାରିଛି । ଦିନ ବଢିବା ସହ ଏହି ପ୍ରଦୂଷଣର ମାତ୍ରା ଆହୁରି ବଢିବାରେ ଲାଗିଛି । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଗଛ କାଟିବାର ନିଷ୍ପତ୍ତି କେତେଦୂର ଗ୍ରହଣୀୟ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ABOUT THE AUTHOR

...view details